ଧାନକିଣାରେ ରାଜନୀତ

ଆମ ରାଜ୍ୟରେ ଧାନକିଣା ପ୍ରକ୍ରିୟା ସବୁବେଳେ ଏକ ସମସ୍ୟା ହୋଇ ରହିଆସିଛି। ପ୍ରତିବର୍ଷ ଏହି ପ୍ରକ୍ରିୟା ସଞ୍ଚାଳନ କରିବାରେ ଦେଖାଯାଉଥିତ୍ବା ଅସଙ୍ଗତି ବା ଅବ୍ୟବସ୍ଥା ଯୋଗୁ ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ୧୨,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଧାନ କିଣାରେ ପ୍ରମୁଖ ଭୂମିକା ନେଉଥିବା ଓଡ଼ିଶା ଷ୍ଟେଟ୍‌ ସିଭିଲ ସପ୍ଲାଇଜ୍‌ କର୍ପୋରେଶନ (ଓଏସ୍‌ସିଏସ୍‌ସି) ଅତୀତର ଭୁଲ୍‌ରୁ କିଛି ବି ଶିକ୍ଷା କରିନାହିଁ। ଯୋଗାଣ ବିଭାଗ ଅଧିତ୍କାରୀ ଏବଂ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ଗୁଡ଼ିକ ବିରୋଧରେ ଅଭିଯୋଗ ଏକ ସାଧାରଣ କଥା ହୋଇଗଲାଣି। ବହୁ ସମୟରେ ରାଇସ୍‌ ମିଲରମାନଙ୍କର ଅନୈତିିକ କାର୍ଯ୍ୟ ଉପରେ ଅଭିଯୋଗ କରାଯାଉଛି । ନିକଟରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକ ଏବଂ ପାଣି ପଞ୍ଚାୟତ (ପିପି) ଗୁଡ଼ିକୁ ଶୀଘ୍ର ଧାନ ସଂଗ୍ରହ କାମରେ ଲଗାଯାଇଛିି। ତଥାପି ସରକାର ଏହି ସମସ୍ୟା ସୁଧାରିବାରେ ସକ୍ଷମ ହୋଇପାରିନହାନ୍ତି। ପୂର୍ବ ଭଳି ଚଳିତବର୍ଷ ମଧ୍ୟ ଧାନ କିଣାରେ ସମସ୍ୟା ଦେଖାଦେଇଛି। ରାଜ୍ୟରେ ଧାନକିଣା ପ୍ରକ୍ରିୟା ବିକେନ୍ଦ୍ରୀକରଣ ହେବା ଏବଂ ଓଏସ୍‌ସିଏସ୍‌ସିକୁ ଧାନକିଣା ଦାୟିତ୍ୱ ଦେବା ଦିନଠାରୁ କିଣା ପ୍ରକ୍ରିୟା ସବୁବେଳେ ବିବାଦରେ ଫସି ଆସିଛି। ୨୦୦୫-୦୬ରେ କେନ୍ଦ୍ର ଖାଦ୍ୟ ନିଗମ ତରଫରୁ ଧାନ କିଣିବାରେ ଘରୋଇ ବ୍ୟବସାୟୀମାନଙ୍କୁ କାର୍ଯ୍ୟରେ ରାଜ୍ୟ ସରକାର ଲଗାଇବାର ଅଭିଜ୍ଞତା ହାସଲ କରିଥିଲେ। କିନ୍ତୁ ତାହା ଦୁଇ ତିନି ବର୍ଷ ପରେ ବନ୍ଦ ହୋଇଗଲା। ସେତେବେଳେ ମଣ୍ଡିରୁ ଧାନ ନ ଉଠିଲେ ବି ଏତେ ଅଭିଯୋଗ ଆସୁ ନ ଥିଲା। ଧାନ କିଣୁଥିବା ଘରୋଇ ବ୍ୟବସାୟୀମାନେ ବେଶି ଲାଭ ପାଇବା ଲାଗି ଅଗ୍ରିମ ଟଙ୍କା ଦେଇ ଅଧିକ ଧାନ କିଣିବାକୁ ଚେଷ୍ଟା କରୁଥିତ୍ଲେ। କିନ୍ତୁ ବର୍ତ୍ତମାନ କୃଷକମାନଙ୍କୁ ଟଙ୍କା ନ ଦେବା କିମ୍ବା ଦେବାରେ ବିଳମ୍ବ ହେବା,ମଣ୍ଡି ନ ଖୋଲିବା ଏବଂ ଟୋକନ ସମସ୍ୟା ପୂରା ପ୍ରକ୍ରିୟାକୁ ଠପ୍‌ କରିଦେଇଛି। ଏହିସବୁ ସମସ୍ୟା ଗୋଟିଏ ପରେ ଗୋଟିଏ ପରକୁ ପର ଘଟୁଛି। ଏହା ନୁହେଁ ଯେ,ଏବେ ଆମ ପାଖରେ ଚଳିତବର୍ଷ କିଛି ନୂଆ ସମସ୍ୟା ସାମ୍‌ନା କରିବାକୁ ପଡ଼ିଛି। ତଥାପି ଏକ ସ୍ଥାୟୀ ସମାଧାନର ବାଟ ପାଇବାକୁ ସରକାର ବିଫଳ ହୋଇଛନ୍ତି।
ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଏହାର ୪ ଭାଗରୁ ୩ ଭାଗ ଲୋକଙ୍କର ମୁଖ୍ୟ ଜୀବିକା କୃଷି। ଧାନ ହିଁ ଏକମାତ୍ର ଶସ୍ୟ, ଯାହା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ ବିକ୍ରି ହେଉଛି। ଏଣୁ କୃଷକମାନେ ଅଧିକ ପରିମାଣରେ ଧାନ ଚାଷ କରୁଛନ୍ତି। ଧାନ ପାଇଁ ଏକ ମୁକ୍ତ ବଜାର କି ଧାନରୁ ଉପତ୍ାଦ ପ୍ରସ୍ତୁତ କରିବା ଲାଗି କୌଣସି ବ୍ୟବସ୍ଥା ନଥିବାରୁ କୃଷକମାନେ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିବାକୁ ଚାହିଁଥାଆନ୍ତି। ଧାନ କିଣା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମେ ନଭେମ୍ବରରୁ ଫେବୃୟାରୀ ଏବଂ ଆଉ ଥରେ ଗ୍ରୀଷ୍ଣକାଳୀନ ଧାନ ପାଇଁ ମେ’ରୁ ଜୁନ ମଧ୍ୟରେ କରାଯାଇଥାଏ। ରାଜ୍ୟ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନରେ ଓଏସ୍‌ସିଏସ୍‌ସି ରହିଛି ଓ ଉକ୍ତ ବିଭାଗ ଏହାର କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଏଣୁ ସମ୍ପୃକ୍ତ ବିଭାଗକୁ ଏହି ସମସ୍ୟାର ସମାଧାନ କରିବାର ବାଟ ବାହାର କରିବା ଦରକାର। ଧାନ ବିକି ନ ପାରି ନିରାଶ ହୋଇ ମଣ୍ଡିରେ କୃଷକମାନେ ବିଷ ଖାଉଛନ୍ତି। ଧାନ ବିକ୍ରି କରିବାକୁ ମଣ୍ଡିରେ ଅନେକ ଦିନ ପଡି ରହୁଛନ୍ତି । ଏହାବାଦ ସବୁଠୁ ଖରାପ ଟୋକନ ସିଷ୍ଟମ ବି ଏକ ସମସ୍ୟା ହୋଇ ଉଭାହୋଇଛି। ଧାନକିଣା ପ୍ରକ୍ରିୟାର ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ବିରୋଧୀମାନେ ବିଧାନସଭା ଚଳାଇ ଦେଉନାହାନ୍ତି। ଜଣେ ଭାଜପା ବିଧାୟକ ମଧ୍ୟ ଗୃହରେ ସାନିଟାଇଜର ପିଇ ଆମତ୍ହତ୍ୟା କରିବାର ଉଦ୍ୟମ କରିଛନ୍ତି। ଏହି ଘଟଣା ଧାନକିଣା ସମସ୍ୟାର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛିି। ଗୃହରେ ଭାଜପା ବିଧାୟକ ଆମତ୍ହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଚାହଁୁଥିବାବେଳେ ବିରୋଧୀ କିନ୍ତୁ ଧାନ କିଣା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଲଗାତର ତାଙ୍କର ଆକ୍ରମଣ ଜାରି ରଖିଛନ୍ତି। ଧାନକିଣାକୁ କେନ୍ଦ୍ର କରି ଗୁରୁବାରକୁ ନେଇ ୬ ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିଲା। ଉଭୟ ଶାସକ ଦଳ ଏବଂ ବିରୋଧୀ ଏହି ସମସ୍ୟାକୁ ନେଇ ଯେଉଁ ବାଟରେ ଯାଉଛନ୍ତି,ଏହି ଅଧିବେଶନ ପୂରା ନଷ୍ଟ ହେବାକୁ ଯାଉଥିବା ଜଣାପଡୁଛି।
ଧାନକିଣାରେ ବାରମ୍ବାର ଘଟୁଥିବା ଏହି ସମସ୍ୟା ଦୂର କରିବାକୁ କ’ଣ ବାଟ ନାହିଁି? ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ସମୀକ୍ଷା କରିବାର ଏହା କ’ଣ ଉପଯୁକ୍ତ ସମୟ ନୁହେଁ? ଧାନକିଣା କାର୍ଯ୍ୟର ଅଧିକ ଦାୟିତ୍ୱ ମୁଣ୍ଡାଇ ଚାପରେ ଥିବା ଓଏସ୍‌ସିଏସ୍‌ସିକୁ ଏଥିରୁ କ୍ଷାନ୍ତ କରିବା ପାଇଁ ଏହା କ’ଣ ସମୟ ନୁହେଁ? ଏହି କର୍ପୋରେଶନ କେବଳ ଧାନ କିଣୁୁନାହିଁ, ବରଂ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ବାଣ୍ଟୁଛି ଏବଂ ଏହା ସହ ଅନ୍ୟ ଅସଂଖ୍ୟ ଦାୟିତ୍ୱରେ ଛନ୍ଦି ହୋଇଛି। ରାଜ୍ୟ ସରକାର କ’ଣ ଧାନକିଣାକୁ ସୁରୁଖୁରୁରେ ଚଳାଇବା ଲାଗି ସ୍ପେଶିଆଲ ପର୍ପସ ଭେହିକିଲ(ଏସ୍‌ପିଭି) ଭଳି କିଛି ବ୍ୟବସ୍ଥା କରିପାରିବେ ନାହିଁ? ସରକାର ମଧ୍ୟ ତାଙ୍କ ତରଫରୁ ଏହି ପ୍ରକ୍ରିୟାରେ ମଧ୍ୟସ୍ଥି ଭାବେ କାର୍ଯ୍ୟରେ ଲଗାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ଗୁଡ଼ିକୁ ବନ୍ଦ କରିବା ଉଚିତ। ଭୋଟ ହାସଲ କରିବା ପାଇର୍ଁ ରାଜ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ସରକାରଙ୍କର ବଡ଼ ଅସ୍ତ୍ର। କିନ୍ତୁ ଧାନକିଣା ପ୍ରକ୍ରିୟା ଏକ ବୃହତ୍‌ ଲାଭଦାୟକ ଯୋଜନା। ଯଦି ଜଣେ କେନ୍ଦ୍ରର ମୂଲ୍ୟ ତାଲିକାକୁ ଅନୁଧ୍ୟାନ କରିବେ, ତେବେ ଏହି କାର୍ଯ୍ୟରେ ସାମିଲ ପ୍ରତ୍ୟେକ ଅଂଶୀଦାରଙ୍କ ପାଇଁ ମୋଟା ଅଙ୍କର କମିଶନ ନିଶ୍ଚିତ କରାଯାଇଛି। ଏହା ହିଁ କାରଣ, ଯେଉଁଥିପାଇଁ ଓଏସ୍‌ସିଏସ୍‌ସି ଏଥିତ୍ରେ ସମ୍ପୃକ୍ତ ରହିବାକୁ ଚେଷ୍ଟା କରୁଛି ଏବଂ ସରକାର ସେମାନଙ୍କ ଇଚ୍ଛା ପୂରଣ କରିବାକୁ ବି ସହଯୋଗ କରୁଛନ୍ତି। ସମୁଦାୟ ପ୍ରକ୍ରିୟାରେ ପ୍ରତ୍ୟେକ ଯେତେବେଳେ ଲାଭ ପାଉଛନ୍ତିି, ସେତେବେଳେ କୃଷକ କାହିଁକି କ୍ଷତି ସହିବ?


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?