Posted inଜାତୀୟ

ଲୋକ ସଭା ନିର୍ବାଚନରେ କାହିଁକି ପ୍ରତିନ୍ଦ୍ୱନ୍ଦ୍ୱିତା କରୁନାହାନ୍ତି ସୋନିଆ ଗାନ୍ଧୀ? ଏହା ହେଉଛି ୩ କାରଣ…

ନୂଆଦିଲ୍ଲୀ,୧୩।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୬ ଥର ଲୋକ ସଭା ଏମ୍‌ପି ସୋନିଆ ଗାନ୍ଧୀ ଏଥର ରାଜ୍ୟ ସଭା ଯିବେ। ସେ ରାଜସ୍ଥାନରୁ ରାଜ୍ୟ ସଭା ଲାଗି ଦାବି ଉପସ୍ଥାପନ କରିବେ। ସୋନିଆ ଲୋକ ସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ନ କରିବା ଯୋଗୁ ରାଏବରେଲି ଆସନ ଖାଲି ରହିବ। ଏଠାରୁ ଝିଅ ପ୍ରିୟଙ୍କା ଭଦ୍ରାଙ୍କୁ ନିର୍ବାଚନରେ ଛିଡ଼ା କରିବା ନେଇ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ସୋନିଆ କାହିଁକି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାପଛରେ ୩ଟି ପ୍ରମୁଖ କାରଣ ଥିବା କୁହାଯାଉଛି।
୧୯୯୯ ରେ ଆମେଠୀରୁ ଲୋକ ସଭା ନିର୍ବାଚନରେ ଜିତି କଂଗ୍ରେସ ଅଧ୍ୟକ୍ଷ ଭାବରେ ସଂସଦୀୟ ରାଜନୀତି ଆରମ୍ଭ କରିଥିଲେ ସୋନିଆ। ୨୦୦୪ ମସିହାରୁ ଏଯାବତ ସେ କ୍ରମାଗତ ଭାବରେ ରାଏବରେଲୀର ଏମ୍‌ପି ରହିଆସିଛନ୍ତି। ଯଦିଓ ଏଥର ତାଙ୍କୁ ରାଜ୍ୟ ସଭାରୁ ପଠାଇବା ନେଇ ଗାନ୍ଧୀ ପରିବାରରେ ସହମତି ପ୍ରକାଶ ପାଇଛି। ସୋନିଆ ଗାନ୍ଧୀ ହିମାଚଳ କିମ୍ବା ରାଜସ୍ଥାନରୁ ନାମାଙ୍କନ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି।
୩ କାରଣ ଯାହାକି ସୋନିଆଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ବାଧା ଦେଉଛି:
୧. ସୋନିଆ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ସବୁଠାରୁ ବଡ କାରଣ ହେଉଛି ତାଙ୍କ ବୟସ ଏବଂ ଅସୁସ୍ଥତା। ସେ ରାଏବରେଲି ଯିବାକୁ ସକ୍ଷମ ନୁହନ୍ତି। ନିକଟରେ ସେ ରାଏବରେଲିର କର୍ମକର୍ତ୍ତାଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ ସେ ନିର୍ବାଚନମଣ୍ଡଳୀକୁ ଯାଇପାରିବେ ନାହିଁ କିମ୍ବା ସେଠାକାର ଲୋକଙ୍କୁ ଭେଟିବାକୁ ମଧ୍ୟ ସକ୍ଷମ ନୁହନ୍ତି। ତେଣୁ ସେ ବିବେକ ଦୃଷ୍ଟିରୁ ଏଠାରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହାନ୍ତି।
୨- ଦ୍ୱିତୀୟ କାରଣ ହେଉଛି ରାହୁଲ ଗାନ୍ଧୀଙ୍କ ଇଚ୍ଛା। କହିବାର ଅର୍ଥ ରାହୁଲ ନିଜେ, ସୋନିଆ ଏବଂ ଭଉଣୀ ପ୍ରିୟଙ୍କା ଅର୍ଥାତ ପରିବାରର ସମସ୍ତ ତିନିଜଣ ସଦସ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ଚାହୁଁନାହାନ୍ତି। ଏହା ଦେଶବାସୀଙ୍କୁ  ଭଲ ବାର୍ତ୍ତା ପଠାଇବ ନାହିଁ  ବୋଲି ସେ ବିଶ୍ୱାସ କରନ୍ତି।
୩- ଯଦି ସୋନିଆ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାର ସଦସ୍ୟ ରୁହନ୍ତି, ତେବେ ବରିଷ୍ଠତା ଦୃଷ୍ଟିରୁ ୧୦ ଜନପଥରେ ଥିବା ବଙ୍ଗଳାକୁ ତାଙ୍କୁ ବଣ୍ଟନ କରାଯିବ। ଏଣୁ ଯଦି ସୋନିଆ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରନ୍ତି, ତେବେ ତାଙ୍କୁ ରାଜ୍ୟସଭାକୁ ପଠାଯିବା ଉଚିତ ବୋଲି ଗାନ୍ଧୀ ପରିବାର ଚାହାନ୍ତି।
କହିରଖୁଛୁ, ରାଜସ୍ଥାନ କଂଗ୍ରେସ କମିଟିର ପ୍ରସ୍ତାବ ଉପରେ ସୋନିଆଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ଚାଲିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ଏହା ମଧ୍ୟ କହିଛନ୍ତି ଯେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହା ଉପରେ ନିଷ୍ପତ୍ତି ନେବେ। ଦଳ ନିଷ୍ପତ୍ତି ନେବା ମାତ୍ରେ ଏହାର ସୂଚନା ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri