ଭୋଟ ବ୍ୟବଧାନ ବଜାୟ ରଖିବା ଲାଗି କସରତ

ଚଣ୍ଡିଖୋଲ,୧୧ା୨(ଡି.ଏନ.ଏ.): ବଡ଼ଚଣା ନିର୍ବାଚନମଣ୍ଡଳୀର ୧୮ ନଂ. ଜୋନ ଜିଲା ପରିଷଦ ଆସନ ଚଳିତ ଥର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଏହି ଜୋନ ପାଇଁ ବିଜେଡିରୁ ସସ୍ମିତା ମହାନ୍ତି, କଂଗ୍ରେସରୁ ପୂର୍ବତନ ସରପଞ୍ଚ ମଇନା ରାୟ ଓ ଭାଜପାରୁ ଜିଲା ସାଧାରଣ ସମ୍ପାଦିକା ଦେବଜାନୀ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବଡ଼ଚଣା ବ୍ଲକର ଅଣକା, ଅରଖପୁର, ବଡ଼ଘୁମୁରୀ, ଚମ୍ପାପୁର, କୁନ୍ଦଳ, ଛତିଆ, ରାଧାଦେଇପୁର ଓ ନେଳିଆ ୮ ପଞ୍ଚାୟତର ୧୧୬ ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଏଠାରେ ଭୋଟର ସଂଖ୍ୟା ୩୯,୭୯୫ ହୋଇଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦, ୪୩୩ ଓ ମହିଳା ଭୋଟର ସଂଖ୍ୟା ୧୯,୩୬୨ ରହିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରେ ୮୦ ପ୍ରତିଶତ ମତଦାନ ହୋଇଥିଲା। ବିଜେଡି ପ୍ରାର୍ଥୀ ଅରବିନ୍ଦ ସାମଲ ୧୩,୧୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ନାରାୟଣ ଚନ୍ଦ୍ର ସାମଲ ୪,୭୫୪ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସର ସଂଗ୍ରାମ କିଶୋର ଜେନା ୩,୭୭୦ ଖଣ୍ଡ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ପୃଷ୍ଟି ୪,୩୫୩ ଖଣ୍ଡ ଭୋଟ ପାଇଥିଲା ବେଳେ ଭାସ୍କର ପ୍ରଧାନ ୧,୩୫୩, ମିହିର ରାୟ ୮୨ ଓ ଯଚିନ୍ଦ୍ର ସାହୁ ୭୮ ଖଣ୍ଡ ଭୋଟ ପାଇଥିଲେ। ତେବେ ଏହି ନିର୍ବାଚନରେ ଶାସକ ପ୍ରାର୍ଥୀ ବଡ଼ଚଣା ନିର୍ବାଚନମଣ୍ଡଳୀର ୫ ଜୋନ୍‌ ମଧ୍ୟରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ଗତ ସାଧାରଣ ନିର୍ବାଚନରେ ଭାଜପା କିନ୍ତୁ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲା। ତେବେ ଚଳିତ ନିର୍ବାଚନରେ ଶାସକ ଦଳ ପୂର୍ବ ସଫଳତା ଦୋହରାଇବା ପାଇଁ କସରତ ଆରମ୍ଭ କରିଛି। ଏହି ଜୋନରେ ଶାସକ ବିଜେଡିର ଦୁଇ ଟାଣୁଆନେତା ବିଧାୟକ ଅମର ପ୍ରସାଦ ଶତପଥୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଓ କଂଗ୍ରେସର ମଙ୍ଗଧରିଥିବା ଯୁବନେତା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ନିଜ ପଞ୍ଚାୟତ ରହୁଥିବାରୁ ସବୁ ନେତାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ଭାବେ ଉଭାହୋଇଛି।
ଶାସକ ଦଳ ପ୍ରାର୍ଥୀ ସସ୍ମିତା ମହାନ୍ତିଙ୍କ ରାଜନୀତିରେ ଅଭିଜ୍ଞତା ନ ଥିଲେ ମଧ୍ୟ ତାଙ୍କ ସ୍ବାମୀ ଅମର ମହାନ୍ତି ଜିଲା ବିଜେଡି ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ବଡ଼ଚଣା ବିଧାୟକଙ୍କ ଅନୁଗତ ଭାବେ ଜଣାଶୁଣା। ତାଙ୍କର ଏହି ଜୋନରେ ଥିବା ସମସ୍ତ ପଞ୍ଚାୟତରେ ପ୍ରଭାବ ରହିଛି। ଶାସକ ଦଳର ଦୃଢ ସଙ୍ଗଠନ ନବୀନ ସରକାରଙ୍କ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସସ୍ମିତା ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମଇନା ରାୟ ରାଜନୀତିରେ ଅଭିଜ୍ଞସମ୍ପନ୍ନ। ପୂର୍ବରୁ ସେ ଅଣକା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ରାୟ ସ୍ଥାନୀୟ ସମସ୍ୟା, ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଆଦିକୁ ନିଜର ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ଭାଜପା ପ୍ରାର୍ଥୀ ଦେବଯାନୀ ପ୍ରଧାନ ଏବେ ଭାଜପା ଯାଜପୁର ଜିଲା ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରୁଛନ୍ତି। ଦକ୍ଷ ନେତ୍ରୀ ଓ ଭଲବକ୍ତା ଭାବେ ସେ ପରିଚିତ। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସାଙ୍ଗକୁ ଶାସକ ଦଳର ଦୁର୍ନୀତି ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରି ଭୋଟ ଭିକ୍ଷା କରୁଛନ୍ତି। ୩ ପ୍ରାର୍ଥୀ ଏବେ ନିଜର ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ଭୋଟର କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି ତାହା ଫଳାଫଳ ପରେ ଜଣାପଡ଼ିବ। ୨୦୦୨ରୁ ଅଦ୍ୟାବଧି ଦୀର୍ଘ ୨୦ ବର୍ଷ ଧରି ଏହି ଜୋନଟି ଶାସକ ଦଳ ଦଖଲରେ ରହିଛି। ତେଣୁ ଶାସକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?