Posted inଜାତୀୟ

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ପାଟନା,୨୮ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବୁଧବାର ସକାଳୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲାର ୭୧ ଆସନ ପାଇଁ ମତଦାନ କରାଯାଉଛି । କରୋନା ସଂକ୍ରମଣ ପରେ ବି ବୁଥ୍ ବାହାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨.୧୪ କୋଟି ଭୋଟର ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ ୯ଟା ସୁଦ୍ଧା ୭.୭୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ୮ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା କରାଯିବ । ଭୋଟ ଗ୍ରହଣ ପାଇଁ ପ୍ରାୟ ସମସ୍ତ ବୁଥ୍ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବାଧ୍ୟତାମୂଳକ କରାଯିବା ସହ ବୁଥ୍‌ରେ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗୟାରେ ବିହାର ସରକାରରେ ମନ୍ତ୍ରୀ ଥିବା ପ୍ରେମ କୁମାର ସାଇକେଲ ଚଳାଇ ଭୋଟ ଦେବାକୁ ଯାଇଥିବା ଦେଖାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ବହୁ ସଂଖ୍ୟାରେ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । କରୋନା ସଂକ୍ରମଣ ସମୟରେ ଏହା ସବୁଠାରୁ ବଡ ନିର୍ବାଚନ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୭।୩ : ବହୁଚର୍ଚ୍ଚିତ ୩,୭୦୦ କୋଟି ଟଙ୍କାର ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ) ବୁଧବାର...

କୃଷକ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୪।୨: କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନାଙ୍କ ଟୁଇଟକୁ ନେଇ ଏକ ବିତର୍କ ଚାଲିଛି। ବହୁ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନକୁ...

ପଛକୁ ଘୁଞ୍ଚିଲା ଚାଇନା

ନୂଆଦିଲ୍ଲୀ,୯।୬: ଭାରତ ଓ ଚାଇନା ପୂର୍ବ ଲଦାଖର କେତୋଟି ସ୍ଥାନରେ ମୁତୟନ ଥିବା ସେନାଙ୍କ ସଂଖ୍ୟାକୁ କମାଇ ଦେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

ହୃଦୟ ବିଦାରକ ଦୃଶ୍ୟ: ଲୋଡିଂ ସମୟରେ ଖସିପଡ଼ିଲା କ୍ରେନ, ୧୦ ଶ୍ରମିକଙ୍କ ଜୀବନ ଗଲା

ହାଇଦ୍ରାବାଦ,୧ା୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ...

ଅନେକ ରେକର୍ଡ ଭାଙ୍ଗିଲେ ଯୋଗୀ

ଲକ୍ଷ୍ନୌ,୧୧ା୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି। ଗୋରଖପୁର ସହରାଞ୍ଚଳ ଆସନରୁ ବିଜୟୀ ହୋଇଥିବା...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି।...

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା...

ଧରାହେଲା ଗୁପ୍ତଚର ପାରା

ଶ୍ରୀନଗର,୨୬ା୫: ଜମ୍ମୁ-କଶ୍ମୀରର କଠୁଆ ଜିଲାରୁ ସ୍ଥାନୀୟ ଲୋକେ ଏକ ଗୁପ୍ତଚର ପାରାକୁ ଧରିଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପାରା ହୀରାନଗର ସେକ୍ଟରରେ ଉଡୁଥିବାବେଳେ ମନ୍ୟାରି ଗ୍ରାମର...

Advertisement
Archives

Model This Week