ଦୁର୍ବଳ ପ୍ରଦର୍ଶନ

Dillip Cherian

ହାଉସିଂ ଆଣ୍ଡ୍‌ ଅର୍ବାନ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ହୁଡ୍‌କୋ) ଭାରତ ସରକାରଙ୍କର ଏକ ପ୍ରମୁଖ ହାଉସିଂ ଫାଇନାନ୍ସ କର୍ପୋରେଶନ। ସେପ୍ଟେମ୍ବର ୨୦୧୯ରେ ଡ. ଏମ୍‌. ରବି କାନ୍ତଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେବା ପରେ ଆଇଏଏସ୍‌ରୁ ଇସ୍ତଫା ଦେଇଥିଲେ ଓ ସେବେଠାରୁ କର୍ପୋରେଶନ ବିନା ନିୟମିତ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି)ରେ ଚାଲିଛି । ଆଶ୍ଚର୍ଯ୍ୟର କଥା, ସରକାର ଅସ୍ଥାୟୀ ସିଏମ୍‌ଡିମାନଙ୍କୁ ନିଯୁକ୍ତି ଦେଇ କାର୍ଯ୍ୟ କରିବାରେ ବେଶ୍‌ ସନ୍ତୁଷ୍ଟ ଅଛନ୍ତି। ଏହି ପଦବୀରେ ସରକାର ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟରୁ ବିଭିନ୍ନ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀମାନଙ୍କୁ ଆଣି ନିଯୁକ୍ତି ଦେଇ ହୁଡ୍‌କୋକୁ ସଞ୍ଚାଳନ କରି ଆସିଛନ୍ତି। ପୂର୍ବରୁ ମଧ୍ୟ କର୍ପୋରେଶନକୁ ସୁରୁଖୁରୁରେ ଚଳାଇବାକୁ ତିନି ଆଡ୍‌ହକ୍‌ ସିଏମ୍‌ଡିଙ୍କୁ ନିଯୁକ୍ତି ଦିଆଯାଇଥିଲା। କର୍ପୋରେଶନର ସିଏମ୍‌ଡିମାନଙ୍କ ମଧ୍ୟରେ ରହିଛନ୍ତି କର୍ପୋରେଟ ପ୍ଲାନିଂର ନିର୍ଦ୍ଦେଶକ ଏମ୍‌. ନାଗରାଜ ଏବଂ ଶିବ ଦାସ ମେନନ୍‌ ଓ କାମ୍‌ରନ ରିଜ୍‌ଭି ।
ଉଭୟେ ମେନନ୍‌ ଏବଂ ରିଜ୍‌ଭି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିଲେ। ହୁଡ୍‌କୋର ପଦବୀ ପୂରଣ କରିବାରେ ସରକାରଙ୍କ ଅକ୍ଷମତାରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। କିନ୍ତୁ ଏହାକୁ ନେଇ କେତେଜଣ ବାବୁଙ୍କ ହୃଦ୍‌ବୋଧ ହେଉଛି ଯେ, ମନ୍ତ୍ରଣାଳୟରେ ବାବୁମାନେ ଜାଣିଶୁଣି ନିଯୁକ୍ତିରେ ବିଳମ୍ବ କରୁଛନ୍ତି; ଯଦିଓ କେହି ଚିହ୍ନା ପଡ଼ି ସ୍ପଷ୍ଟ ଭାବେ କିଛି କହିବାକୁ ଚାହଁୁନାହାନ୍ତି। ସୂତ୍ରରୁ ଜଣାପଡ଼ିଛି , ଅତୀତରେ କର୍ପୋରେସନର ଇନିସିଆଲ୍‌ ପବ୍ଲିକ ଅଫରିଂ(ଆଇପିଓ)କୁ ନିବେଶକମାନେ ୮୦ଗୁଣ ସବ୍‌ସ୍କ୍ରାଇବ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଏହି ନେତୃତ୍ୱହୀନ କର୍ପୋରେଶନର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଆସିଛିି। ଏହା ନିବେଶଙ୍କ ଦ୍ୱାରା ଭଲ ଭାବେ ଗଢ଼ାଯାଇପାରିଥାଆନ୍ତା। କିନ୍ତୁ ଲାଭକୁ ହାତଛଡ଼ା କରାଯାଇଛି। ଏହାର କାରଣ ବି କାହାକୁ ଜଣାନାହିଁ।
