୪୦ ପାର୍‌ ସତ୍ତ୍ୱେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ ନାମକରା ନାୟିକା। ସେମାନଙ୍କୁ ନେଇ ଆଜିର ଉପସ୍ଥାପନା:

ଶିଳ୍ପା ସିନ୍ଦେ:
ଭାବି ଜି ଘର୍‌ ପାର ହୈ ଜରିଆରେ ଖ୍ୟାତି ଶିଳ୍ପା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ଏହି ସିରିଏଲ୍‌ରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା, କିନ୍ତୁ ପ୍ରଡକ୍ସନ ସହିତ କିଛି ବିବାଦ ହେତୁ ତାଙ୍କୁ ଶୋ’କୁ ବିଦାୟ ଦେବାକୁ ପଡିଲା। ସେ ବିଗ ବସ୍‌ ୧୧ ର ବିଜେତା ମଧ୍ୟ। ଶିଳ୍ପାଙ୍କୁ ଏବେ ୪୪ ବର୍ଷ, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହିତ ନୁହନ୍ତି।

ସାକ୍ଷୀ ତନୱାର୍‌: ଟିଭିର ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାରଙ୍କୁ କିଏ ଜାଣିବ ନାହିଁ। କାହାନି ଘର କି ଠାରୁ ଲାଇମଲାଇଟରେ ଆସିଥିବା ସାକ୍ଷୀ ଟିଭି ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ବଡେ ଅଚ୍ଛେ ଲଗ୍‌ତେ ହୈ’ ଶୋ’ରେ ରାମ କପୁରଙ୍କ ସହ ତାଙ୍କର ଯୋଡ଼ିକୁ ବଂଚୁତ ପସନ୍ଦ କରାଯାଉଥିଲା। ପରେ ସମୀର କୋଚରଙ୍କ ସହ ତାଙ୍କ ସମ୍ପର୍କର ଖବରକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହ ଜଣେ ବ୍ୟବସାୟୀଙ୍କ ସହିତ ତାଙ୍କର ବିବାହର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେଏହାକୁ ଗୁଜବ ବୋଲି କହିଥିଲେ ସେ। ସାକ୍ଷୀଙ୍କୁ ୪୬ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେ କୁମାରୀ ଅଛନ୍ତି।

ନେହା ମେହେଟ୍ଟା: ହିଟ୍‌ ଟିଭି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ରେ ଅଞ୍ଜଳି ମେହତାଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ନେହାଙ୍କୁ ଏବେ ୪୨ ବର୍ଷ। ତଥାପି ସେ କୁମାରୀ ଅଛନ୍ତି। କିଛିଦିନ ପୂର୍ବେ ସେ ଧାରାବାହିକକୁ ଅଲ୍‌ବିଦା କହିଥିଲେ। ଏକ ପ୍ରୋଜେକ୍ଟ ପାଇଁ ସେ ଏପରି କରିଥିବା କୁହାଯାଏ।

ଜୟା ଭଟ୍ଟାଚାର୍ଯ୍ୟ: ଜୟାଙ୍କୁ କୌଣସି ପରିଚୟ ଲୋଡ଼ା ନାହିଁ। ସେ ଅନେକ ଧାରାବାହିକରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ‘ଥପକ୍କି ପ୍ୟାର୍‌ କି’ରେ ବସୁନ୍ଧରା ପାଣ୍ଡେ ଭୂମିକା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ଏବେ ସିଲ୍‌ସିଲା ବଦଲତେ ରିସ୍ତୋ କାରେ ନଜର ଆସୁଛନ୍ତି। ଏବେ ତାଙ୍କୁ ୪୩ ବର୍ଷ ହୋଇଥିବା ବେଳେ ସେ ଅବିବାହିତା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ...

ମାତ୍ର ୫ ଟଙ୍କା ପାଇଁ ଗୀତ ଗାଉଥିଲେ ସୋନୁ ନିଗମ

ସିଙ୍ଗର ସୋନୁ ନିଗମ ବଲିଉଡ୍‌ରେ ମ୍ୟୁଜିକ୍‌ ମାଫିଆ ବିଷୟରେ କହିବା ପରଠାରୁ ଏକ ଭିନ୍ନ ପ୍ରକାର ବିବାଦ ଆରମ୍ଭ ହୋଇଯାଇଛି। ସୋନୁ ଯେଉଁପରି ଭାବେ ଟି...

ବୋଲ୍ଡ ଲୁକ୍‌ରେ ଦିଶା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ଶେୟାର କରି ସମସ୍ତଙ୍କ...

ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ...

ଭାଜପାକୁ ଅଭିଶାପ ଦେଇ ଟ୍ରୋଲ ହେଲେ ଜୟା

ନୂଆଦିଲ୍ଲୀ,୧୨।୧୨: ପାର୍ଲାମେଣ୍ଟରେ ପୁଣି ନିଜର କ୍ରୋଧ ପ୍ରକାଶ କରି ସମାଜବାଦୀ ପାର୍ଟି ଏମ୍‌ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁଣି ଚର୍ଚ୍ଚାରେ ଅଛନ୍ତି। ରାଜ୍ୟ ସଭାରେ...

ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା

ମୁମ୍ବାଇ: ଆମେରିକାର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ,...

ଏହି ପ୍ରସିଦ୍ଧ ଗାୟିକାଙ୍କୁ ଡାକ୍ତର କହିଥିଲେ, ତୁମେ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ

ଆମେରିକାନ ଗାୟିକା ଏବଂ ଗୀତ ଲେଖିକା ଡେମି ଲୋଭାଟୋଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଆସୁଛି। ପିପୁଲ୍ସ ମାଗାଜିନ ଅନୁଯାୟୀ ଏହି ଫିଲ୍ମ ମାର୍ଚ୍ଚ...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

Advertisement
Archives

Model This Week