କରୋନାରେ ହଜିଗଲା ପଲିଥିନ କଟକଣା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ପଲିଥିନମୁକ୍ତ କରିବାକୁ ଚାହୁଁଛନ୍ତି। ଏପରି କି ପ୍ରଥମ ପର୍ଯ୍ୟାୟରେ ସମସ୍ତ ସହରାଞ୍ଚଳକୁ ପଲିଥିନମୁକ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ କରୋନା ମହାମାରୀ ଅର୍ଥାତ୍‌ ଗତ ମାର୍ଚ୍ଚ ମାସରୁ ସହରାଞ୍ଚଳଗୁଡ଼ିକରେ ପଲିଥିନ ଏବଂ ନିଷେଧ ହୋଇଥିବା ସାମଗ୍ରୀଗୁଡ଼ିକ ଉପରେ ଯାଞ୍ଚ ହେଉ ନ ଥିବା କାରଣରୁ ଏହାର ବ୍ୟବହାର ବହୁ ମାତ୍ରାରେ ବଢ଼ି ଯାଇଛି। ଗତ ୪ ମାସ ହେବ ସରକାରଙ୍କ କଟକଣା ସତେଯେମିତି ମୂଲ୍ୟହୀନ ହୋଇପଡ଼ିଛି। ଏହି ସାମଗ୍ରୀ ପରିବେଶକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଏଥିପ୍ରତି ରାଜ୍ୟ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ କିମ୍ବା ରାଜ୍ୟ ପ୍ରଦୂଷଣ ବୋର୍ଡ କୌଣସି ନଜର ନ ଦେବା ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।
୨୦୧୮ ଗାନ୍ଧୀ ଜୟନ୍ତୀଠାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଥିଲା। ୨୦୧୯ ଅକ୍ଟୋବର ୨ତାରିଖରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଗର ନିଗମର କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡବିଧାନ କରିପାରିବେ। ଜିଲାପାଳ ପଲିଥିନ କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସକାଶେ ଏଡିଏମ୍‌, ଏସ୍‌ପି, ବନଖଣ୍ଡ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ସାମିଲ କରିବେ। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରି କରୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡିକୁ ନଷ୍ଟ କରିବାକୁ କୁହାଯାଇଥିଲା। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋର୍‌ଦାର ହୋଇଥିଲା।

୨୦୧୯ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୯.୨୦ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୧ ହଜାର ୮୪୬ କିଲୋ ପଲିଥିନ୍‌ ଜବତ ହୋଇଥିଲା। ଜଗତ୍‌ସିଂହପୁର ଜିଲାରେ ୬୦ କେଜି ପଲିଥିନ୍‌ ଜବତ ହୋଇଥିବାବେଳେ ବୌଦ୍ଧ ୭୬, ନୂଆପଡ଼ା ୧୧୭, ନବରଙ୍ଗପୁର ୧୩୧, ବାଲେଶ୍ୱର ୧୨୯ ଏବଂ ଦେବଗଡ଼ରେ ୫ କେଜି ଜବତ ହୋଇଥିଲା। ତେବେ ଅନ୍ୟ ୧୮ଟି ଜିଲାରେ ୧୦ କେଜିରୁ କମ୍‌ ପଲିଥିନ୍‌ ଜବତ ହୋଇଥବା ଜଣାପଡ଼ିଛି। ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲାରୁ ଆଦୌ ପଲିଥିନ୍‌ ଜବତ ହୋଇନାହିଁ କିମ୍ବା ଜରିମାନା ଆଦାୟ ହୋଇନାହିଁ। କଟକଣା ଘୋଷଣା ହେବାର କେଇଦିନ ମଧ୍ୟରେ ଧରପଗଡ଼ ଜୋରଦାର କରାଯାଇଥିଲା। ସାଧାରଣ ଲୋକେ ଓ ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ତେବେ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନ ପରେ ପଲିଥିନ ବ୍ୟବହାର ପୁଣି ବଢ଼ିଯାଇଛି। କଟକଣା କଡ଼ାକଡ଼ି ପାଳନ ହେଉ ନ ଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ସାଧାରଣ ଲୋକ ମଧ୍ୟ ବିନା ସଙ୍କୋଚରେ ବ୍ୟବହାର କରିଚାଲିଛନ୍ତି। ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତ ରହିଛନ୍ତି। ତେବେ ପଲିଥିନ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri