Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଶଶି ଥରୁର, ମଲିକାର୍ଜୁନ ଖଡଗେ, କେ.ଏନ୍ ତ୍ରିପାଠୀ

ନୂଆଦିଲ୍ଲୀ,;୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ରେସ୍‌ରେ ହଠାତ୍ କେତେଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିବା ବେଳେ ଯେଉଁ ଦୁଇ ଜଣଙ୍କ ନାମକୁ ନେଇ ବେଶୀ ଚର୍ଚ୍ଚା ହେଉଥିଲା ସେମାନେ ଏହି ରେସରୁ ବାହାରି ଯାଇଛନ୍ତି । ଜଣେ ହେଉଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ସେପ୍ଟେମ୍ବର ୩୦ ଅର୍ଥାତ୍ ଶୁକ୍ରବାର ଶେଷ ତାରିଖ ଥିବା ବେଳେ ଏବେ ଏହି ପଦ ଲାଗି କଂଗ୍ରେସ ଏମପି ଶଶି ଥରୁର, ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ ଓ କେ.ଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଶଶି ଥରୁର ରାଜଧାନୀ ଦିଲ୍ଲୀରେ ଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଥିଲା । ମଲିକାର୍ଜୁନ ମଧ୍ୟ ଏଆଇସିସ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହାପରେ ସେ କହିଛନ୍ତି, ମୁଁ ମଧ୍ୟ ମୋ ଟୋପି ସେହି ରିଙ୍ଗ ଭିତରକୁ ଫିଙ୍ଗିଦେଇଛି ।
ଏହାରି ଭିତରେ ଝାଡ଼ଖଣ୍ଡ କଂଗ୍ରେସ ଲିଡର କେ.ଏନ୍ ତ୍ରିପାଠୀ ବି କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଦଳର ନେତାମାନଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଇଛି । ସେଥିପାଇଁ କଂଗ୍ରେସର ଟପ ମୋଷ୍ଟ ପୋଜିଶନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛି । ଶୁକ୍ରବାର ଦିନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବା ବେଳେ ଅକ୍ଟୋବର ୧୯ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଆଶୋକ ଗେହଲୋଟ ଓ ଦିଗବିଜୟ ସିଂ ଏହି ନିର୍ବାଚନ ଲଢୁ ନ ଥିବା ସ୍ପଷ୍ଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ...

ଓୱାଇସିଙ୍କୁ କାହିଁକି ଧନ୍ୟବାଦ ଦେଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୪ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ବରୁଣ ଗାନ୍ଧ ବେକାରୀ ଓ ଯୁବବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ...

ଧ୍ୱଜାବତରଣରେ ୧୦୦୦ ଡ୍ରୋନ୍‌ ଦ୍ୱାରା ଏୟାର ଶୋ’, ହଟିଲା ମହାତ୍ମାଙ୍କ ପସନ୍ଦ…

ନୂଆଦିଲ୍ଲୀ, ୨୯।୧ : ଶନିବାର ବିଜୟ ଚୌକଠାରେ ସାଧାରଣତନ୍ତ୍ର ଦିବସର ଧ୍ୱଜାବତରଣ  (ବିଟିଙ୍ଗ ରିଟ୍ରିଟ ) ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ...

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି...

ଆର୍‌ ଭାଲ୍ୟୁ ୧ ଟପିଲା

ନୂଆଦିଲ୍ଲୀ, ୨୧ା୪: କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲାବେଳେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି। ୩...

କରୋନା ଯୁଦ୍ଧରେ ହାରିଗଲେ ୪ ମାସର ଶିଶୁ

ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର...

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ...

Advertisement
Archives

Model This Week