ଖାଲି ବାକ୍ସ ନେଇ ଫେରିଲେ ପୋଲିଂ ଅଧିକାରୀ

ବାରିପଦା ଅଫିସ,୧୯ ।୨ ମୟୂରଭଞ୍ଜ ଜିଲାର ୫ ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଶୁଳିଆପଦା ବ୍ଲକର କୁଜିଡିହୀ, ଫାନିଆ, ବାଘଡ଼ା ଓ ଦେଉଳି ପଞ୍ଚାୟତରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୋଟର ତାଲିକାରେ ନଁା ନ ଥିବାରୁ ଦୁଇଟି ବୁଥ୍‌ର ଜନସାଧାରଣ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଅସନବଣୀ ଗ୍ରାମବାସୀ ମୌଳିକ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିବାରୁ ଖାଲି ବାକ୍ସ ନେଇ ପୋଲିଂ ଅଧିକାରୀମାନେ ନିରାଶ ହୋଇ ଫେରିଛନ୍ତି। ସେହିପରି ଦୁଇଟି ବୁଥ୍‌ରେ ବାଲଟ ପେପରରେ ସରପଞ୍ଚ ପ୍ରାର୍ଥୀଙ୍କ ଚିହ୍ନ ନ ଥିବାରୁ ଗ୍ରାମବାସୀ ଭୋଟ୍‌ ଦେଇପାରି ନାହାନ୍ତି। ଏହାକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଉକ୍ତ ଦୁଇ ବୁଥ୍‌ରେ ସରପଞ୍ଚ ପଦବୀ ନିମନ୍ତେ ସାନି ନିର୍ବାଚନ କରାଯିବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡ଼ ପ୍ରକାଶ କରିଛନ୍ତି। ଜିଲାର ୨୬ ବ୍ଲକ ମଧ୍ୟରୁ ୧୨ଟିରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। କପ୍ତିପଦା, ବାରିପଦା, ବେତନଟୀ, ଶୁଳିଆପଦା ଓ ସାରସକଣାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି। ଶୁଳିଆପଦା ବ୍ଲକର ବାଘଡ଼ା ପଞ୍ଚାୟତ ମହୁଲକୁଣ୍ଡିଆ ଗ୍ରାମର ୧୩ ନଂ. ବୁଥ୍‌ ଓ ଦେଉଳି ପଞ୍ଚାୟତ ବେଢ଼ି ଗ୍ରାମର ୧୨ନଂ. ବୁଥ୍‌ରେ ସରପଞ୍ଚ ଭୋଟ୍‌କୁ ସ୍ଥଗିତ ରଖାଯାଇଛି। ଦୁଇ ବୁଥ୍‌ରେ ପୃଥକ୍‌ ଭାବେ ୭ ଓ ୮ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି। ପୋଲିଂ ଅଧିକାରୀ ପ୍ରାର୍ଥୀ ତାଲିକାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ନ ଥିଲେ। ବାଲଟ ପେପରକୁ ଠିକ୍‌ ସଂଖ୍ୟକ ପ୍ରାର୍ଥୀଙ୍କ ଚିହ୍ନ ନ ଦେଖି ୪ ଜଣଙ୍କ ଚିହ୍ନ ରଖି ଅବଶିଷ୍ଟ ଭାଙ୍ଗି ଦେଇ ଭୋଟରମାନଙ୍କୁ ଦିଆଯାଇଥିଲା। ବାଲଟ ପେପର ପ୍ରଦାନରେ ତ୍ରୁଟି ଯୋଗୁ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଛି।
କୁଜିଡିହୀ ପଞ୍ଚାୟତର ୧୫ ନଂ. ବୁଥ୍‌ର ଅସନବଣୀ ଗ୍ରାମକୁ ପକ୍କାରାସ୍ତା ନ ଥିବାବେଳେ ବହୁ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗଁାର ନାଁ ଏବେ ତହସିଲରୁ କଟି ଯାଇଥିବାରୁ ବହୁ ଲୋକ ଜମିପଟ୍ଟା ପାଇପାରି ନାହାନ୍ତି। ଗ୍ରାମର ଅନେକ ବୃଦ୍ଧାବୃଦ୍ଧ ଭତ୍ତା ପାଇ ନ ଥିବାବେଳେ ମୌଳିକ ସମସ୍ୟା ସମାଧାନ ପ୍ରତି କୌଣସି ଲୋକପ୍ରତିନିଧି ଦୃଷ୍ଟି ଦେଉନାହାନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ୨୧୩ ଭୋଟର ମତଦାନ କରିନାହାନ୍ତି। ଫାନିଆ ପଞ୍ଚାୟତ କୁଣ୍ଡିଆଶୋଳ ଗ୍ରାମର ୨ ଓ ୩ ନଂ. ବୁଥ୍‌ର ତାଲିକାରେ ଅଧା ଭୋଟରଙ୍କ ନଁା ନ ଥିବାରୁ ଗ୍ରାମବାସୀ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଭୋଟ ଗ୍ରହଣ କେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ତେବେ ଭୋଟ ଗ୍ରହଣ ସମୟ ଅତିବାହିତ ହେବା ପରେ ମଧ୍ୟ ବାକି ଥିବା ଭୋଟରଙ୍କୁ ମତଦାନ ପାଇଁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri