ବୁଥ୍‌କୁ ଚାଲି ଚାଲି ଯିବେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡ଼ା ଅଫିସ,୧୧ା୨: କେନ୍ଦ୍ରାପଡ଼ା ଜିଲା ବିକାଶର ନମୁନା ପ୍ରତ୍ୟେକ ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି। ସ୍ବାଧୀନତାର ୭୫ ବର୍ଷରେ ମଧ୍ୟ ଜିଲାର ବିଭିନ୍ନ ଗ୍ରାମକୁ ଯିବାକୁ ଉପଯୋଗୀ ରାସ୍ତା ନାହିଁ। ପୋଲିଂ କର୍ମଚାରୀ ବୁଥ୍‌କୁ ଚାଲି ଚାଲି ଯିବାକୁ ଥିବାବେଳେ ସରଞ୍ଜାମ ନିଜକୁ ବୋହିବାକୁ ପଡିବ। ସେହିପରି ମତଦାନ କେନ୍ଦ୍ର ପାଇଁ ୫୧ଟି ସ୍ଥାନରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରିବାକୁ ପଡିବ। ତେବେ ଚଳିତ ତ୍ରିସ୍ତରୀୟ ନିର୍ବାଚନର ସୁପରିଚାଳନା ପାଇଁ ମୋଟ ୪,୨୫୮ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ଜିଲା ପଞ୍ଚାୟତ ବିଭାଗ ପକ୍ଷରୁ ତଥ୍ୟ ମିଳିଛି।
ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଆଳି ବ୍ଲକ ଏହି ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ନଳପାହି, ଦକ୍ଷିଣଡିହା, ଏକମାଣିଆ ଓ ପଦନୀପାଳ ଗ୍ରାମକୁ ରାସ୍ତା ନାହିଁ। ଆଳି ବ୍ଲକର ଏହି ଦୁଇ ଗ୍ରାମ ସହ ମହାକାଳପଡ଼ାର ବତିଘର ପଞ୍ଚାୟତକୁ ଯିବାକୁ ମଧ୍ୟ ରାସ୍ତା ନାହିଁ। ଏକାଧିକ ବୁଥରେ ଏହି ଅଞ୍ଚଳରେ ମତଦାନ କାର୍ଯ୍ୟ ଚାଲିବ। ସେହିପରି ଜିଲାର ଉପାନ୍ତ ରାଜନଗର ବ୍ଲକ ଅଞ୍ଚଳରେ କେତେଗୋଟି ବୁଥକୁ ରାସ୍ତା ନାହିଁ। ନଦୀ ଏଥିରେ ବାଧକ ସାଜିଛି। ସେତୁ ନ ଥିବାରୁ ପୋଲିଂ କର୍ମଚାରୀ ଡଙ୍ଗାରେ ଯାଇ ନଦୀ ଆରପଟରୁ ବୁଥ୍‌କୁ ଚାଲିକି ଯିବାକୁ ପଡିବ। କେତେକ ସ୍ଥାନରେ ବାଇକ୍‌ ଓ ଅଟୋ ରିକ୍ସା ବ୍ୟବସ୍ଥା ଥିଲେ ମଧ୍ୟ ପୋଲିଂ କର୍ମଚାରୀଙ୍କ ଦୁର୍ଦ୍ଦଶା ବଢ଼ିବ। ଜିଲାରେ ୩,୬୯୮ ବୁଥ୍‌ ପ୍ରସ୍ତୁତ ହୋଇଛି। ବାଲଟ ବକ୍ସ, କାଗଜପତ୍ର, ଲଣ୍ଠନ, କର୍ମଚାରୀଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ୭୪୬ଟି ଛୋଟ, ବଡ଼ ଗାଡ଼ି ସହ ବାଇକ୍‌ ବ୍ୟବସ୍ଥା ହୋଇଛି। ଡେରାବିଶ ବ୍ଲକ ଅଞ୍ଚଳର ୩୭୧ ବୁଥ୍‌ରେ ଭୋଟ ଗ୍ରହଣ ହେବ। ତେବେ ଏଠାରେ ଆବଶ୍ୟକ ସ୍ଥାୟୀ ଗୃହ ନ ଥିବାରୁ ୧୯ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯିବ। ସେହିପରି ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୫ଟି, ରାଜନଗରରେ ୫ଟି, କେନ୍ଦ୍ରାପଡ଼ା ବ୍ଲକରେ ୧୭ଟି ଓ ଗରଦପୁର ବ୍ଲକ ଅଞ୍ଚଳରେ ୬ଟି ଅସ୍ଥାୟୀ କେନ୍ଦ୍ର ନିର୍ମାଣ ହେବ। ନଦୀ ପାର ପାଇଁ ଡଙ୍ଗା ବ୍ୟବସ୍ଥା ହୋଇଥିବା ଜିଲାପାଳ ଅମୃତ ଋତୁରାଜ ସୂଚନା ଦେଇଛନ୍ତି। ଜିଲାପାଳ ଋତୁରାଜ କହିଛନ୍ତି ଯେ, ସମସ୍ତ କର୍ମଚାରୀଙ୍କୁ ନିର୍ବାଚନର ସୁପରିଚାଳନା ପାଇଁ ତାଲିମ ସହ ଦାୟିତ୍ୱ ବଣ୍ଟନ ହୋଇଛି। ଇତିମଧ୍ୟରେ ଜିଲାର ୧୫୭୫ ଉତ୍ତେଜନାପ୍ରବଣ ବୁଥ୍‌ଗୁଡିକ ଚିହ୍ନଟ ହୋଇଛି। ଏହାର ସୁପରିଚାଳନା ପ୍ରତି ଦୃଷ୍ଟି ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri