Posted inଫୁରସତ

ଲୋକପ୍ରିୟ ହନିମୁନ୍‌ ଡେଷ୍ଟିନେଶନ୍‌: କେରଳର କଶ୍ମୀର ପୋନମୁଡ଼ି

କେରଳସ୍ଥିତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ପୋନମୁଡ଼ି। ପାହାଡ, ଜଙ୍ଗଲ ତଥା ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟିକୁ ଅନେକେ କେରଳର କଶ୍ମୀର ବୋଲି ମଧ୍ୟ କହିଥାନ୍ତି। ତା’ଛଡ଼ା ଏହା ଏକ ଲୋକପ୍ରିୟ ହନିମୁନ୍‌ ଡେଷ୍ଟିନେଶନ୍‌ ଭାବେ ବି ଜଣାଶୁଣା…

କେରଳ ଥିରୁଭାନନ୍ତପୁରମ୍‌ ଜିଲାରେ ଅବସ୍ଥିତ ପୋନମୁଡ଼ି ହେଉଛି ସ୍ଥାନୀୟ ଏକ ଶୈଳନିବାସ। କିନ୍ତୁ ଏଠାକାର ପ୍ରାକୃତିକ ପରିବେଶ ଏତେ ଆକର୍ଷଣୀୟ ଯେ, ଏହାକୁ ଅନେକେ କେରଳର କଶ୍ମୀର ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଜଙ୍ଗଲ ପରିବେଷ୍ଟିତ ଏହି ପାହାଡ଼ିଆ ସ୍ଥାନଟିରେ ଅନେକ ଜଳପ୍ରପାତ ତଥା ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଏବଂ ଶତାଧିକ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଥାନ୍ତି। କେବଳ ସେତିକି ନୁହେଁ ପୋନମୁଡ଼ିର ପାଖାପାଖି ଅଞ୍ଚଳରେ ଏମିତି ବି କେତେକ ପର୍ଯ୍ୟଟନସ୍ଥଳୀ ଅଛି, ଯାହାର ଆକର୍ଷଣରେ ଆକର୍ଷିତ ହୋଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।

ପୋନମୁଡ଼ିରେ କ’ଣ ଦେଖିବେ
ପେପ୍ପରା ବନ୍ୟପ୍ରାଣୀ ଅଭୟାରଣ୍ୟ:ପ୍ରାୟ ୫୩ ବର୍ଗ କି.ମି. ପରିସୀମା ବ୍ୟାପ୍ତ ଏହି ଅଭୟାରଣ୍ୟଟି ପୋନମୁଡ଼ିର ମୁଖ୍ୟ ପର୍ଯ୍ୟଟନସ୍ଥଳୀ। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ଜାତି ଜାତିକା ପଶୁପକ୍ଷୀଙ୍କ ସମେତ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ବି ଥିବାର ଦେଖିବାକୁ ମିଳିଥାଏ।
ମିନ୍‌ମୁଟ୍ଟୀ ଜଳପ୍ରପାତ:ପୋନମୁଡ଼ିର ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ପାଦଚଲା ରାସ୍ତାରେ କିଛିବାଟ ଗଲେ ଏହି ମିନ୍‌ମୁଟ୍ଟୀ ଜଳପ୍ରପାତ ପଡ଼ିଥାଏ। ସ୍ବଚ୍ଛ ଜଳ ପାଇଁ ଏହି ପ୍ରପାତଟି ବେଶ୍‌ ଲୋକପ୍ରିୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଏହି ସ୍ଥାନଟିକୁ ଚାଲି ଚାଲି ଯିବା ସହିତ ବାଟରେ ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କୁ ଦେଖିବାର ଅନୁଭୂତି ସତରେ ବେଶ୍‌ ରୋମାଞ୍ଚକର ହୋଇଥାଏ। ଖାସ୍‌କରି ପ୍ରକୃତିପ୍ରେମୀଙ୍କ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ। ଜଙ୍ଗଲ ଭିତରେ ଯାତ୍ରୀମାନଙ୍କୁ ବାଟ କଢ଼େଇ ନେବା ପାଇଁ ଜଙ୍ଗଲ ବିଭାଗ ତରଫରୁ ଏଠାରେ ଗାଇଡ୍‌ଙ୍କର ବ୍ୟବସ୍ଥା ମଧ୍ୟ ରହିଛି।

ପୋନମୁଡ଼ି ଜଳପ୍ରପାତ: ପୋନ୍‌ମୁଡ଼ି ଶୈଳନିବାସଠାରୁ ଏହି ଜଳପ୍ରପାତଟିର ଦୂରତା ମାତ୍ର ୧.୫ କି.ମି.। ପୋନମୁଡ଼ିର ନାମାନୁସାରେ ଏହାର ନାମ ପୋନମୁଡ଼ି ଜଳପ୍ରପାତ ରଖାଯାଇଛି। ଏଠାରେ ପର୍ଯ୍ୟଟକ ଜଳପ୍ରପାତର ଆକର୍ଷଣୀୟ ରୂପକୁ ଉପଭୋଗ କରିବା ସହ ନିକଟରେ ଥିବା ଏକ ଡିୟର୍‌ ପାର୍କ ମଧ୍ୟ ବୁଲି ଦେଖିପାରିବେ। ତା’ସହିତ ପର୍ଯ୍ୟଟକଙ୍କ ରହିବା ପାଇଁ ସ୍ବତନ୍ତ୍ର ଭାବେ ବାଉଁଶରେ ତିଆରି ଛୋଟ ଛୋଟ କଟେଜ୍‌ରେ ଅବସ୍ଥାନ କରି କିଛିଟା ନିଆରା ଅନୁଭୂତି ମଧ୍ୟ ସାଉଁଟି ପାରିବେ।

