ଗଳିପୋଲକୁ ନେଇ ରାଜନୀତି

ରସୁଲପୁର,୬।୫(ଡି.ଏନ୍‌.ଏ): ରସୁଲପୁର ବ୍ଲକର କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାଦଲାପୁର ଛକଠାରେ ଗଳିପୋଲ (ପିୟୁପି) ନିର୍ମାଣକୁ ନେଇ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ କ୍ରମେ ଏହି ଗଳିପୋଲ ହେବାକୁ ଯାଉଥିବାରୁ ଶୁକ୍ରବାର ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜପଥ ପାର୍ଶ୍ୱସ୍ଥ ବାହାଦଲାପୁର ଛକ ନିକଟରେ ଆୟୋଜିତ ହୋଇଯାଇଛି। ଭାଜପା ନାରୀନେତ୍ରୀ ଶ୍ରୀମନ୍ତିନୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜେଡି ଜିଲା ପରିଷଦ ସଦସ୍ୟ (୩୩ ନମ୍ବର) ଶିଶିର କୁମାର ମହାନ୍ତି ଏବଂ ବିଜେଡି ସମର୍ଥତ୍ତ ବାହାଦଲାପରୁ ପଞ୍ଚାୟତ ସମିତି ସଭ୍ୟା ମାମି ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା, ପୂର୍ବତନ ଜିଲାପରିଷଦ ସଦସ୍ୟ ବିଜୟ କୁମାର ଦାସ, ଲିଙ୍କନ ଫାର୍ମାସ୍ୟୁଟିକାଲର ଜୋନାଲ ମ୍ୟାନେଜର ଅଭୟ କୁମାର ମହାନ୍ତି, ସମାଜିକ କର୍ମୀ ଇଂ ବିଶ୍ୱଜିତ୍‌ ମହାନ୍ତି, ଅରୁଣ କୁମାର ସାହୁ, ଲକ୍ଷ୍ମୀଧର ପତି, ପ୍ରଫୁଲ୍ଲ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାଧାରଣ ଲୋକଙ୍କର କୌଣସି ଦଳ ନାହିଁ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ ବୋଲି କହିବା ସହ ଭାଜପା ସରକାର ଓ ଭାରତର ପ୍ରଧାନମନ୍ତ୍ରୀ ଲୋକଙ୍କ ସମସ୍ୟାକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ା ସେହି ଆଧାରରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ଏକ ଗଳିପୋଲ କରାଯାଉଛି ବୋଲି ଏମ୍‌ପି ଷଡ଼ଙ୍ଗୀ କହିଛନ୍ତି। ଲୋକମାନଙ୍କ ସମସ୍ୟାର ସମାଧାନ ବାଟ ଫିଟିପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ପ୍ରସ୍ତାବିତ ଗଳିପୋଲ ପାଇଁ ୬.୭୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ରସୁଲପୁର ବ୍ଲକ ସମ୍ମୁଖରେ ଏକ ଗଳିପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏମ୍‌ପି ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ତଦନୁଯାୟୀ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତର ବାହାଦଲାପୁର, ସରିଫାବାଦ, କମାରପାଳ, ରସୁଲପୁର ପଞ୍ଚାୟତର କେଉଟ ଲଗୁଆଁ, ଭୋଟକା ପଞ୍ଚାୟତ ବିଲିପଡା ଗ୍ରାମର ଗୋସାଇଁ ମଠ, ଯାଜପୁର ବ୍ଲକ ବେରୁଦା ପଞ୍ଚାୟତର ଚିନ୍ତାପଲ୍ଲୀ ଗ୍ରାମର ଲୋକଙ୍କ ଯାତାୟାତ ପାଇଁ ଅତଲାପୁର-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତାକୁ ବ୍ୟବହାର କରିଥାଆନ୍ତି ା ଏହି ରାସ୍ତା ରାଜପଥକୁ ବାହାଦଲାପୁର ଛକଠାରେ ସଂଯୋଗ କରୁଛି। ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୭୬ କି.ମି. ଲମ୍ବ ୧୬ ନମ୍ବର ଜାତୀୟ ରାଜପଥକୁ ୬ଥାକିଆ ରାସ୍ତାରେ ସମ୍ପ୍ରସାରଣ କରାଯାଇଛି। ଏହି ସମୟରେ ଏଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ ଲୋକମାନେ କୋରେଇ ବିଧାୟକ ଅଶୋକ କୁମାର ବଳଙ୍କୁ ଅବଗତ କରାଇଥିଲେ। ବିଧାୟକ ବଳ ଏହାକୁ ଅତି ହାଲୁକା ଭାବରେ ଗ୍ରହଣ କରିବାରୁ ପ୍ରଭାବିତ ଅଞ୍ଚଳର ମୁରବିମାନେ ଭୁବନେଶ୍ୱର ଏମ୍‌ପି ଷଡ଼ଙ୍ଗୀଙ୍କୁ ଭେଟି ଦାବି ଜଣାଇଥିଲେ। ଏମ୍‌ପି ଷଡ଼ଙ୍ଗୀ ଗଳିପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଥିଲେ। ତଦନୁଯାୟୀ ପ୍ରସ୍ତାବିତ ସ୍ଥାନରେ ଏକ ପିୟୁପି(ପେଡେଷ୍ଟେରିଆନ ଅଣ୍ଡର ପାସ୍‌) କରିବାକୁ ବୈଷୟିକ ମଞ୍ଜୁରୀ ମିଳିଛି ା
ଏ ସମ୍ପର୍କରେ ବିଜେଡି ଜିଲା ପରିଷଦ ସଦସ୍ୟ ଶିଶିର କୁମାର ମହାନ୍ତିଙ୍କୁ ପଚାରିବାରୁ ଏଠାରେ ଦଳ ପ୍ରସଙ୍ଗଠାରୁ ଲୋକଙ୍କ ସମସ୍ୟା ଅତ୍ୟନ୍ତ ସମ୍ବେଦନଶୀଳ। ଉକ୍ତ ସମସ୍ୟା ସମ୍ପର୍କରେ ଲୋକେ ବିଧାୟକଙ୍କୁ ଅବଗତ କରାଇଥିଲେ। ଏ ଦିଗରେ ବିଧାୟକଙ୍କ ପଦକ୍ଷେପ ସନ୍ତୋଷଜନକ ହୋଇ ନ ପାରିବାରୁ ଲୋକେ ଭୁବନେଶ୍ୱର ଏମ୍‌ପିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବୋଲି ମହାନ୍ତି କହିଛନ୍ତି। ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଶ୍ରାବଣୀ ମହାନ୍ତି କହିଛନ୍ତି, ଗଳିପୋଲ ଦାବିକୁ ବିଧାୟକ ଗୁରୁତ୍ୱ ଦେଲେ ନାହିଁ। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଗଲା ହେଲେ ଗଳିପୋଲ ହୋଇପାରିଲା ନାହିଁ। ଏମ୍‌ପି ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ଯୋଗୁ ତାହା ସମ୍ଭବ ହୋଇପାରିଲା ବୋଲି ଶ୍ରାବଣୀ କହିଛନ୍ତି। କୋରେଇ ବିଧାୟକ ବଳଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି। ବୈଷୟିକ ଅନୁମୋଦନ ମିଳିପାରିଲେ ଗଳିପୋଲ ନିର୍ମାଣ ସମ୍ଭବ। ତେବେ ଏହାକୁ ନେଇ ଅମୂଳକ ଅଭିଯୋଗ କରାଯାଉଛି ା ବିରୋଧୀଙ୍କ ଏଭଳି ପ୍ରୟାସକୁ ଅଦିନିଆ ବର୍ଷା ବୋଲି ସେ ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri