Posted inଜାତୀୟ

ଇଡି ସମନ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ୧୩ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ସୋନିଆ କୋଭିଡ୍‌ ସଂକ୍ରମିତ ହୋଇଥିବା ଦର୍ଶାଇ ରବିବାର ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ରାହୁଲ ସୋମବାର ସଦଳବସ୍‌ଳ ଇଡି ଅଫିସରେ ହାଜର ହେବେ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଦେଶରେ ବିରୋଧୀମାନଙ୍କ ମୁହଁ ବନ୍ଦ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ କରୁଥିବା ଅଭିଯୋଗ ହେଉଥିବାବେଳେ ଇଡି ପକ୍ଷରୁ କଂଗ୍ରେସର ଦୁଇ ବଡ଼ ନେତାଙ୍କୁ ସମନ କରାଯିବାକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସ ଏହାକୁ ପ୍ରତିଶୋଧମୂଳକ ରାଜନୀତି ବୋଲି ଅଭିହିତ କରିଥିବାବେଳେ ରାହୁଲଙ୍କ ପ୍ରସ୍ତାବିତ ପଦଯାତ୍ରାକୁ ଭାଜପା ‘ମିଛ ସତ୍ୟାଗ୍ରହ’ର ଆଖ୍ୟା ଦେଇଛି।

ଏଆଇସିସି ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ରବିବାର ଟୁଇଟ୍‌ କରି କହିଛନ୍ତି, ସୋନିଆ ଗାନ୍ଧୀ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି। ତେବେ ଅବ୍‌ଜର୍ଭେଶନ ପାଇଁ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ଏହା ପୂର୍ବରୁ ବହୁଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଗତ ୮ ତାରିଖରେ ହାଜର ହେବାକୁ ଇଡି ପକ୍ଷରୁ ସୋନିଆଙ୍କୁ କୁହାଯାଇଥିଲା। ତେବେ ୨ ତାରିଖରେ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ୩ ସପ୍ତାହ ସମୟ ମାଗିଥିଲେ। ଇଡି ୭୫ ବର୍ଷୀୟା କଂଗ୍ରେସ ମୁଖ୍ୟଙ୍କୁ ୨୩ ତାରିଖରେ ହାଜର ହେବା ପାଇଁ ନୂଆ ସମନ ଜାରି କରିଛନ୍ତି। ସେହିପରି ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଗତ ୨ ତାରିଖରେ ହାଜର ହେବାକୁ ସମନ ହୋଇଥିବାବେଳେ ସେ ଦେଶ ବାହାରେ ଥିବା ଦର୍ଶାଇ ଅଧିକ ସମୟ ମାଗିଥିଲେ।

ଇଡି ତାଙ୍କୁ ସୋମବାର ହାଜର ହେବାକୁ ସାନି ସମନ କରିଛି। କଂଗ୍ରେସ ଏହାକୁ ଭାଜପାର ଏକ ରାଜନୈତିକ ଚକ୍ରାନ୍ତ ବୋଲି ଅଭିହିତ କରି ସୋମବାର ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜବାବ ଦେବାକୁ ସ୍ଥିର କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ରାହୁଲ ଜେରାର ସମ୍ମୁଖୀନ ହେବା ପାଇଁ ଇଡି ଅଫିସକୁ ପଦଯାତ୍ରା କରିବା ସମୟରେ ତାଙ୍କ ସହ ଦଳର ସମସ୍ତ ଏମ୍‌ପି, କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ସଦସ୍ୟ ସାମିଲ ହେବେ। କେନ୍ଦ୍ର ସରକାରଙ୍କ ପ୍ରତିଶୋଧମୂଳକ ରାଜନୀତି ଏବଂ ବିରୋଧୀଙ୍କୁ ଚୁପ୍‌ କରାଇବା ଉଦ୍ଦେଶ୍ୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପ୍ରତିବାଦରେ ସାରା ଦେଶର ୨୫ ଇଡି ଅଫିସ ଆଗରେ ଦଳୀୟ କର୍ମୀ ଓ ନେତା ବିକ୍ଷୋଭ ପ୍ରଦର୍ଶନ କରିବେ। ରାଜ୍ୟଗୁଡ଼ିକର ରାଜଧାନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଅନୁରୂପ ବିକ୍ଷୋଭ କରାଯିବା ନେଇ ଗତ ଗୁରୁବାର ଏଆଇସିସି ବୈଠକରେ ରଣନୀତି ସ୍ଥିର କରାଯାଇଛି।

ନ୍ୟାଶନାଲ ହେରାଲ୍ଡ: ମାମଲା କ’ଣ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା କଂଗ୍ରେସ ପୃଷ୍ଠପୋଷକତାରେ ପ୍ରକାଶିତ ଖବରକାଗଜ ‘ନ୍ୟାଶନାଲ ହେରାଲ୍ଡ’ରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ୨୦୧୩ରେ ଭାଜପା ଏମ୍‌ପି ସୁବ୍ରମଣ୍ୟମ୍‌ ସ୍ବାମୀ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହି ଖବରକାଗଜ ଆସୋସିଏଟେଡ୍‌ ଜର୍ନାଲ୍ସ ଲିମିଟେଡ୍‌ (ଏଜେଏଲ୍‌) ଦ୍ୱାରା ପ୍ରକାଶ ପାଉଥିବାବେଳେ ଏହାର ମାଲିକାନା ୟଙ୍ଗ୍‌ ଇଣ୍ଡିଆନ୍‌ ପ୍ରାଇଭେଟ୍‌ ଲିଃ ମାଲିକାନାରେ ରହିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀ ୟଙ୍ଗ୍‌ ଇଣ୍ଡିଆନ୍‌ର ଶେୟାରହୋଲ୍ଡର୍ସ ରହିଛନ୍ତି। ମା’ପୁଅଙ୍କ ସମେତ ଦଳର ଅନ୍ୟ କେତେଜଣ କଂଗ୍ରେସ ନେତା ଆସୋସିଏଟେଡ୍‌ ଜର୍ନାଲର ୯୦.୨୫ କୋଟି ଟଙ୍କାର ସମ୍ପତ୍ତିକୁ ୟଙ୍ଗ୍‌ ଇଣ୍ଡିଆନ୍‌ ପକ୍ଷରୁ ମାତ୍ର ୫୦ ଲକ୍ଷ ଟଙ୍କା ପଇଠ କରି ହେରଫେର କରିଥିଲେ ବୋଲି ସୁବ୍ରମଣ୍ୟମ୍‌ ଅଭିଯୋଗ ଆଣିଥିଲେ।

ଗତବର୍ଷ ଫେବୃୟାରୀରେ ଦିଲ୍ଲୀ ହାଇକୋର୍ଟ ସୋନିଆ ଓ ରାହୁଲଙ୍କୁ ସୁବ୍ରମଣ୍ୟମ୍‌ଙ୍କ ଆବେଦନ ଉପରେ ତଳ କୋର୍ଟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟେ ୨୦୧୫ରେ ଜାମିନ ପାଇଥିଲେ। ତେବେ ପୂର୍ବରୁ ଇଡି ଏହି ମାମଲା ବନ୍ଦ କରିଦେଇଥିବାବେଳେ ଏବେ ପୁରୁଣା ଫାଇଲ ପୁଣି ଖୋଲି କଂଗ୍ରେସ ନେତାଙ୍କୁ ଅପଦସ୍ଥ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?