ଅଗସ୍ତିଆର୍‌କୋଦମ୍‌: ପୋନମୁଡ଼ିସ୍ଥିତ ଏହା ଏକ ଉଚ୍ଚତମ ସ୍ଥାନ। ଚତୁଃପାର୍ଶ୍ୱ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ସ୍ଥାନକୁ ବୁଲି ଗଲାବେଳେ ଖୁବ୍‌ ରୋମାଞ୍ଚକର ଲାଗିଥାଏ। ଏତଦ୍‌ବ୍ୟତୀତ ପୋନମୁଡ଼ିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏକ ଇକୋ ପଏଣ୍ଟ ତଥା ଅନେକ ଟ୍ରେକିଂ ସ୍ପଟ୍‌ ମଧ୍ୟ ରହିଛି। ଟ୍ରେକିଂ ଏବଂ ହାଇକିଂ ପାଇଁ ବେଶ୍‌ ସୁବିଧା ଥିବା ଯୋଗୁ, ଏଥିରେ ରୁଚି ରଖୁଥିବା ପର୍ଯ୍ୟଟକମାନଙ୍କର ଖୁବ୍‌ ଭଲ ଭିଡ଼ ଜମିଥାଏ ଏଠାରେ।

କେବେ ଯିବେ
ପୋନମୁଡ଼ିକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବା ପାଇଁ ସୁବିଧା ଥିଲେ ବି, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ଏଠାକୁ ଯିବା ପାଇଁ ମାର୍ଚ୍ଚରୁ ମେ’ ହେଉଛି ସବୁଠାରୁ ଉପଯୁକ୍ତ ସମୟ। ତା’ଛଡ଼ା ବର୍ଷାକାଳରେ ପୋନମୁଡ଼ିର ସୌନ୍ଦର୍ଯ୍ୟ ବେଶ୍‌ ବଢି ଯାଉଥିବାରୁ ଏହି ସମୟରେ ବି ଏଠାକୁ କେତେକ ପର୍ଯ୍ୟଟକ ବୁଲି ଯାଉଥିବାର ଦେଖିବାକୁ ମିଳେ।

କେମିତି ଯିବେ
ଥିରୁଭାନନ୍ତପୁରମ୍‌ ସେଣ୍ଟ୍ରାଲ୍‌ ରେଲଓ୍ବେ ଷ୍ଟେଶନ ଓ ଥିରୁଭାନନ୍ତପୁରମ୍‌ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ହେଉଛି ପୋନମୁଡ଼ିର ନିକଟତମ ରେଳଷ୍ଟେଶନ ତଥା ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଏଠାକୁ ଯାଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ମୁତାବକ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ପୋନମୁଡ଼ିରେ ପହଞ୍ଚତ୍ପାରିବେ।

କ’ଣ କିଣିବେ ଓ କ’ଣ ଖାଇବେ
ଏଠାରେ ଆମିଷ, ନିରାମିଷର ସବୁପ୍ରକାର ଡିସ୍‌ ଖାଇବାକୁ ପାଇପାରିବେ। ବିଶେଷକରି ଏଠି ମାଛରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଖାଇବାକୁ ବେଶ୍‌ ସୁସ୍ବାଦୁ ଲାଗିଥାଏ। ତା’ଛଡ଼ା ସ୍ବତନ୍ତ୍ର ଭାବେ ଅର୍ଡର କଲେ ଏଠାକାର ଅଧିକାଂଶ ରେଷ୍ଟୁରାଣ୍ଟ ତଥା ହୋଟେଲ୍‌ରେ ପର୍ଯ୍ୟଟକଙ୍କୁ କଦଳୀ ପତ୍ରରେ ବିଭିନ୍ନ ପ୍ରକାର ପାରମ୍ପରିକ ଭୋଜନ ପରଷା ଯାଇଥାଏ, ଯାହା ଦେଖିବାକୁ ମନୋରମ ଲାଗିବା ସହ ଖାଇବାରେ ଶାନ୍ତି ପ୍ରଦାନ କରିଥାଏ। ସେହିପରି ପର୍ଯ୍ୟଟକ ଚାହିଁଲେ ଧାର୍ମିକ ପର୍ବପର୍ବାଣିରେ ପିନ୍ଧା ଯାଉଥିବା ଗୋଲ୍ଡେନ୍‌ ବର୍ଡରଯୁକ୍ତ ଶାଢି, ବିଭିନ୍ନ ମସଲାଦ୍ରବ୍ୟ ଆଦି ଶସ୍ତାରେ ଏଠାରୁ କିଣି ମଧ୍ୟ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri