ପ୍ରଦୂଷଣ: ଦିନରେ ରାତି

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ। ହେଲେ ତାହା ଏବେ ଉପଲବ୍ଧ ହେଉ ନ ଥିବା ଦିଲ୍ଲୀ ସହରର ବାୟୁ ପ୍ରଦୂଷଣରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଦିଲ୍ଲୀ ସହରର ଲୋକେ ସବୁଠୁ ଖରାପ ବାୟୁ ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ପ୍ରଦୂଷଣ ରୋକିବାରେ ଦିଲ୍ଲୀ ସରକାରଙ୍କ ଅକ୍ଷମତାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ପରେ କେନ୍ଦ୍ର ସରକାର ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶକୁ ନେଇ ଜରୁରୀ ବୈଠକ ଡାକିଛନ୍ତି । ପ୍ରଦୂଷଣର ପ୍ରତିକାର ସମ୍ପର୍କରେ ନିଷ୍ପତ୍ତି ନେଇ ଗଠିତ ହେବାକୁ ଥିତ୍ବା କମିଟି ନିକଟରେ ଜଣାଇବାକୁ ପ୍ରଧାନ ବିଚାରପତି ଏମ.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଦରକାର ପଡ଼ିଲେ ପ୍ରଦୂଷଣ ମୁକାବିଲା ଲାଗି ସମଗ୍ର ଦିଲ୍ଲୀ ସହର ଲକ୍‌ଡାଉନ ପାଇଁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର କୋର୍ଟକୁ ଜଣାଇଛନ୍ତି। ଏଥିରୁ ପ୍ରଦୂଷଣର ଗମ୍ଭୀରତା ଜଣାପଡ଼ିଛି। ମନେ ରଖିବାକୁ ହେବ ଯେ, ଦିଲ୍ଲୀ ସରକାରଙ୍କ କ୍ଷମତା ଅତ୍ୟନ୍ତ ସଙ୍କୁଚିତ। ଏପରିକି ଦିଲ୍ଲୀ ପୋଲିସ ମଧ୍ୟ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣାଧୀନ ନୁହେଁ। ସେଥିପାଇଁ ଦେଶର ରାଜଧାନୀର ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଉପରେ ରହୁଛି। କେନ୍ଦ୍ର ନିଜଆଡ଼ୁ ଦୋଷ ଖସାଇ ଖୁଣ୍ଟା ପୋଡ଼ିକୁ ଦାୟୀ କରୁଛନ୍ତି। ହେଲେ ସୁପ୍ରିମକୋର୍ଟ ତାହାକୁ ଅସ୍ବୀକାର କରିବା ସହ ଖୁଣ୍ଟା ପୋଡ଼ି ଏହି ସମସ୍ୟାର ଏକ ଅଂଶ ହୋଇପାରେ, କିନ୍ତୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନୁହେଁ ବୋଲି କହିଛନ୍ତି। କୃଷକଙ୍କ ଦୋଷ ଦେଇ ଖସିଯିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଶେଷରେ କୋର୍ଟ ପ୍ରଦୂଷଣ ପାଇଁ ନିର୍ମାଣ, ଶିଳ୍ପ, ଗାଡ଼ି ମୁଖ୍ୟତଃ ଦାୟୀ ବୋଲି ଜଣାଇଛନ୍ତି। କମ୍ୟୁନିଟି ପ୍ଲାଟ୍‌ଫର୍ମ ଲୋକାଲ ସର୍କଲର ସର୍ଭେରୁ ଜଣାପଡ଼ିଛି ଯେ, ଦିଲ୍ଲୀ-ଏନସିଆର୍‌ର ୮୦ ପ୍ରତିଶତ ପରିବାରରେ ଅତିକମ୍‌ରେ ଜଣେ ସଦସ୍ୟ ବାୟୁ ପଦୂଷଣଜନିତ ରୋଗରେ ପୀଡ଼ିତ।
କେବଳ ଦିଲ୍ଲୀ ନୁହେଁ, ବିଶ୍ୱର ସବୁଠୁ ବେଶି ପ୍ରଦୂଷିତ ୩୦ ସହର ମଧ୍ୟରେ ଭାରତର ୨୨ଟି ରହିଛି। ଆମେ କିଭଳି ଭୟଙ୍କର ପ୍ରଦୂଷଣ ବଳୟକୁ ଠେଲି ହୋଇଯାଉଛେ ତାହା ଏଥିରୁ ଅନୁମେୟ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ପାଖାପାଖି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ହାର୍ଭାର୍ଡ ୟୁନିଭର୍ସିଟି ଗବେଷଣାରୁ ମଧ୍ୟ ଜଣାପଡ଼ିଛି, ଚାଇନା ଓ ଭାରତରେ ଜୀବାଶ୍ମ ଇନ୍ଧନ ଉପଯୋଗଜନିତ ପ୍ରଦୂଷଣ ହେତୁ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବାୟୁ ପ୍ରଦୂଷଣ ବିଶ୍ୱର ୫ମ ବୃହତ୍‌ ଘାତକ ହୋଇଥିବାବେଳେ ଭାରତରେ ମୋଟ୍‌ ମୃତ୍ୟୁର ୧୮% ଏହା ଯୋଗୁ ହେଉଛିି। ଏହା ରୋକିବା ଲାଗି ୨୦୧୯ରେ ନ୍ୟାଶ୍‌ନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ (ଏନ୍‌ସିଏପି) ଆରମ୍ଭ କରାଯାଇଥିଲେ ମଧ୍ୟ ସେଭଳି ଅଗ୍ରଗତି ହୋଇପାରିନାହିଁ। ଏଥିପାଇଁ ବ୍ୟୟବରାଦ ହୋଇଥିତ୍ବା ୪,୪୦୦ କୋଟି ଟଙ୍କା କେଉଁଠି ଖର୍ଚ୍ଚ ହେଲା ତାହା ଜାଣିବା କଷ୍ଟକର। ଏଥିରେ ୨୦୨୪ ସୁଦ୍ଧା ବାୟୁ ପ୍ରଦୂଷଣ କଣିକା ୨୦ରୁ ୩୦% କମ୍‌ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଏବେ ମରୀଚିକା ଭଳି ଲାଗୁଛି। ବିଶ୍ୱରେ ଅଧିକ ସଂଖ୍ୟକ ପ୍ରଦୂଷିତ ସହର ଭାରତରେ ଥାଇ ୨୦୭୦ ସୁଦ୍ଧା ଆମେ ନେଟ୍‌ ଜିରୋ ବା ଶୂନ କାର୍ବନ ନିର୍ଗମନ ହାସଲ କରିବାକୁ ସଦ୍ୟ ସମାପ୍ତ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀ (କପ୍‌୨୬)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି, ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ ହେଉଥିବା ଭଳି ମନେ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri