Posted inଜାତୀୟ

ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ

ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ କ୍ୟାମେରାମ୍ୟାନ। ଏହି ଘଟଣାକୁ ସୋନୁ ସୁଦ, ସ୍ବରା ଭାସ୍କର ଓ ପୂଜା ଭଟ୍ଟଙ୍କ ଭଳି ଅନେକ ବଲିଉଡ୍‌ ଅଭିନେତା ସମାଲୋଚନା କରିଛନ୍ତି।

ଗତ ୩ ତାରିଖରେ କ୍ରୁଜ ଜାହଜ ଉପରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଚଢ଼ାଉ ପରଠାରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଜେଲରେ ଅଛନ୍ତି। ତାଙ୍କୁ ଜେଲରେ ଭେଟିଛନ୍ତି ଶାହରୁଖ।

ଶାହରୁଖ କିମ୍ବା ଆର୍ଯ୍ୟନଙ୍କ ନାମ ନ ନେଇ ସୋନୁ ସୁଦ ହିନ୍ଦୀରେ ଲେଖିଛନ୍ତି, କାହାର ଭାବନା ପଛରେ କ୍ୟାମେରା ଧରି ଦୌଡ଼ିବା ପୂର୍ବରୁ ଗୋଟିଏ କଥା ମନେ ରଖିବା ଉଚିତ। ଭାଗବାନଙ୍କ କ୍ୟାମେରା ତୁମ ଉପରେ ଅଛି। କାହିଁକି ନା ସବୁ ଖବର ଖବର ନୁହେଁ।

ସେହିଭଳି ପୂଜା ଲେଖିଛନ୍ତି, ପ୍ରିୟ ଗଣମାଧ୍ୟମ ବନ୍ଧୁମାନେ। ବର୍ତ୍ତମାନ ସମୟ ସଭିଙ୍କ ପାଇଁ କଷ୍ଟକର। ବାଇଟ୍‌ ନେବା ପାଇଁ ତୁମ ଉପରେ ଚାପ ଅଛି, ମୁଁ ବୁଝିଛି। କିନ୍ତୁ ଏଥିଲାଗି ନିଜ ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ସାଲିସ କରିବା କ’ଣ ଉଚିତ। ଏଭଳି ଆଚରଣ ବିଷୟରେ ନିଜ ଛୁଆଙ୍କୁ କ’ଣ ଉତ୍ତର ଦେବ? ଦୁଃଖଦାୟକ। ଅଭିନେତାଙ୍କ ଏଭଳି ଟୁଇଟ୍‌କୁ ପ୍ରଶଂସା କରିଛନ୍ତି ଶାହରୁଖଙ୍କ ପ୍ରଶଂସକ।


Enter your email to get our daily news in your inbox.

All Right Reserved By Dharitri.Com

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ହାରାହାରି ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୨୨-୨୩ ରେ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ପରିସଂଖ୍ୟାନ ଏବଂ ଯୋଜନା...

୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା

ନୂଆଦିଲ୍ଲୀ,୨୪।୨: ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଗତ କିଛି ବର୍ଷ ହେବ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ...

ସ୍କୁଲ୍ ପାଖରେ ଥିବା ମଦ ଦୋକାନ ଉଠାଇବାକୁ ହାଇକୋର୍ଟ ଦ୍ୱାରସ୍ତ ହେଲେ ୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ,୨୪।୨: ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ଉଠାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ପାଞ୍ଚ ବର୍ଷର ଛାତ୍ର। ପିଲା ଜଣକ ତାଙ୍କ ପିତାଙ୍କ...

ୟୁଜ୍‌ ଆଣ୍ଡ୍‌ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା

ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ...

Video: ଯେବେ ପ୍ରଥମ ଥର ନିର୍ବାଚନ ​​ଜିତିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡ଼ିଓ ସେୟାର କରି ମନେ ପକାଇଲେ ପୁରୁଣା ଦିନ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆ ଏକ୍ସ’ରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାରର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏଥିରେ ସେ...

ଲୋକ ସଭା ନିର୍ବାଚନ ପାଇଁ କ’ଣ ହେବ ରଣନୀତି, ଭାଜପା ପ୍ରସ୍ତୁତ କଲା ୧୦୦ ଦିନିଆ ରୋଡ୍‌ମ୍ୟାପ୍‌

ନୂଆଦିଲ୍ଲୀ,୨୪ା୨: ଲୋକ ସଭା ନିର୍ବାଚନକୁ ନେଇ ଭାଜପାର ଅନେକ ବୈଠକ ଚାଲିଛି। ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଏବଂ ଏନ୍‌ଡିଏ ପାଇଁ...

ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର...

ଭିଡ଼ ହିଂସା ଏବଂ ନାବାଳିକାକୁ ଗଣବଳାତ୍କାର ପାଇଁ ମୃତ୍ୟୁଦଣ୍ଡ, ଜୁଲାଇ ୧ ରୁ ଦେଶରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୨୪।୨: ନୂଆଦିଲ୍ଲୀ,୨୪।୨: କେନ୍ଦ୍ର ସରକାର ଜୁଲାଇ ୧, ୨୦୨୪ ରୁ ତିନୋଟି ନୂଆ ଆପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର (ଫେବୃଆରୀ ୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri