ଭୋଟ ବ୍ୟବଧାନ ବଜାୟ ରଖିବା ଲାଗି କସରତ

ଚଣ୍ଡିଖୋଲ,୧୧ା୨(ଡି.ଏନ.ଏ.): ବଡ଼ଚଣା ନିର୍ବାଚନମଣ୍ଡଳୀର ୧୮ ନଂ. ଜୋନ ଜିଲା ପରିଷଦ ଆସନ ଚଳିତ ଥର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଏହି ଜୋନ ପାଇଁ ବିଜେଡିରୁ ସସ୍ମିତା ମହାନ୍ତି, କଂଗ୍ରେସରୁ ପୂର୍ବତନ ସରପଞ୍ଚ ମଇନା ରାୟ ଓ ଭାଜପାରୁ ଜିଲା ସାଧାରଣ ସମ୍ପାଦିକା ଦେବଜାନୀ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବଡ଼ଚଣା ବ୍ଲକର ଅଣକା, ଅରଖପୁର, ବଡ଼ଘୁମୁରୀ, ଚମ୍ପାପୁର, କୁନ୍ଦଳ, ଛତିଆ, ରାଧାଦେଇପୁର ଓ ନେଳିଆ ୮ ପଞ୍ଚାୟତର ୧୧୬ ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଏଠାରେ ଭୋଟର ସଂଖ୍ୟା ୩୯,୭୯୫ ହୋଇଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦, ୪୩୩ ଓ ମହିଳା ଭୋଟର ସଂଖ୍ୟା ୧୯,୩୬୨ ରହିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ୮୦ ପ୍ରତିଶତ ମତଦାନ ହୋଇଥିଲା। ବିଜେଡି ପ୍ରାର୍ଥୀ ଅରବିନ୍ଦ ସାମଲ ୧୩,୧୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ନାରାୟଣ ଚନ୍ଦ୍ର ସାମଲ ୪,୭୫୪ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସର ସଂଗ୍ରାମ କିଶୋର ଜେନା ୩,୭୭୦ ଖଣ୍ଡ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ପୃଷ୍ଟି ୪,୩୫୩ ଖଣ୍ଡ ଭୋଟ ପାଇଥିଲା ବେଳେ ଭାସ୍କର ପ୍ରଧାନ ୧,୩୫୩, ମିହିର ରାୟ ୮୨ ଓ ଯଚିନ୍ଦ୍ର ସାହୁ ୭୮ ଖଣ୍ଡ ଭୋଟ ପାଇଥିଲେ। ତେବେ ଏହି ନିର୍ବାଚନରେ ଶାସକ ପ୍ରାର୍ଥୀ ବଡ଼ଚଣା ନିର୍ବାଚନମଣ୍ଡଳୀର ୫ ଜୋନ୍‌ ମଧ୍ୟରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ଗତ ସାଧାରଣ ନିର୍ବାଚନରେ ଭାଜପା କିନ୍ତୁ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲା। ତେବେ ଚଳିତ ନିର୍ବାଚନରେ ଶାସକ ଦଳ ପୂର୍ବ ସଫଳତା ଦୋହରାଇବା ପାଇଁ କସରତ ଆରମ୍ଭ କରିଛି। ଏହି ଜୋନରେ ଶାସକ ବିଜେଡିର ଦୁଇ ଟାଣୁଆନେତା ବିଧାୟକ ଅମର ପ୍ରସାଦ ଶତପଥୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଓ କଂଗ୍ରେସର ମଙ୍ଗଧରିଥିବା ଯୁବନେତା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ନିଜ ପଞ୍ଚାୟତ ରହୁଥିବାରୁ ସବୁ ନେତାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ଭାବେ ଉଭାହୋଇଛି।
ଶାସକ ଦଳ ପ୍ରାର୍ଥୀ ସସ୍ମିତା ମହାନ୍ତିଙ୍କ ରାଜନୀତିରେ ଅଭିଜ୍ଞତା ନ ଥିଲେ ମଧ୍ୟ ତାଙ୍କ ସ୍ବାମୀ ଅମର ମହାନ୍ତି ଜିଲା ବିଜେଡି ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ବଡ଼ଚଣା ବିଧାୟକଙ୍କ ଅନୁଗତ ଭାବେ ଜଣାଶୁଣା। ତାଙ୍କର ଏହି ଜୋନରେ ଥିବା ସମସ୍ତ ପଞ୍ଚାୟତରେ ପ୍ରଭାବ ରହିଛି। ଶାସକ ଦଳର ଦୃଢ ସଙ୍ଗଠନ ନବୀନ ସରକାରଙ୍କ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସସ୍ମିତା ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମଇନା ରାୟ ରାଜନୀତିରେ ଅଭିଜ୍ଞସମ୍ପନ୍ନ। ପୂର୍ବରୁ ସେ ଅଣକା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ରାୟ ସ୍ଥାନୀୟ ସମସ୍ୟା, ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଆଦିକୁ ନିଜର ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ଭାଜପା ପ୍ରାର୍ଥୀ ଦେବଯାନୀ ପ୍ରଧାନ ଏବେ ଭାଜପା ଯାଜପୁର ଜିଲା ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରୁଛନ୍ତି। ଦକ୍ଷ ନେତ୍ରୀ ଓ ଭଲବକ୍ତା ଭାବେ ସେ ପରିଚିତ। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସାଙ୍ଗକୁ ଶାସକ ଦଳର ଦୁର୍ନୀତି ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରି ଭୋଟ ଭିକ୍ଷା କରୁଛନ୍ତି। ୩ ପ୍ରାର୍ଥୀ ଏବେ ନିଜର ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ଭୋଟର କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି ତାହା ଫଳାଫଳ ପରେ ଜଣାପଡ଼ିବ। ୨୦୦୨ରୁ ଅଦ୍ୟାବଧି ଦୀର୍ଘ ୨୦ ବର୍ଷ ଧରି ଏହି ଜୋନଟି ଶାସକ ଦଳ ଦଖଲରେ ରହିଛି। ତେଣୁ ଶାସକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri