କରୋନାରେ ହଜିଗଲା ପଲିଥିନ କଟକଣା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ପଲିଥିନମୁକ୍ତ କରିବାକୁ ଚାହୁଁଛନ୍ତି। ଏପରି କି ପ୍ରଥମ ପର୍ଯ୍ୟାୟରେ ସମସ୍ତ ସହରାଞ୍ଚଳକୁ ପଲିଥିନମୁକ୍ତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ କରୋନା ମହାମାରୀ ଅର୍ଥାତ୍‌ ଗତ ମାର୍ଚ୍ଚ ମାସରୁ ସହରାଞ୍ଚଳଗୁଡ଼ିକରେ ପଲିଥିନ ଏବଂ ନିଷେଧ ହୋଇଥିବା ସାମଗ୍ରୀଗୁଡ଼ିକ ଉପରେ ଯାଞ୍ଚ ହେଉ ନ ଥିବା କାରଣରୁ ଏହାର ବ୍ୟବହାର ବହୁ ମାତ୍ରାରେ ବଢ଼ି ଯାଇଛି। ଗତ ୪ ମାସ ହେବ ସରକାରଙ୍କ କଟକଣା ସତେଯେମିତି ମୂଲ୍ୟହୀନ ହୋଇପଡ଼ିଛି। ଏହି ସାମଗ୍ରୀ ପରିବେଶକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଏଥିପ୍ରତି ରାଜ୍ୟ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ କିମ୍ବା ରାଜ୍ୟ ପ୍ରଦୂଷଣ ବୋର୍ଡ କୌଣସି ନଜର ନ ଦେବା ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।
୨୦୧୮ ଗାନ୍ଧୀ ଜୟନ୍ତୀଠାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଥିଲା। ୨୦୧୯ ଅକ୍ଟୋବର ୨ତାରିଖରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଗର ନିଗମର କମିଶନର ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ ୧୯୮୬ ଅନୁଯାୟୀ ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡବିଧାନ କରିପାରିବେ। ଜିଲାପାଳ ପଲିଥିନ କଟକଣାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସକାଶେ ଏଡିଏମ୍‌, ଏସ୍‌ପି, ବନଖଣ୍ଡ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ସାମିଲ କରିବେ। ପଲିଥିନ ବିକ୍ରି, ଉତ୍ପାଦନ, ଗଚ୍ଛିତ କରି କରୁଥିବା ସଂସ୍ଥା କିମ୍ବା ବ୍ୟବସାୟୀ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୧ ମାସ ମଧ୍ୟରେ ସେଗୁଡିକୁ ନଷ୍ଟ କରିବାକୁ କୁହାଯାଇଥିଲା। କଟକଣା ଲାଗୁ ହେବାର କିଛି ମାସ ମଧ୍ୟରେ ଧରପଗଡ଼ ଜୋର୍‌ଦାର ହୋଇଥିଲା।

୨୦୧୯ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୯.୨୦ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୧ ହଜାର ୮୪୬ କିଲୋ ପଲିଥିନ୍‌ ଜବତ ହୋଇଥିଲା। ଜଗତ୍‌ସିଂହପୁର ଜିଲାରେ ୬୦ କେଜି ପଲିଥିନ୍‌ ଜବତ ହୋଇଥିବାବେଳେ ବୌଦ୍ଧ ୭୬, ନୂଆପଡ଼ା ୧୧୭, ନବରଙ୍ଗପୁର ୧୩୧, ବାଲେଶ୍ୱର ୧୨୯ ଏବଂ ଦେବଗଡ଼ରେ ୫ କେଜି ଜବତ ହୋଇଥିଲା। ତେବେ ଅନ୍ୟ ୧୮ଟି ଜିଲାରେ ୧୦ କେଜିରୁ କମ୍‌ ପଲିଥିନ୍‌ ଜବତ ହୋଇଥବା ଜଣାପଡ଼ିଛି। ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲାରୁ ଆଦୌ ପଲିଥିନ୍‌ ଜବତ ହୋଇନାହିଁ କିମ୍ବା ଜରିମାନା ଆଦାୟ ହୋଇନାହିଁ। କଟକଣା ଘୋଷଣା ହେବାର କେଇଦିନ ମଧ୍ୟରେ ଧରପଗଡ଼ ଜୋରଦାର କରାଯାଇଥିଲା। ସାଧାରଣ ଲୋକେ ଓ ବ୍ୟବସାୟୀମାନେ ଜରିମାନା ଭୟରେ ପଲିଥିନ ବ୍ୟବହାର ବନ୍ଦ କରି ଦେଇଥିଲେ। ତେବେ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନ ପରେ ପଲିଥିନ ବ୍ୟବହାର ପୁଣି ବଢ଼ିଯାଇଛି। କଟକଣା କଡ଼ାକଡ଼ି ପାଳନ ହେଉ ନ ଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ସାଧାରଣ ଲୋକ ମଧ୍ୟ ବିନା ସଙ୍କୋଚରେ ବ୍ୟବହାର କରିଚାଲିଛନ୍ତି। ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତ ରହିଛନ୍ତି। ତେବେ ପଲିଥିନ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ପିତୃପକ୍ଷରେ ବଦଳିବ ଭାଗ୍ୟ! ଲକ୍ଷ୍ମୀନାରାୟଣ ଯୋଗରେ ୪ ରାଶିଙ୍କୁ ମିଳିବ ଫାଇଦା ହିଁ ଫାଇଦା, ବ୍ୟବସାୟରେ ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଯୁତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଶୁଭ ଗ୍ରହ ଏକାଠି ଆସିଲେ ଏହାର ପ୍ରଭାବ ବିଭିନ୍ନ ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ।…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?