ନିର୍ବାଚନକୁ କରୋନା ଭୟ

ଢେଙ୍କାନାଳ ଅଫିସ, ୧।୨ କରୋନାର ତୃତୀୟ ଲହର, ଓମିକ୍ରନ ଆତଙ୍କ ମଧ୍ୟରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ଢେଙ୍କାନାଳ ଜିଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସୋମବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ, ଡ୍ରାଇଭର ଏବଂ ଶିକ୍ଷକଙ୍କ ୪୮ ଘଣ୍ଟା ପୂର୍ବରୁ କୋଭିଡ୍‌ ପରୀକ୍ଷା କରାଯିବ। ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଯିବ। କୋଭିଡ୍‌ ଆକ୍ରାନ୍ତମାନେ ମତଦାନର ଶେଷ ଘଣ୍ଟାକରେ ମତଦାନ ସାବ୍ୟସ୍ତ କରିବେ। ମତଦାନ ଲାଗି ଉଦ୍ଦିଷ୍ଟ ସମସ୍ତ ବୁଥ୍‌ ଏବଂ ନିର୍ବାଚନରେ ବ୍ୟବହୃତ ସାମଗ୍ରୀକୁ ବିଶୋଧନ କରାଯିବ। କୋଭିଡ୍‌ ନିୟମ ଅନୁଯାୟୀ ନିର୍ବାଚନ ପରିଚାଳନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ସଂକ୍ରମଣ କମୁଛି। ଜନସାଧାରଣଙ୍କୁ ସଚେତନ କରାଇବାକୁ ନିୟମିତ ବ୍ୟବଧାନରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିବାକୁ ବିଡିଓ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ କରୋନା ସ୍ଥିତି, ଆଣ୍ଟିଜେନ୍‌, ଆର୍‌ଟି-ପିସିଆର୍‌ ଟେଷ୍ଟ, ଟିକାକରଣ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ ସୂଚନା ଦେଇଥିଲେ। ଏହି ଅବସରରେ ‘୫-ଟି’ ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି, ଭତ୍ତା ଯୋଜନା, ବସ୍‌ଷ୍ଟାଣ୍ଡ ଓ ଷ୍ଟାଡିୟମ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଓସ୍‌ଡମା ଡିପିଓ ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ...

ଆବାସ ପାଇଁ ଧାରଣା

ପରଜଙ୍ଗ, ୧୧।୨(ଡି.ଏନ.ଏ.) ଆବାସ ଯୋଜନା କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ରହିଛି ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ। ସରକାରୀ ଅଧିକାରୀଙ୍କୁ ହାତ କରି ସ୍ବଚ୍ଛଳ ପରିବାର ହାତେଇ...

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌...

ସହରରେ ବୁଲିଛନ୍ତି ଆକ୍ରାନ୍ତ ବ୍ୟାଙ୍କ କର୍ମଚାରୀ

ଢେଙ୍କାନାଳ ଅଫିସ,୨୯।୬:  କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି।...

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ...

ଅଧିକାରୀ କରୁଛନ୍ତି ପକ୍ଷପାତିତା

ଭୁବନ, ୧୮।୬(ଡି.ଏନ୍‌.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା।...

ନିର୍ମାଣାଧୀନ ରେଲଓ୍ବେ ଟ୍ରାକ୍‌ ଖାତରେ ପଡ଼ି ଛେଳି ଚରାଳି ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୧୬।୮(ଡି.ଏନ.ଏ.)-ଅନୁଗୋଳ-ଡୁବୁରି ରେଲଓ୍ବେ ଟ୍ରାକ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ଖାତରେ ଖସିପଡ଼ି ଜଣେ ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର...

ଦୁର୍ଗନ୍ଧରେ ଫାଟୁଛି ଦଣ୍ଡା ରୋଡ୍‌

ଢେଙ୍କାନାଳ ଅଫିସ, ୨୮।୮ – ଢେଙ୍କାନାଳ ପୌରାଞ୍ଚଳ ୧୩ନଂ. ଓ୍ବାର୍ଡ ଅଧୀନ ଦଣ୍ଡାରୋଡ୍‌ରେ ଡ୍ରେନେଜ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଅଣ ଓସାରିଆ ପୁରାତନ ପଥର ଡ୍ରେନ୍‌ରେ...

Advertisement
Archives

Model This Week