ବିରାଟ ବିଜୟ
ଡ.ପରାଶରମ୍‌ ପି.କେ. ରାମାଚାର୍ୟୁଲୁ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପାଇବାରେ ସେ ହେଉଛନ୍ତି ରାଜ୍ୟସଭା କ୍ୟାଡର୍‌ (ଆର୍‌ଏସ୍‌ କ୍ୟାଡର)ର ପ୍ରଥମ ଅଧିକାରୀ। ଆଇଏଏସ୍‌ ଅଧିକାରୀ ଦେଶ୍‌ ଦୀପକ ବର୍ମାଙ୍କ ପରେ ତାଙ୍କୁ ଏହି ପଦବୀ ମିଳିଛି। ବର୍ମାଙ୍କ ପୂର୍ବରୁ ଏହି ପଦବୀରେ କେବଳ ଶକ୍ତିଶାଳୀ ଆଇଏଏସ୍‌ମାନେ ରହୁଥିଲେ ଓ ଏହାଯୋଗୁୁ ଆର୍‌ଏସ୍‌ କ୍ୟାଡର ଅଧିକାରୀମାନେ ସୁଯୋଗରୁ ବଞ୍ଚିତ ହେଉଥିଲେ । ତେବେ ରାମାଚାର୍ୟୁଲୁଙ୍କ ନିଯୁକ୍ତି ନିଶ୍ଚିତ ଭାବେ ଆର୍‌ଏସ୍‌ କ୍ୟାଡର ଅଧିକାରୀଙ୍କ ପାଇଁ ଏକ ଖୁସି ଖବର , ବିରାଟ ବିଜୟ। ଆଶ୍ଚର୍ଯ୍ୟର କଥା, ରାମାଚାର୍ୟୁଲୁଙ୍କ ନିଯୁକ୍ତି ପତ୍ରରେ ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନିଯୁକ୍ତି ଚୁକ୍ତିଭିତ୍ତିରେ କରାଯାଇଛି ବୋଲି ରାଜ୍ୟସଭା ଅଧ୍ୟକ୍ଷଙ୍କ ଦପ୍ତର ଦ୍ୱାରା ଜାରି ନିଯୁକ୍ତି ବିଜ୍ଞପ୍ତିରେ କୁହାଯାଇଛି ଓ ପରବର୍ତ୍ତୀ ଅର୍ଡର ନ ପାଇବା ଯାଏ କାର୍ଯ୍ୟ କରିବା ଲାଗି ଦର୍ଶାଯାଇଛି। କେନ୍ଦ୍ରର ଏଭଳି ପଦକ୍ଷେପରେ ବାବୁମାନେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ରାଜ୍ୟସଭା ଅଧ୍ୟକ୍ଷ ଥିବା ଯାଏ ରାମାଚାର୍ୟୁଲୁ ତାଙ୍କ ପଦବୀରେ ରହିବେ କି ? ମୋଦି ସରକାର ଆଇଏଏସ୍‌ ଅଧିକାରୀମାନଙ୍କ ପଞ୍ଝାରୁ ଆଉ ଏକ ପଦବୀକୁ ଛଡ଼ାଇନେବାକୁ ଚେଷ୍ଟା କରୁଛନ୍ତି କି? ଏଭଳି ପ୍ରଶ୍ନ ବାବୁମାନଙ୍କ ମନରେ ମଧ୍ୟ ଉଙ୍କି ମାରୁଛି। ଜାଣିବାକୁ ମିଳିଛି, ଏହି ପଦବୀ ଲାଗି ରାମାଚାର୍ୟୁଲୁଙ୍କୁ ଉପରାଷ୍ଟ୍ରପତିଙ୍କ ସମର୍ଥନ ମିଳିଥିତ୍ଲା ଓ ତାଙ୍କ ବ୍ୟତୀତ ଆଉ କାହା ନାମ ବିଚାରକୁ ନିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। କିନ୍ତୁ ସରକାରରେ ଅନେକ ଦେଶ ଦୀପକ ଆଉ ଏକ ଟର୍ମ ରହିବା ଲାଗି ଚାହଁୁଥିଲେ ବି ନାଇଡୁଙ୍କ କଥା ରହିଥିଲା। ରାଜ୍ୟସଭା କ୍ୟାଡର୍‌ ଅଧିକାରୀଙ୍କର ଶୀର୍ଷ ପଦକୁ ପଦୋନ୍ନତି ହେବା ଏକ ଏ୍ୟତିହାସିକ ଘଟଣା। ସରକାର ତାଙ୍କ କାର୍ଯ୍ୟକାଳ ଉପରେ ରହିଥିବା ସନ୍ଦେହ ସ୍ପଷ୍ଟ କଲେ ଆହୁରି ଭଲ ହୁଅନ୍ତା।
ମୁଖିଆ ଖୋଜା ଚାଲିଛି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ ଏସ୍‌.କେ.ମିଶ୍ରଙ୍କ ପରେ ସେହି ପଦବୀରେ ଆଉ ଆଇଏଏସ୍‌ ଅଧିତ୍କାରୀ ନ ରହି ଆଇଆର୍‌ଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀ ରହିବେ ବୋଲି ବାବୁମାନଙ୍କର ବିଶ୍ୱାସ ଜନ୍ମିଛିି। କିନ୍ତୁ ଜାଣିବାକୁ ପାଉଛୁ ଯେ ଏଭଳି ପ୍ରମୁଖ ପଦବୀର ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିିଏମ୍‌ଓ)ରେ ନିଷ୍ପିତ୍ତି ନିଆଯାଏ ଏବଂ ଏହା ଏବେ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବ ବୋଲି ମନେହେଉଛି। ଏସ୍‌.କେ. ମିଶ୍ର ନଭେମ୍ବର ମଧ୍ୟଭାଗ ସୁଦ୍ଧା ଅବସର ନେବା ସମ୍ଭାବନା ରହିଛି। ସରକାର ତାଙ୍କ ସ୍ଥାନରେ ନିଯୁକ୍ତି ପାଇଁ ଅନ୍ୟ ଅଧିକାରୀମାନଙ୍କୁ ଖୋଜୁଥିତ୍ବା ସ୍ପଷ୍ଟ ହୋଇଛି। ଏହି କ୍ରମରେ ଇଡିର ମୁଖ୍ୟ ପଦ ଲାଗି ବହୁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି। ସେମାନଙ୍କ ମଧ୍ୟରେ ରହିଛନ୍ତି, ବରିଷ୍ଟ ଆଇଆର୍‌ଏସ୍‌ ଅଧିକାରୀ ସୀମାଞ୍ଚଳ ଦାସ। ସୂଚନାଯୋଗ୍ୟ, ଦାସଙ୍କ ପାଇଁ ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟିଲଙ୍କ କୃପାରୁ ଇଡିରେ ଏକ ପ୍ରିନ୍ସିପାଲ ସ୍ପେଶିଆଲ ଡାଇରେକ୍ଟର ପଦବୀ ସୃଷ୍ଟି କରାଯାଇଥିଲା। ଏହି ଦୌଡରେ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ୧୯୮୮ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ତଥା ଏବକାର ସିବିଆଇ ସ୍ପେଶିଆଲ ଡାଇରେକ୍ଟର ପ୍ରବୀଣ ସିହ୍ନା । ଏହାବାଦ୍‌ ୟୁନିୟନ୍‌ ଟେରିଟୋରି କ୍ୟାଡର୍‌ର ଏସ୍‌.ଏମ୍‌. ସହାଇ ନିଯୁକ୍ତି ଦୌଡ଼ର ସବୁଠୁ ଆଗରେ ରହିଥିବା କୁହାଯାଉଛି। ଆଇପିଏସ୍‌ ଅଧିକାର ବଲେଶ କୁମାର କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଥିବାରୁ ସେ ଦୌଡରୁ ବାହାରେ ରହିଥିବା ଚର୍ଚ୍ଚାହେଉଛି। କିନ୍ତୁ ପର୍ଯ୍ୟବେକ୍ଷକମାନେ କହୁଛନ୍ତି, ଦୌଡ଼ରେ ସାମିଲ ହେବା ପାଇଁ ତାଙ୍କର ମଧ୍ୟ ଇଚ୍ଛା ରହିଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri