ବୁଥ୍‌କୁ ଚାଲି ଚାଲି ଯିବେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡ଼ା ଅଫିସ,୧୧ା୨: କେନ୍ଦ୍ରାପଡ଼ା ଜିଲା ବିକାଶର ନମୁନା ପ୍ରତ୍ୟେକ ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି। ସ୍ବାଧୀନତାର ୭୫ ବର୍ଷରେ ମଧ୍ୟ ଜିଲାର ବିଭିନ୍ନ ଗ୍ରାମକୁ ଯିବାକୁ ଉପଯୋଗୀ ରାସ୍ତା ନାହିଁ। ପୋଲିଂ କର୍ମଚାରୀ ବୁଥ୍‌କୁ ଚାଲି ଚାଲି ଯିବାକୁ ଥିବାବେଳେ ସରଞ୍ଜାମ ନିଜକୁ ବୋହିବାକୁ ପଡିବ। ସେହିପରି ମତଦାନ କେନ୍ଦ୍ର ପାଇଁ ୫୧ଟି ସ୍ଥାନରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରିବାକୁ ପଡିବ। ତେବେ ଚଳିତ ତ୍ରିସ୍ତରୀୟ ନିର୍ବାଚନର ସୁପରିଚାଳନା ପାଇଁ ମୋଟ ୪,୨୫୮ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ଜିଲା ପଞ୍ଚାୟତ ବିଭାଗ ପକ୍ଷରୁ ତଥ୍ୟ ମିଳିଛି।
ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଆଳି ବ୍ଲକ ଏହି ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ନଳପାହି, ଦକ୍ଷିଣଡିହା, ଏକମାଣିଆ ଓ ପଦନୀପାଳ ଗ୍ରାମକୁ ରାସ୍ତା ନାହିଁ। ଆଳି ବ୍ଲକର ଏହି ଦୁଇ ଗ୍ରାମ ସହ ମହାକାଳପଡ଼ାର ବତିଘର ପଞ୍ଚାୟତକୁ ଯିବାକୁ ମଧ୍ୟ ରାସ୍ତା ନାହିଁ। ଏକାଧିକ ବୁଥରେ ଏହି ଅଞ୍ଚଳରେ ମତଦାନ କାର୍ଯ୍ୟ ଚାଲିବ। ସେହିପରି ଜିଲାର ଉପାନ୍ତ ରାଜନଗର ବ୍ଲକ ଅଞ୍ଚଳରେ କେତେଗୋଟି ବୁଥକୁ ରାସ୍ତା ନାହିଁ। ନଦୀ ଏଥିରେ ବାଧକ ସାଜିଛି। ସେତୁ ନ ଥିବାରୁ ପୋଲିଂ କର୍ମଚାରୀ ଡଙ୍ଗାରେ ଯାଇ ନଦୀ ଆରପଟରୁ ବୁଥ୍‌କୁ ଚାଲିକି ଯିବାକୁ ପଡିବ। କେତେକ ସ୍ଥାନରେ ବାଇକ୍‌ ଓ ଅଟୋ ରିକ୍ସା ବ୍ୟବସ୍ଥା ଥିଲେ ମଧ୍ୟ ପୋଲିଂ କର୍ମଚାରୀଙ୍କ ଦୁର୍ଦ୍ଦଶା ବଢ଼ିବ। ଜିଲାରେ ୩,୬୯୮ ବୁଥ୍‌ ପ୍ରସ୍ତୁତ ହୋଇଛି। ବାଲଟ ବକ୍ସ, କାଗଜପତ୍ର, ଲଣ୍ଠନ, କର୍ମଚାରୀଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ୭୪୬ଟି ଛୋଟ, ବଡ଼ ଗାଡ଼ି ସହ ବାଇକ୍‌ ବ୍ୟବସ୍ଥା ହୋଇଛି। ଡେରାବିଶ ବ୍ଲକ ଅଞ୍ଚଳର ୩୭୧ ବୁଥ୍‌ରେ ଭୋଟ ଗ୍ରହଣ ହେବ। ତେବେ ଏଠାରେ ଆବଶ୍ୟକ ସ୍ଥାୟୀ ଗୃହ ନ ଥିବାରୁ ୧୯ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ। ସେହିପରି ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୫ଟି, ରାଜନଗରରେ ୫ଟି, କେନ୍ଦ୍ରାପଡ଼ା ବ୍ଲକରେ ୧୭ଟି ଓ ଗରଦପୁର ବ୍ଲକ ଅଞ୍ଚଳରେ ୬ଟି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ହେବ। ନଦୀ ପାର ପାଇଁ ଡଙ୍ଗା ବ୍ୟବସ୍ଥା ହୋଇଥିବା ଜିଲାପାଳ ଅମୃତ ଋତୁରାଜ ସୂଚନା ଦେଇଛନ୍ତି। ଜିଲାପାଳ ଋତୁରାଜ କହିଛନ୍ତି ଯେ, ସମସ୍ତ କର୍ମଚାରୀଙ୍କୁ ନିର୍ବାଚନର ସୁପରିଚାଳନା ପାଇଁ ତାଲିମ ସହ ଦାୟିତ୍ୱ ବଣ୍ଟନ ହୋଇଛି। ଇତିମଧ୍ୟରେ ଜିଲାର ୧୫୭୫ ଉତ୍ତେଜନାପ୍ରବଣ ବୁଥ୍‌ଗୁଡିକ ଚିହ୍ନଟ ହୋଇଛି। ଏହାର ସୁପରିଚାଳନା ପ୍ରତି ଦୃଷ୍ଟି ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣବଳାତ୍କାର ପରେ ଇଟାରେ ଛେଚିଥିଲେ

ଗୋପାଳପୁର,୧ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର...

ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ନେତାଙ୍କ ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଜିଲା ପରିଷଦ ଜୋନ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ପାଇଁ...

କୁଲଡିହାରେ ୩ ପ୍ରଜାତିର ବିଦେଶୀ ପକ୍ଷୀ

ନୀଳଗିରି, ୧୨।୧(ସ୍ବ.ପ୍ର.): ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟକୁ ଆସିଥାନ୍ତି।...

ସଙ୍କଟରେ ପୁରୀ ସହରର ମଧୁର ଜଳଭଣ୍ଡାର

ପୁରୀ ଅଫିସ,୨୫।୮: ପୁରୀ ସହରର ମଧୁର ଜଳଭଣ୍ଡାର ସରି ସରି ଆସୁଛି। ବ୍ୟାପକ ହୋଟେଲ ଶିଳ୍ପ ଓ ବେଆଇନ ବୋର୍‌ୱେଲ ଖନନ ଯୋଗୁ ମଧୁର ଜଳଭଣ୍ଡାରର...

ବ୍ୟାଙ୍କ ଧର୍ମଘଟ: କାରବାର ପ୍ରଭାବିତ

ଢେଙ୍କାନାଳ ଅଫିସ,୧୮।୧୨ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ସର୍ବଭାରତୀୟସ୍ତରରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ) ଆହ୍ବାନରେ ଚାଲିଥିବା ୨ଦିନିଆ ଧର୍ମଘଟ...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୨ା୧୧: କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ସମସ୍ତ ତହସିଲ, ବ୍ଲକ ଅଞ୍ଚଳରେ ମାସ୍କ ଚେକିଂ ଜୋରଦାର...

ପ୍ରେମିକାଙ୍କୁ ଅସଦାଚରଣ କରିବାରୁ ଗାଡ଼ି ଚାଳକଙ୍କୁ ହତ୍ୟା

ବୋରିଗୁମ୍ମା,୧୦ା୨: ଭୁବନେଶ୍ୱରରୁ ଗାଡ଼ି ଭଡ଼ାରେ ନେଇ ଚାଳକଙ୍କୁ ହତ୍ୟାକରି କାର୍‌ ନେଇ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ପୋଲିସ ଗିରଫ କରିଛି। କାର୍‌ ଭଡ଼ା ନେଇ କୋରାପୁଟ...

Advertisement
Archives

Model This Week