ଖାଲି ବାକ୍ସ ନେଇ ଫେରିଲେ ପୋଲିଂ ଅଧିକାରୀ

ବାରିପଦା ଅଫିସ,୧୯ ।୨ ମୟୂରଭଞ୍ଜ ଜିଲାର ୫ ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଶୁଳିଆପଦା ବ୍ଲକର କୁଜିଡିହୀ, ଫାନିଆ, ବାଘଡ଼ା ଓ ଦେଉଳି ପଞ୍ଚାୟତରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୋଟର ତାଲିକାରେ ନଁା ନ ଥିବାରୁ ଦୁଇଟି ବୁଥ୍‌ର ଜନସାଧାରଣ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଅସନବଣୀ ଗ୍ରାମବାସୀ ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିବାରୁ ଖାଲି ବାକ୍ସ ନେଇ ପୋଲିଂ ଅଧିକାରୀମାନେ ନିରାଶ ହୋଇ ଫେରିଛନ୍ତି। ସେହିପରି ଦୁଇଟି ବୁଥ୍‌ରେ ବାଲଟ ପେପରରେ ସରପଞ୍ଚ ପ୍ରାର୍ଥୀଙ୍କ ଚିହ୍ନ ନ ଥିବାରୁ ଗ୍ରାମବାସୀ ଭୋଟ୍‌ ଦେଇପାରି ନାହାନ୍ତି। ଏହାକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଉକ୍ତ ଦୁଇ ବୁଥ୍‌ରେ ସରପଞ୍ଚ ପଦବୀ ନିମନ୍ତେ ସାନି ନିର୍ବାଚନ କରାଯିବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡ଼ ପ୍ରକାଶ କରିଛନ୍ତି। ଜିଲାର ୨୬ ବ୍ଲକ ମଧ୍ୟରୁ ୧୨ଟିରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। କପ୍ତିପଦା, ବାରିପଦା, ବେତନଟୀ, ଶୁଳିଆପଦା ଓ ସାରସକଣାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି। ଶୁଳିଆପଦା ବ୍ଲକର ବାଘଡ଼ା ପଞ୍ଚାୟତ ମହୁଲକୁଣ୍ଡିଆ ଗ୍ରାମର ୧୩ ନଂ. ବୁଥ୍‌ ଓ ଦେଉଳି ପଞ୍ଚାୟତ ବେଢ଼ି ଗ୍ରାମର ୧୨ନଂ. ବୁଥ୍‌ରେ ସରପଞ୍ଚ ଭୋଟ୍‌କୁ ସ୍ଥଗିତ ରଖାଯାଇଛି। ଦୁଇ ବୁଥ୍‌ରେ ପୃଥକ୍‌ ଭାବେ ୭ ଓ ୮ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି। ପୋଲିଂ ଅଧିକାରୀ ପ୍ରାର୍ଥୀ ତାଲିକାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ନ ଥିଲେ। ବାଲଟ ପେପରକୁ ଠିକ୍‌ ସଂଖ୍ୟକ ପ୍ରାର୍ଥୀଙ୍କ ଚିହ୍ନ ନ ଦେଖି ୪ ଜଣଙ୍କ ଚିହ୍ନ ରଖି ଅବଶିଷ୍ଟ ଭାଙ୍ଗି ଦେଇ ଭୋଟରମାନଙ୍କୁ ଦିଆଯାଇଥିଲା। ବାଲଟ ପେପର ପ୍ରଦାନରେ ତ୍ରୁଟି ଯୋଗୁ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଛି।
କୁଜିଡିହୀ ପଞ୍ଚାୟତର ୧୫ ନଂ. ବୁଥ୍‌ର ଅସନବଣୀ ଗ୍ରାମକୁ ପକ୍କାରାସ୍ତା ନ ଥିବାବେଳେ ବହୁ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗଁାର ନାଁ ଏବେ ତହସିଲରୁ କଟି ଯାଇଥିବାରୁ ବହୁ ଲୋକ ଜମିପଟ୍ଟା ପାଇପାରି ନାହାନ୍ତି। ଗ୍ରାମର ଅନେକ ବୃଦ୍ଧାବୃଦ୍ଧ ଭତ୍ତା ପାଇ ନ ଥିବାବେଳେ ମୌଳିକ ସମସ୍ୟା ସମାଧାନ ପ୍ରତି କୌଣସି ଲୋକପ୍ରତିନିଧି ଦୃଷ୍ଟି ଦେଉନାହାନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ୨୧୩ ଭୋଟର ମତଦାନ କରିନାହାନ୍ତି। ଫାନିଆ ପଞ୍ଚାୟତ କୁଣ୍ଡିଆଶୋଳ ଗ୍ରାମର ୨ ଓ ୩ ନଂ. ବୁଥ୍‌ର ତାଲିକାରେ ଅଧା ଭୋଟରଙ୍କ ନଁା ନ ଥିବାରୁ ଗ୍ରାମବାସୀ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଭୋଟ ଗ୍ରହଣ କେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ତେବେ ଭୋଟ ଗ୍ରହଣ ସମୟ ଅତିବାହିତ ହେବା ପରେ ମଧ୍ୟ ବାକି ଥିବା ଭୋଟରଙ୍କୁ ମତଦାନ ପାଇଁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?