Posted inଜାତୀୟ

ମତଦାନ ତଥ୍ୟ ସନ୍ଦେହ ବଢ଼ାଇଲା

ନୂଆଦିଲ୍ଲୀ,୨୩ା୫: ଚଳିତ ଲୋକ ସଭା ନିର୍ବାଚନରେ ଭାରତର ନିର୍ବାଚନ କମିଶନ (ଇସିଆଇ) ମତଦାନର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାରେ ୧୦-୧୧ ଦିନ ନେଉଛନ୍ତି। ଶେଷରେ ଆସୁଥିବା ମତଦାନ ହାର ଏବଂ ନିର୍ବାଚନ ଦିନର ଭୋଟ ହାର ମଧ୍ୟରେ ୧.୭ କୋଟି ଭୋଟ ବ୍ୟବଧାନ ରହୁଥିବା ଦର୍ଶାଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କମିଶନଙ୍କ ପକ୍ଷରୁ ମତଦାନ ହାର ଜାରି କରିବାରେ ହେଉଥିବା ଅହେତୁକ ବିଳମ୍ବ ଯୋଗୁ ଏହି ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଓ ସଚ୍ଚୋଟତାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ରେ ହେବ। ଇତିମଧ୍ୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି, ତାକୁ ନେଇ ଇସିଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ ତାଳମେଳ ରହୁନାହିଁ। ନିର୍ବାଚନ ଦିନ ମତଦାନ ଶେଷରେ କମିଶନ ଗୋଟିଏ କଥା କହୁଛନ୍ତି। କିଛିଦିନ ପରେ ଚୂଡ଼ାନ୍ତ ମତଦାନ ହାର ଜାରି କରିବାବେଳେ ଆଉ ଗୋଟିଏ ତଥ୍ୟ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି। ତେଣୁ ଏହି ବିଷୟ ଦେଶରେ ବଡ଼ ବିବାଦକୁ ଜନ୍ମ ଦେଇଛି। କଂଗ୍ରେସ ନେତା ପଓ୍ବନ ଖେରା ବୁଧବାର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଖେରା କହିଛନ୍ତି, ନିର୍ବାଚନ କମିଶନରେ ବିଚିତ୍ର ଗତିବିଧି ଚାଲିଛି, ଯାହାକୁ ନେଇ ଦେଶର ଭୋଟରମାନେ ଚିନ୍ତିତ। ଦଳର ମିଡିଆ ଓ ପବ୍ଲିସିଟି ବିଭାଗ ମୁଖ୍ୟ ଖେରାଙ୍କ ମତରେ ଇସିଙ୍କ ପକ୍ଷରୁ ୨ ଥର ପ୍ରକାଶ ପାଉଥିବା ମତଦାନ ତଥ୍ୟରେ ୧.୭ କୋଟି ଭୋଟ ବ୍ୟବଧାନ ରହୁଛି। ପ୍ରଥମ ୪ଟି ପର୍ଯ୍ୟାୟରେ ଆସିଥିବା ଏଭଳି ଅପ୍ରତ୍ୟାଶିତ ତଥ୍ୟ ମତଦାତାଙ୍କୁ ଚିନ୍ତାରେ ପକାଇଦେଇଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଖେରା ଉଲ୍ଲେଖ କରିଛନ୍ତି, ଇସି ଚୂଡ଼ାନ୍ତ ତଥ୍ୟ ପ୍ରକାଶ ପାଇଁ ୧୦ରୁ ୧୧ ଦିନ ସମୟ ନେବା ପରେ ମଧ୍ୟ ଠିକ୍‌ କଥା କହୁନାହାନ୍ତି। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)କୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ନ ମିଳିବା ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ। ସେହିପରି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ୧.୦୭ କୋଟି ଭୋଟ ବ୍ୟବଧାନକୁ ଦେଖିଲେ ପ୍ରତି ଲୋକ ସଭା ଆସନରେ ଏହା ୨୮,୦୦୦ ବୃଦ୍ଧି ପାଇବ। ଭାଜପା ଯେଉଁ ରାଜ୍ୟଗୁଡ଼ିକରେ ଶୋଚନୀୟ ପରାଜୟର ମୁହଁ ଦେଖିବା ଭଳି ମନେହେଉଛି, ସେହି ରାଜ୍ୟଗୁଡ଼ିକରେ ତାଳମେଳରେ ସର୍ବାଧିକ ତାରତମ୍ୟ ରହୁଛି। କ’ଣ ଚାଲିଛି ବୋଲି ରମେଶ ପ୍ରଶ୍ନ କରିଛନ୍ତି। ତେବେ କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ଦିନର ଏବଂ ପରବର୍ତ୍ତୀ ସମୟରେ ପ୍ରକାଶିତ ସଂଶୋଧିତ ମତଦାନ ହାରକୁ ନେଇ ଇସିଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଲୋକ ସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ଆସିବାକୁ ଥିବାବେଳେ ଏଭଳି ତାରତମ୍ୟକୁ ନେଇ ଏନ୍‌ଜିଓ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ମତଦାନ ହାର ଏଭଳି ଭାବେ ୬% ବୃଦ୍ଧି ପାଇଥିବା ଦର୍ଶାଇ ପ୍ରକୃତ ଭୋଟିଂ ହାର ଘୋଷଣା କରିବାକୁ ଇସିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଡିଆର୍‌ ନିଜ ପିଟିଶନରେ ନିବେଦନ କରିଛି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ୧୭ ତାରିଖରେ ଏହାର ଶୁଣାଣି ବେଳେ ଇସିଙ୍କୁ ଏହା ଉପରେ ସପ୍ତାହେ ମଧ୍ୟରେ ଜବାବ ମାଗିଛନ୍ତି। ଆସନ୍ତା ୨୪ରେ ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ପୁଣି ବିଚାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri