ଦାମୀ ମୁଦି

ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ରହିଥାଏ ବିଶେଷ ଭୂମିକା। ବେଳେବେଳେ କେତେକ ମୁଦି ବ୍ୟକ୍ତିଙ୍କର ଆଭିଜାତ୍ୟକୁ ମଧ୍ୟ ଦର୍ଶାଇଥାଏ। କାରଣ ସେଥିରେ ଲାଗିଥାଏ ଚକଚକିଆ ଆକର୍ଷଣୀୟ ହୀରା, ଯାହାର ଦାମ୍‌ ହୋଇଥାଏ ଆକାଶଛୁଆଁ। ଆଉ ଯାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ବିତ୍ତଶାଳୀ ବା ଧନବାନ୍‌ ଲୋକ ହିଁ ଏହାକୁ କିଣିବା ପାଇଁ ଚିନ୍ତା କରିପାରିବେ…

*ଓ୍ବିଟଲ୍ସବାଚ୍‌ ଗ୍ରାଫ୍‌ ଡାଇମଣ୍ଡ ରିଂ: ଏହି ମୁଦିଟିରେ ୩୧.୦୬ କ୍ୟାରେଟ୍‌ ବିଶିଷ୍ଟ ଏକ ଡିପ୍‌ ବ୍ଲୁ କଲର୍‌ର ଡାଇମଣ୍ଡ ବା ହୀରା ଲାଗିଛି। ଏହି ହୀରାଟିକୁ ପ୍ରଥମେ ଅଷ୍ଟ୍ରିଆ ଓ ବୋବାରିୟନ୍‌ କ୍ରାଉନ୍‌ ଜୁଏଲେରି ମାର୍କେଟ୍‌ରେ ଦେଖିବାକୁ ମିଳିଥିଲା। ପରେ ଏହାକୁ ଲଣ୍ଡନର ଜଣେ ଜୁଏଲେରି ମାଲିକ କିଣି ନେଇ ତାକୁ ପଲିସ୍‌ କରି ସେଥିରେ ଏକ ସୁନ୍ଦର ମୁଦି ତିଆରି କରିଥିଲେ। ଆଉ ଯେତେବେଳେ ଏହାକୁ ନିଲାମ କରାଗଲା, ଏହାର ମୂଲ୍ୟ ହେଲା ପ୍ରାୟ ୮୦ ମିଲିୟନ୍‌ ଡଲାର୍‌।

* ପିଙ୍କ୍‌ ଷ୍ଟାର୍‌ ଡାଇମଣ୍ଡ୍‌ ରିଂ: ଗୋଲାପୀ ରଙ୍ଗର ଏହି ହୀରାଟି ଆଫ୍ରିକାର ଏକ ଖଣି ଖନନ ସମୟରେ ମିଳିଥିଲା। ସେତେବେଳେ ପାଖାପାଖି ଦୁଇ ବର୍ଷ ଲାଗିଥିଲା ଏହାକୁ କାଟିକି ପଲିଶ୍‌ କରି ଠିକ୍‌ ଆକାର ଦେବା ପାଇଁ। ପଲିଶ୍‌ ହେବା ପରେ ଏହା ୫୯.୬୦ କ୍ୟାରେଟ୍‌ ବିଶିଷ୍ଟ ଏକ ସୁନ୍ଦର ହୀରାରେ ପରିଣତ ହୋଇଥିଲା। ଆଉ ଯେତେବେଳେ ଏହି ହୀରାରୁ ଏକ ମୁଦି ତିଆରି କରି ବିକିବା ପାଇଁ ନିଲାମ ଡକାଗଲା, ସେତେବେଳେ ଈଶାକ୍‌ ଉଲ୍ଫ ନାମକ ଜଣେ ବ୍ୟକ୍ତି ୭୨ ମିଲିୟନ୍‌ ଡଲାର୍‌ରେ ଏହାକୁ କିଣି ନେଇଥିଲେ।

*ଦ ଗ୍ରାଫ୍‌ ପିଙ୍କ୍‌ ଡାଇମଣ୍ଡ ରିଂ: ଆଜକୁ ପ୍ରାୟ ୬୦ ବର୍ଷ ତଳେ ହଂକଂରେ ହେଉଥିବା ଏକ ନିଲାମରେ ଏହି ମୁଦିଟି ଲୋକଲୋଚନକୁ ଆସିଥିଲା। ୨୪.୭୮ କ୍ୟାରେଟ୍‌ ବିଶିଷ୍ଟ ଗୋଲାପୀ ରଙ୍ଗର ହୀରା ଲାଗିଥିବା ଏହି ମୁଦି ସେ ସମୟରେ ପ୍ରାୟ ୪୬.୨ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା। ଆଉ ସେତେବେଳେ ଏହାକୁ ହାରି ଓ୍ବିନ୍‌ଷ୍ଟନ୍‌ ନାମକ ଜଣେ ଲୋକପ୍ରିୟ ଗହଣା ବ୍ୟବସାୟୀ କିଣିଥିଲେ ବୋଲି ସୂଚନା ରହିଛି।

* ଦ ଓ୍ବିନଷ୍ଟନ୍‌ ବ୍ଲୁ ଡାଇମଣ୍ଡ ରିଂ: ଆଖିର ଲୁହ ବୁନ୍ଦା ଆକାର ବା ଆଲମଣ୍ଡ ଆକାରର ଏହି ହୀରା ଦେଖିବାକୁ ଯେମିତି ଆକର୍ଷଣୀୟ ସେମିତି ଏହାର ଦାମ୍‌ ବି ଆକାଶଛୁଆଁ। ୧୩.୨୨ କ୍ୟାରେଟ୍‌ ବିଶିଷ୍ଟ ଏହି ହୀରାଟି ଦକ୍ଷିଣ ଆଫ୍ରିକାରୁ ମିଳିଥିଲା। ଏହାକୁ ଅନେକ ବିତ୍ତଶାଳୀ ଲୋକ କିଣାବିକା କରିବା ପରେ ଶେଷରେ ଏହା ୨୦୧୪ ମସିହାରେ ଆମେରିକାର ଜେମୋଲୋଜିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ହାତକୁ ଆସିଥିଲା, ଆଉ ସେଠାରେ ଏହାକୁ ଓ୍ବିନ୍‌ଷ୍ଟନ୍‌ ବ୍ଲୁ ଡାଇମଣ୍ଡ ଭାବେ ସାର୍ଟିଫାଏଡ୍‌ କରାଗଲା। ପରେ ଏହାକୁ ଦକ୍ଷିଣ ଆଫ୍ରିକାର ଜଣେ ଜୁଏଲେରି ମାଲିକ ପ୍ରାୟ ୨୩.୮ ମିଲିୟନ୍‌ ଡଲାର୍‌ ଦେଇ କିଣି ନେଇଥିଲେ।

*ପରଫେକ୍ଟ ପିଙ୍କ୍‌ ଡାଇମଣ୍ଡ ରିଂ: ଆୟତାକାର ଆକୃତିର ଏହି ଗୋଲାପୀ ରଙ୍ଗର ହୀରାଟି ହେଉଛି ୧୪.୨୩ କ୍ୟାରେଟ୍‌ ବିଶିଷ୍ଟ। ହଂକଂରେ ଅନୁଷ୍ଠିତ ହୋଇଥିବା ଏକ ନିଲାମିରେ ଏହି ହୀରା ମୁଦିଟି ପ୍ରାୟ ୨୩.୨ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା।

*ଦ ଭିଭିଡ୍‌ ୟେଲୋ ରିଂ: ଏହାକୁ ଅନେକେ ଡ୍ରିମ୍‌ ଡାଇମଣ୍ଡ ରିଂ ବୋଲି ବି କହିଥାନ୍ତି। ହଳଦିଆ ରଙ୍ଗର ଏହି ହୀରା ମୁଦିଟିର ମୂଲ୍ୟ ଏକ ନିଲାମିରେ ପ୍ରାୟ ୧୬.୩ ମିଲିୟନ୍‌ ଡଲାର ଧାର୍ଯ୍ୟ କରାଯାଇଥିଲା।

*ଚୋପାର୍ଡ ବ୍ଲୁ ଡାଇମଣ୍ଡ ରିଂ: ଓଭାଲ୍‌ ଶେପ୍‌ର ଏହି ବ୍ଲୁ ଡାଇମଣ୍ଡ ରିଂରେ ଯେଉଁ ବ୍ୟାଣ୍ଡ ଲାଗିଛି, ତାହାବି ୧୮ କ୍ୟାରେଟ୍‌ ବିଶିଷ୍ଟ ହ୍ବାଇଟ୍‌ ଗୋଲ୍ଡରେ ତିଆରି ହୋଇଛି। ଏଥିସହିତ ସେହି ବ୍ୟାଣ୍ଡର ଉଭୟ ପଟେ ଦୁଇଟି ଛୋଟ ଛୋଟ ଧଳା ରଙ୍ଗର ହୀରା ମଧ୍ୟ ଖଚିତ ହୋଇଛି, ଯାହାକି ଏହି ମୁଦିକୁ ଆକର୍ଷଣୀୟ ଲୁକ୍‌ ଦେଉଛି। ସେଥିପାଇଁ ଏହାର ମୂଲ୍ୟ ୧୬.୨୬ ମିଲିୟନ୍‌ ଡଲାର୍‌ ରଖାଯାଇଛି। ତେବେ ଏହି ମୁଦିଟି ସୁଇସ୍‌ କମ୍ପାନୀ ଅନ୍ତର୍ଗତ ଚୋପାର୍ଡ ଜୁଏଲେରି ଦ୍ୱାରା ତିଆରି ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।

*ଦ ବୁଲ୍‌ଗାରୀ ବ୍ଲୁ ରିଂ: ଏହି ମୁଦିରେ ଦୁଇ ପ୍ରକାର ରଙ୍ଗର ହୀରା ଲାଗିଛି। ଗୋଟିଏ ହେଉଛି ୯.୮୭ କ୍ୟାରେଟ୍‌ ବିଶିଷ୍ଟ ଧଳା ରଙ୍ଗର ହୀରା ଏବଂ ଅନ୍ୟଟି ହେଉଛି ୧୦.୯୫ କ୍ୟାରେଟ୍‌ ବିଶିଷ୍ଟ ବ୍ଲୁ କଲର୍‌ର ହୀରା। ତା’ସାଙ୍ଗକୁ ଏକାଧିକ ଛୋଟ ଛୋଟ ଧଳା ରଙ୍ଗର ହୀରା ବି ଏହି ମୁଦିରେ ଖଚିତ ହୋଇଛି। ତେବେ ୧୯୭୦ ମସିହାରେ ଏହି ମୁଦିଟିର ଆନୁମାନିକ ମୂଲ୍ୟ ୫ ମିଲିୟନ୍‌ ଡଲାର୍‌ ହେବା କଥା, କିନ୍ତୁ ସେତେବେଳେ ହୋଇଥିବା ଏକ ନିଲାମିରେ ଏହା ୧୫.୭ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା।

*ଦ ଭିଭିଡ୍‌ ପିଙ୍କ୍‌ ରିଂ: ୫ କ୍ୟାରେଟ୍‌ ବିଶିଷ୍ଟ ହାଲୁକା ଗୋଲାପୀ ରଙ୍ଗର ହୀରା ଲାଗିଥିବା ଏହି ମୁଦିଟି ହଂକଂରେ ହୋଇଥିବା ଏକ ନିଲାମିରେ ପ୍ରାୟ ୧୧.୮ ମିଲିୟନ୍‌ ଡଲାର୍‌ରେ ବିକ୍ରି ହୋଇଥିଲା। ଆଉ ଏହି ହୀରାଟି ଦକ୍ଷିଣ ଆଫ୍ରିକାର ଏକ ଖଣିରୁ ମିଳିଥିଲା ବୋଲି ସୂଚନା ରହିଛି।

*ବ୍ଲୁ ଡାଇମଣ୍ଡ ରିଂ: କୁସନ୍‌ ଶେପ୍‌ର ଏହି ନୀଳ ରଙ୍ଗର ହୀରା ମୁଦିଟିରେ ୬.୦୧ କ୍ୟାରେଟ୍‌ ବିଶିଷ୍ଟ ଏକ ନୀଳ ରଙ୍ଗର ହୀରା ଲାଗିଛି। ତା’ସହିତ ଅନେକ ଛୋଟ ଛୋଟ ଧଳା ରଙ୍ଗର ହୀରା ବି ଏଥିରେ ଖଚିତ ହୋଇଛି। ତେବେ ହଂକଂରେ ହୋଇଥିବା ଏକ ନିଲାମିରେ ଏହା ୧୦ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri