ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା ଦୋକାନଠାରୁ ଆରମ୍ଭ କରି ଛୋଟିଆ ଘରକୁ ଧୂଳିସାତ୍‌ କରି ଦିଆଯାଉଛି ତ ଆଉକେବେ ଉଚ୍ଚ ନ୍ୟାୟାଳୟର ଆଦେଶ ସତ୍ତ୍ୱେ ଥିଲାବାଲାଙ୍କ ଅଟ୍ଟାଳିକାକୁ ପୌର ପ୍ରଶାସନର ହାତ ପାଉନାହିଁ। ଯଦିଓ ଲୋକଙ୍କ ଚାପରେ ଥିଲାବାଲାଙ୍କ ଘରକୁ ବୋଲଡୋଜର ପହଞ୍ଚୁଛି, ତେବେ ଲୋକ ଦେଖାଣିଆଁ ଆଂଶିକ ଉଚ୍ଛେଦ କରାଯାଉଛି। ଗରିବଙ୍କ ଦେକାନକୁ ଉଚ୍ଛେଦ କରାଯାଉଛି। ଦୋକାନ ଗୃହ ନିର୍ମାଣ ପାଇଁ ଜାଗା ଦିଆଯାଇ ଉଚ୍ଛେଦରେ ପ୍ରଭାବିତ ଦୋକାନୀଙ୍କୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଉଛି। ଏହାପରେ ଗରିବ ଦୋକାନୀମାନେ ସମ୍ପୃକ୍ତ ସ୍ଥାନରେ ଦୋକାନ ଗୃହ ନିର୍ମାଣ କରୁଛନ୍ତି। ମାତ୍ର ଦୋକାନ ଗୃହ ନିର୍ମାଣ ସରିବା ପରେ ପୌର ପ୍ରଶାସନ ପୁଣି ସେହି ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗି ଦେଉଛି। ବରଗଡ଼ ଗୁରୁଦ୍ୱାରା ଛକ-ରେଳ ଷ୍ଟେଶନ ରୋଡ୍‌ରେ ଗରିବ ଦୋକାନୀଙ୍କ ପ୍ରତି ଏଭଳି ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବାରମ୍ବାର ରାୟ ଦେବା ସତ୍ତ୍ୱେ ସମ୍ପୃକ୍ତ ଜବରଦଖଲ ଅଂଶକୁ ଦୀର୍ଘ ୩ବର୍ଷ ହେଲା, ପୌର ପ୍ରଶାସନ ସମ୍ପୁର୍ଣ୍ଣ ଉଚ୍ଛେଦ କରି ପାରିନାହିଁ।
ସୂଚନା ଅନୁଯାୟୀ, ସହରର କିଛି ଗରିବ ଲୋକେ ଗୁରୁଦ୍ୱାରା ଛକ ନିକଟରେ ଦୋକାନ କରିଥିଲେ। ମାତ୍ର ଗୁରୁଦ୍ୱାରା ଛକ-ରେଳ ଷ୍ଟେଶନ ରାସ୍ତା ପ୍ରଶସ୍ତିକରଣ ପାଇଁ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇଥିଲା ଏବଂ ଏହି ରାସ୍ତାର ଅନ୍ୟ ସ୍ଥାନରେ ଦୋକାନ ଗୃହ ନିର୍ମାଣ ପାଇଁ ସେମାନଙ୍କୁ ଜାଗା ସହିତ ଅସ୍ଥାୟୀ ଲାଇସେନ୍ସ ଦିଆଯାଇଥିଲା। ଫଳରେ ସମ୍ପୃକ୍ତ ଦୋକାନୀମାନେ ଧାର, କରଜ କରି ସେହି ଜାଗାରେ ନୂତନ ଦୋକାନ ଗୃହ ନିର୍ମାଣ କରଥିଲେ। କିଛି ଦୋକାନ ଗୃହ ନିର୍ମାଣାଧୀନ ଥିବାବେଳେ ଆଉକିଛି ଦୋକାନ ଗୃହ ସମ୍ପୂର୍ଣ୍ଣ ହୋଇଥିଲା। ସେହି ଦୋକାନରେ ବିଭିନ୍ନ ସାମଗ୍ରୀ ବିକ୍ରିବଟା କରି ଗରିବ ଲୋକେ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ମଙ୍ଗଳବାର ସମ୍ପୃକ୍ତ ଦୋକାନୀଙ୍କୁ କୌଣସି ଆଗୁଆ ନୋଟିସ୍‌ ନ ଦେଇ ପୌର ଓ ରାଜସ୍ବ ବିଭାଗ ଅଧିକାରୀମାନେ ପୋଲିସ ଉପସ୍ଥିତିରେ ସେହି ଦୋକାନ ଗୃହ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିରେ ସମ୍ପୃକ୍ତ ଦୋକାନୀମାନଙ୍କୁ ସେମାନଙ୍କ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି। ଜଣେ ଦୋକାନୀ କାର୍ତ୍ତିକେଶ୍ୱର ମେହେର କହିଛନ୍ତି, ପୌର ପ୍ରଶାସନ ଯେଉଁ ଜାଗାରେ ଦୋକାନ ଗୃହ ନିର୍ମାଣ ପାଇଁ କହିଥିଲା, ସେଠାରେ ସେ ଦୋକାନ ନିର୍ମାଣ କରିଥିଲେ। ଧାର, କରଜ କରି ଦୋକାନ ନିର୍ମାଣରେ ୪୫ରୁ ୫୦ହଜାର ଟଙ୍କା ଯାଏ ଖର୍ଚ୍ଚ କରିଥିଲେ। ଏଥିପାଇଁ ପୌର ପ୍ରଶାସନ ଏକ ଅସ୍ଥାୟୀ ଲାଇସେନ୍ସ ଦେଇଥିଲେ। ସେହି ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ସେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ଦୋକାନ ଗୃହକୁ ପୌର ପ୍ରଶାସନ ପୁଣି ଉଚ୍ଛେଦ କରିଥିବାରୁ ସେ କିଭଳି ଧାର, କରଜ ପରିଶୋଧ କରିବେ ଏବଂ ପରିବାର ପ୍ରତିପୋଷଣ କରିବେ, ସେହି ଚିନ୍ତା ଏବେ ତାଙ୍କୁ ଘାରିଛି ବୋଲି କହିଛନ୍ତି। ସେହିପରି ବରଗଡ଼ର ଜଣେ ଆଡ଼ଭୋକେଟ୍‌ ଅନୁପ କୁମାର ଶତପଥୀ ପୌର ପ୍ରଶାସନର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ନିନ୍ଦା କରିଛନ୍ତି। ବରଗଡ଼ ନାଗରିକ ମଞ୍ଚ ଗତ କିଛିଦିନ ତଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଜିଲାପାଳଙ୍କୁ ଭେଟି ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି କରିଥିଲେ। ଯେତେଦିନ ଯାଏ ଏହି ସ୍ଥାନର ଉଚ୍ଛେଦ ସମ୍ପୂର୍ଣ୍ଣ ନ ହୋଇଛି, ସେତେଦିନ ଯାଏ ଅନ୍ୟ ସ୍ଥାନରେ ଉଚ୍ଛେଦ ନ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରାଯାଇଥିଲା। ମାତ୍ର ତାକୁ ଭ୍ରୂକ୍ଷେପ ନ କରି ପୌର ପରିଷଦ ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ବଦଳରେ ଯେଉଁ ଗରିବ ଦୋକାନୀଙ୍କୁ ବିନା ନୋଟିସ୍‌ରେ ଉଚ୍ଛେଦ କଲା, ଆଗାମୀ ଦିନରେ ବିଭାଗୀୟ ଅଧିକାରୀମାନେ ତାର ପରିଣାମ ନିଶ୍ଚୟ ଭୋଗିବେ ବୋଲି ଶତପଥୀ କହିଛନ୍ତି।
ପ୍ରକାଶଥାଉକି, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ୨୦୨୩ ରୁ ସହରବାସୀଙ୍କ ଦାବି ହୋଇ ଆସୁଛି। ଉଚ୍ଛେଦ ସପକ୍ଷରେ ୩ଥର ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଇ ସାରିଲେଣି। କିନ୍ତୁ ଯାଏ ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇ ନାହିଁ। ପର୍ଯ୍ୟାୟକ୍ରମେ ଉଚ୍ଛେଦ ଚାଲିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ଉଦାସୀନତାରୁ ସହରରେ ଅସନ୍ତୋଷ ଲାଗି ରହିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri