ବୁଥ୍‌କୁ ଚାଲି ଚାଲି ଯିବେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡ଼ା ଅଫିସ,୧୧ା୨: କେନ୍ଦ୍ରାପଡ଼ା ଜିଲା ବିକାଶର ନମୁନା ପ୍ରତ୍ୟେକ ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି। ସ୍ବାଧୀନତାର ୭୫ ବର୍ଷରେ ମଧ୍ୟ ଜିଲାର ବିଭିନ୍ନ ଗ୍ରାମକୁ ଯିବାକୁ ଉପଯୋଗୀ ରାସ୍ତା ନାହିଁ। ପୋଲିଂ କର୍ମଚାରୀ ବୁଥ୍‌କୁ ଚାଲି ଚାଲି ଯିବାକୁ ଥିବାବେଳେ ସରଞ୍ଜାମ ନିଜକୁ ବୋହିବାକୁ ପଡିବ। ସେହିପରି ମତଦାନ କେନ୍ଦ୍ର ପାଇଁ ୫୧ଟି ସ୍ଥାନରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରିବାକୁ ପଡିବ। ତେବେ ଚଳିତ ତ୍ରିସ୍ତରୀୟ ନିର୍ବାଚନର ସୁପରିଚାଳନା ପାଇଁ ମୋଟ ୪,୨୫୮ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ଜିଲା ପଞ୍ଚାୟତ ବିଭାଗ ପକ୍ଷରୁ ତଥ୍ୟ ମିଳିଛି।
ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଆଳି ବ୍ଲକ ଏହି ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ନଳପାହି, ଦକ୍ଷିଣଡିହା, ଏକମାଣିଆ ଓ ପଦନୀପାଳ ଗ୍ରାମକୁ ରାସ୍ତା ନାହିଁ। ଆଳି ବ୍ଲକର ଏହି ଦୁଇ ଗ୍ରାମ ସହ ମହାକାଳପଡ଼ାର ବତିଘର ପଞ୍ଚାୟତକୁ ଯିବାକୁ ମଧ୍ୟ ରାସ୍ତା ନାହିଁ। ଏକାଧିକ ବୁଥରେ ଏହି ଅଞ୍ଚଳରେ ମତଦାନ କାର୍ଯ୍ୟ ଚାଲିବ। ସେହିପରି ଜିଲାର ଉପାନ୍ତ ରାଜନଗର ବ୍ଲକ ଅଞ୍ଚଳରେ କେତେଗୋଟି ବୁଥକୁ ରାସ୍ତା ନାହିଁ। ନଦୀ ଏଥିରେ ବାଧକ ସାଜିଛି। ସେତୁ ନ ଥିବାରୁ ପୋଲିଂ କର୍ମଚାରୀ ଡଙ୍ଗାରେ ଯାଇ ନଦୀ ଆରପଟରୁ ବୁଥ୍‌କୁ ଚାଲିକି ଯିବାକୁ ପଡିବ। କେତେକ ସ୍ଥାନରେ ବାଇକ୍‌ ଓ ଅଟୋ ରିକ୍ସା ବ୍ୟବସ୍ଥା ଥିଲେ ମଧ୍ୟ ପୋଲିଂ କର୍ମଚାରୀଙ୍କ ଦୁର୍ଦ୍ଦଶା ବଢ଼ିବ। ଜିଲାରେ ୩,୬୯୮ ବୁଥ୍‌ ପ୍ରସ୍ତୁତ ହୋଇଛି। ବାଲଟ ବକ୍ସ, କାଗଜପତ୍ର, ଲଣ୍ଠନ, କର୍ମଚାରୀଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ୭୪୬ଟି ଛୋଟ, ବଡ଼ ଗାଡ଼ି ସହ ବାଇକ୍‌ ବ୍ୟବସ୍ଥା ହୋଇଛି। ଡେରାବିଶ ବ୍ଲକ ଅଞ୍ଚଳର ୩୭୧ ବୁଥ୍‌ରେ ଭୋଟ ଗ୍ରହଣ ହେବ। ତେବେ ଏଠାରେ ଆବଶ୍ୟକ ସ୍ଥାୟୀ ଗୃହ ନ ଥିବାରୁ ୧୯ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ। ସେହିପରି ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୫ଟି, ରାଜନଗରରେ ୫ଟି, କେନ୍ଦ୍ରାପଡ଼ା ବ୍ଲକରେ ୧୭ଟି ଓ ଗରଦପୁର ବ୍ଲକ ଅଞ୍ଚଳରେ ୬ଟି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ହେବ। ନଦୀ ପାର ପାଇଁ ଡଙ୍ଗା ବ୍ୟବସ୍ଥା ହୋଇଥିବା ଜିଲାପାଳ ଅମୃତ ଋତୁରାଜ ସୂଚନା ଦେଇଛନ୍ତି। ଜିଲାପାଳ ଋତୁରାଜ କହିଛନ୍ତି ଯେ, ସମସ୍ତ କର୍ମଚାରୀଙ୍କୁ ନିର୍ବାଚନର ସୁପରିଚାଳନା ପାଇଁ ତାଲିମ ସହ ଦାୟିତ୍ୱ ବଣ୍ଟନ ହୋଇଛି। ଇତିମଧ୍ୟରେ ଜିଲାର ୧୫୭୫ ଉତ୍ତେଜନାପ୍ରବଣ ବୁଥ୍‌ଗୁଡିକ ଚିହ୍ନଟ ହୋଇଛି। ଏହାର ସୁପରିଚାଳନା ପ୍ରତି ଦୃଷ୍ଟି ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri