Posted inଜାତୀୟ

ମତଦାନ ତଥ୍ୟ ସନ୍ଦେହ ବଢ଼ାଇଲା

ନୂଆଦିଲ୍ଲୀ,୨୩ା୫: ଚଳିତ ଲୋକ ସଭା ନିର୍ବାଚନରେ ଭାରତର ନିର୍ବାଚନ କମିଶନ (ଇସିଆଇ) ମତଦାନର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାରେ ୧୦-୧୧ ଦିନ ନେଉଛନ୍ତି। ଶେଷରେ ଆସୁଥିବା ମତଦାନ ହାର ଏବଂ ନିର୍ବାଚନ ଦିନର ଭୋଟ ହାର ମଧ୍ୟରେ ୧.୭ କୋଟି ଭୋଟ ବ୍ୟବଧାନ ରହୁଥିବା ଦର୍ଶାଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କମିଶନଙ୍କ ପକ୍ଷରୁ ମତଦାନ ହାର ଜାରି କରିବାରେ ହେଉଥିବା ଅହେତୁକ ବିଳମ୍ବ ଯୋଗୁ ଏହି ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଓ ସଚ୍ଚୋଟତାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ରେ ହେବ। ଇତିମଧ୍ୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି, ତାକୁ ନେଇ ଇସିଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ ତାଳମେଳ ରହୁନାହିଁ। ନିର୍ବାଚନ ଦିନ ମତଦାନ ଶେଷରେ କମିଶନ ଗୋଟିଏ କଥା କହୁଛନ୍ତି। କିଛିଦିନ ପରେ ଚୂଡ଼ାନ୍ତ ମତଦାନ ହାର ଜାରି କରିବାବେଳେ ଆଉ ଗୋଟିଏ ତଥ୍ୟ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି। ତେଣୁ ଏହି ବିଷୟ ଦେଶରେ ବଡ଼ ବିବାଦକୁ ଜନ୍ମ ଦେଇଛି। କଂଗ୍ରେସ ନେତା ପଓ୍ବନ ଖେରା ବୁଧବାର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଖେରା କହିଛନ୍ତି, ନିର୍ବାଚନ କମିଶନରେ ବିଚିତ୍ର ଗତିବିଧି ଚାଲିଛି, ଯାହାକୁ ନେଇ ଦେଶର ଭୋଟରମାନେ ଚିନ୍ତିତ। ଦଳର ମିଡିଆ ଓ ପବ୍ଲିସିଟି ବିଭାଗ ମୁଖ୍ୟ ଖେରାଙ୍କ ମତରେ ଇସିଙ୍କ ପକ୍ଷରୁ ୨ ଥର ପ୍ରକାଶ ପାଉଥିବା ମତଦାନ ତଥ୍ୟରେ ୧.୭ କୋଟି ଭୋଟ ବ୍ୟବଧାନ ରହୁଛି। ପ୍ରଥମ ୪ଟି ପର୍ଯ୍ୟାୟରେ ଆସିଥିବା ଏଭଳି ଅପ୍ରତ୍ୟାଶିତ ତଥ୍ୟ ମତଦାତାଙ୍କୁ ଚିନ୍ତାରେ ପକାଇଦେଇଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଖେରା ଉଲ୍ଲେଖ କରିଛନ୍ତି, ଇସି ଚୂଡ଼ାନ୍ତ ତଥ୍ୟ ପ୍ରକାଶ ପାଇଁ ୧୦ରୁ ୧୧ ଦିନ ସମୟ ନେବା ପରେ ମଧ୍ୟ ଠିକ୍‌ କଥା କହୁନାହାନ୍ତି। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)କୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ନ ମିଳିବା ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ। ସେହିପରି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ୧.୦୭ କୋଟି ଭୋଟ ବ୍ୟବଧାନକୁ ଦେଖିଲେ ପ୍ରତି ଲୋକ ସଭା ଆସନରେ ଏହା ୨୮,୦୦୦ ବୃଦ୍ଧି ପାଇବ। ଭାଜପା ଯେଉଁ ରାଜ୍ୟଗୁଡ଼ିକରେ ଶୋଚନୀୟ ପରାଜୟର ମୁହଁ ଦେଖିବା ଭଳି ମନେହେଉଛି, ସେହି ରାଜ୍ୟଗୁଡ଼ିକରେ ତାଳମେଳରେ ସର୍ବାଧିକ ତାରତମ୍ୟ ରହୁଛି। କ’ଣ ଚାଲିଛି ବୋଲି ରମେଶ ପ୍ରଶ୍ନ କରିଛନ୍ତି। ତେବେ କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ଦିନର ଏବଂ ପରବର୍ତ୍ତୀ ସମୟରେ ପ୍ରକାଶିତ ସଂଶୋଧିତ ମତଦାନ ହାରକୁ ନେଇ ଇସିଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଲୋକ ସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ଆସିବାକୁ ଥିବାବେଳେ ଏଭଳି ତାରତମ୍ୟକୁ ନେଇ ଏନ୍‌ଜିଓ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ମତଦାନ ହାର ଏଭଳି ଭାବେ ୬% ବୃଦ୍ଧି ପାଇଥିବା ଦର୍ଶାଇ ପ୍ରକୃତ ଭୋଟିଂ ହାର ଘୋଷଣା କରିବାକୁ ଇସିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଡିଆର୍‌ ନିଜ ପିଟିଶନରେ ନିବେଦନ କରିଛି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ୧୭ ତାରିଖରେ ଏହାର ଶୁଣାଣି ବେଳେ ଇସିଙ୍କୁ ଏହା ଉପରେ ସପ୍ତାହେ ମଧ୍ୟରେ ଜବାବ ମାଗିଛନ୍ତି। ଆସନ୍ତା ୨୪ରେ ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ପୁଣି ବିଚାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?