Posted inଜାତୀୟ

ବଳାତ୍କାର ନେଇ ରାଜନୀତି ଆରମ୍ଭ: ନ୍ୟାୟ ମିଳିବା ତ ଦୂର, ଭାଜପା-କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଜାରି

ନୂଆଦିଲ୍ଲୀ, ୩।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଜାରି ରଖିଛନ୍ତି। ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂର କଥା, ମାତ୍ର ଏହି ମାମଲାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ଫାଇଦା ପାଇବା ଲାଗି ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପୀଡ଼ିତା ପରିବାର ସଦସ୍ୟଙ୍କୁ ଭେଟିବା ଉଦ୍ୟମ ନେଇ ଭାଜପା କହିଛି ଯେ, ରାଜସ୍ଥାନରେ ବଳାତ୍କାର ମାମଲା ଦେଶରେ ସର୍ବାଧିକ। ଏପରିସ୍ଥଳେ କଂଗ୍ରେସ ଉତ୍ତରପ୍ରଦେଶ ନ ଯାଇ ରାଜସ୍ଥାନ ମୁହାଁ ହେବା ଆବଶ୍ୟକ। ରାଜନୈତିକ ଦଳ ମଧ୍ୟରେ ବଳାତ୍କାର ମାମଲାକୁ ନେଇ ଏଭଳି ପରସ୍ପର ବିରୋଧୀ ମନ୍ତବ୍ୟ ଯୋଗୁ ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯ରେ ଦେଶରେ ୩୨ ହଜାର ୩୩ ବଳାତ୍କାର ମାମଲା ଘଟିଥିଲା। ସେଥିମଧ୍ୟରେ ରାଜସ୍ଥାନରେ ସର୍ବାଧିକ ୫ ହଜାର ୯୯୭ ଘଟଣା ଘଟିଥିଲା। ଏହାପଛକୁ ଉତ୍ତରପ୍ରଦେଶ ରହିଥିଲା। ଏଠାରେ ୩ ହଜାର ୬୫ ଘଟଣା ଘଟିଥିଲା। ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୪୮୫, ମହାରାଷ୍ଟ୍ରରେ ୨ ହଜାର ୨୯୯ ଏବଂ କେରଳରେ ୨ ହଜାର ୨୩ଟି ଏଭଳି ଘଟଣା ଘଟିଥିଲା ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ନେଇ ଏବେ ରାଜନୈତିକ ଦଳଗୁଡ଼ିକ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦେବା ବଦଳରେ ପରସ୍ପର ମଧ୍ୟରେ ଲଢ଼େଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରୁ ୨୦୧୯ ଗତ ୫ ବର୍ଷ ମଧ୍ୟରେ ଦେଶରେ ମୋଟ ଲକ୍ଷେ ୭୧ ହଜାର ୫୪୬ଟି ବଳାତ୍କାର ଘଟଣା ଘଟିଛି। ସେଥିମଧ୍ୟରୁ ୨୦୧୯ରେ ୩୨ ହଜାର ୩୩ ବଳାତ୍କାର ମାମଲା ଘଟିଥିବାବେଳେ ୨୦୧୮ରେ ୩୩ ହଜାର ୩୫୬, ୨୦୧୭ରେ ୩୨ ହଜାର ୫୫୯, ୨୦୧୬ରେ ୩୮ ହଜାର ୯୪୭ ଏବଂ ୨୦୧୫ରେ ୩୪ ହଜାର ୬୫୧ଟି ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?