Posted inଜାତୀୟ

ଇଡି ସମନ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ୧୩ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ସୋନିଆ କୋଭିଡ୍‌ ସଂକ୍ରମିତ ହୋଇଥିବା ଦର୍ଶାଇ ରବିବାର ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ରାହୁଲ ସୋମବାର ସଦଳବସ୍‌ଳ ଇଡି ଅଫିସରେ ହାଜର ହେବେ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଦେଶରେ ବିରୋଧୀମାନଙ୍କ ମୁହଁ ବନ୍ଦ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ କରୁଥିବା ଅଭିଯୋଗ ହେଉଥିବାବେଳେ ଇଡି ପକ୍ଷରୁ କଂଗ୍ରେସର ଦୁଇ ବଡ଼ ନେତାଙ୍କୁ ସମନ କରାଯିବାକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସ ଏହାକୁ ପ୍ରତିଶୋଧମୂଳକ ରାଜନୀତି ବୋଲି ଅଭିହିତ କରିଥିବାବେଳେ ରାହୁଲଙ୍କ ପ୍ରସ୍ତାବିତ ପଦଯାତ୍ରାକୁ ଭାଜପା ‘ମିଛ ସତ୍ୟାଗ୍ରହ’ର ଆଖ୍ୟା ଦେଇଛି।

ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ରବିବାର ଟୁଇଟ୍‌ କରି କହିଛନ୍ତି, ସୋନିଆ ଗାନ୍ଧୀ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି। ତେବେ ଅବ୍‌ଜର୍ଭେଶନ ପାଇଁ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ଏହା ପୂର୍ବରୁ ବହୁଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଗତ ୮ ତାରିଖରେ ହାଜର ହେବାକୁ ଇଡି ପକ୍ଷରୁ ସୋନିଆଙ୍କୁ କୁହାଯାଇଥିଲା। ତେବେ ୨ ତାରିଖରେ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ୩ ସପ୍ତାହ ସମୟ ମାଗିଥିଲେ। ଇଡି ୭୫ ବର୍ଷୀୟା କଂଗ୍ରେସ ମୁଖ୍ୟଙ୍କୁ ୨୩ ତାରିଖରେ ହାଜର ହେବା ପାଇଁ ନୂଆ ସମନ ଜାରି କରିଛନ୍ତି। ସେହିପରି ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଗତ ୨ ତାରିଖରେ ହାଜର ହେବାକୁ ସମନ ହୋଇଥିବାବେଳେ ସେ ଦେଶ ବାହାରେ ଥିବା ଦର୍ଶାଇ ଅଧିକ ସମୟ ମାଗିଥିଲେ।

ଇଡି ତାଙ୍କୁ ସୋମବାର ହାଜର ହେବାକୁ ସାନି ସମନ କରିଛି। କଂଗ୍ରେସ ଏହାକୁ ଭାଜପାର ଏକ ରାଜନୈତିକ ଚକ୍ରାନ୍ତ ବୋଲି ଅଭିହିତ କରି ସୋମବାର ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜବାବ ଦେବାକୁ ସ୍ଥିର କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ରାହୁଲ ଜେରାର ସମ୍ମୁଖୀନ ହେବା ପାଇଁ ଇଡି ଅଫିସକୁ ପଦଯାତ୍ରା କରିବା ସମୟରେ ତାଙ୍କ ସହ ଦଳର ସମସ୍ତ ଏମ୍‌ପି, କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ସଦସ୍ୟ ସାମିଲ ହେବେ। କେନ୍ଦ୍ର ସରକାରଙ୍କ ପ୍ରତିଶୋଧମୂଳକ ରାଜନୀତି ଏବଂ ବିରୋଧୀଙ୍କୁ ଚୁପ୍‌ କରାଇବା ଉଦ୍ଦେଶ୍ୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପ୍ରତିବାଦରେ ସାରା ଦେଶର ୨୫ ଇଡି ଅଫିସ ଆଗରେ ଦଳୀୟ କର୍ମୀ ଓ ନେତା ବିକ୍ଷୋଭ ପ୍ରଦର୍ଶନ କରିବେ। ରାଜ୍ୟଗୁଡ଼ିକର ରାଜଧାନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଅନୁରୂପ ବିକ୍ଷୋଭ କରାଯିବା ନେଇ ଗତ ଗୁରୁବାର ଏଆଇସିସି ବୈଠକରେ ରଣନୀତି ସ୍ଥିର କରାଯାଇଛି।

ନ୍ୟାଶନାଲ ହେରାଲ୍ଡ: ମାମଲା କ’ଣ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା କଂଗ୍ରେସ ପୃଷ୍ଠପୋଷକତାରେ ପ୍ରକାଶିତ ଖବରକାଗଜ ‘ନ୍ୟାଶନାଲ ହେରାଲ୍ଡ’ରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ୨୦୧୩ରେ ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହି ଖବରକାଗଜ ଆସୋସିଏଟେଡ୍‌ ଜର୍ନାଲ୍ସ ଲିମିଟେଡ୍‌ (ଏଜେଏଲ୍‌) ଦ୍ୱାରା ପ୍ରକାଶ ପାଉଥିବାବେଳେ ଏହାର ମାଲିକାନା ୟଙ୍ଗ୍‌ ଇଣ୍ଡିଆନ୍‌ ପ୍ରାଇଭେଟ୍‌ ଲିଃ ମାଲିକାନାରେ ରହିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀ ୟଙ୍ଗ୍‌ ଇଣ୍ଡିଆନ୍‌ର ଶେୟାରହୋଲ୍ଡର୍ସ ରହିଛନ୍ତି। ମା’ପୁଅଙ୍କ ସମେତ ଦଳର ଅନ୍ୟ କେତେଜଣ କଂଗ୍ରେସ ନେତା ଆସୋସିଏଟେଡ୍‌ ଜର୍ନାଲର ୯୦.୨୫ କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ୍‌ ଇଣ୍ଡିଆନ୍‌ ପକ୍ଷରୁ ମାତ୍ର ୫୦ ଲକ୍ଷ ଟଙ୍କା ପଇଠ କରି ହେରଫେର କରିଥିଲେ ବୋଲି ସୁବ୍ରମଣ୍ୟମ୍‌ ଅଭିଯୋଗ ଆଣିଥିଲେ।

ଗତବର୍ଷ ଫେବୃୟାରୀରେ ଦିଲ୍ଲୀ ହାଇକୋର୍ଟ ସୋନିଆ ଓ ରାହୁଲଙ୍କୁ ସୁବ୍ରମଣ୍ୟମ୍‌ଙ୍କ ଆବେଦନ ଉପରେ ତଳ କୋର୍ଟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟେ ୨୦୧୫ରେ ଜାମିନ ପାଇଥିଲେ। ତେବେ ପୂର୍ବରୁ ଇଡି ଏହି ମାମଲା ବନ୍ଦ କରିଦେଇଥିବାବେଳେ ଏବେ ପୁରୁଣା ଫାଇଲ ପୁଣି ଖୋଲି କଂଗ୍ରେସ ନେତାଙ୍କୁ ଅପଦସ୍ଥ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ…

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।...

ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ

ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ...

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୧୫ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଏଥର ମାତ୍ର ୨୪ ହଜାର...

ଚାଇନାକୁ ଝଟ୍‌କା: ଉଦ୍ଧବ ସରକାର ରଦ୍ଦ କଲେ ୫ ହଜାର କୋଟିର ୩ ଚୁକ୍ତି

ମୁମ୍ବାଇ, ୨୨।୬: ଗଲଓ୍ବାନ ଘାଟିରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବା ଚାଇନା ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଚାଇନା...

‘ଧରିତ୍ରୀ ଦିବସ’ରେ ଗୁଗଲ୍‌ର ସ୍ବତନ୍ତ୍ର ଡୁଡଲ୍‌

ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ...

ନାବାଳକଙ୍କୁ ମାଡ଼ମାରିବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଭଦୋଦରା,୪।୪: ଜଣେ ୧୩ ବର୍ଷ ନାବାଳକକୁ ମାଡ଼ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଗୁଜରାଟର ଭଦୋଦରାରେ ଥିବା ନନ୍ଦେସାରି ବଜାରରେ...

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୩୧।୫: ଜାମ୍ମୁ-କାଶ୍ମୀର ସୋପିଆନରେ ଶୁକ୍ରବାର ଏନକାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଦ୍ରାଗତ ସୁଗାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ...

ପ୍ରେମ ବିବାହକୁ ନା କରିବାରୁ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା,ପ୍ରେମିକ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୮ା୨: ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ଏସ୍‌ଆଇ ପ୍ରୀତି ଅହଲାଓ୍ବତ୍‌(୨୬) ମେଟ୍ରୋ ଷ୍ଟେଶନର ପୋଲିସ ଏକାଡେମୀରୁ...

Advertisement
Archives

Model This Week