ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଟିକାକରଣ ନିୟମରୁ ରିହାତି ପାଇବା ଲାଗି ସେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନାହାନ୍ତି। ଏଣୁ ସେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ।

ଜୋକୋଭିଚ୍‌ଙ୍କ ଦେଶ ସର୍ବିୟା ରାଷ୍ଟ୍ରପତି ଆଲେକଜାଣ୍ଡର ଭୁସିସ ଘଟଣା ଉପରେ କହିଛନ୍ତି, ମେଲବୋର୍ନସ୍ଥିତ ତୁଲାମାରିନ୍‌ ଏୟାରପୋର୍ଟରେ ଅଟକ ରଖାଯିବା ଦ୍ୱାରା ଷ୍ଟାର ଖେଳାଳିଙ୍କୁ ଏକପ୍ରକାର ନିର୍ଯାତନା ଦିଆଯାଇଛି। ଅନ୍ୟ ଦେଶର ଟେନିସ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ ପାଇଁ ମେଡିକାଲ ଛାଡ଼ ମିଳୁଛି। କିନ୍ତୁ ଜୋକୋଭିଚ୍‌ଙ୍କ ସହ ଯାହା ଘଟିଲା ତାହା ଉଚିତ ନୁହେଁ। ପ୍ରତ୍ୟେକଙ୍କ ପାଇଁ ଦେଶରେ କୋଭିଡ୍‌ ନିୟମ ସମାନ ଥିବା ଅଷ୍ଟ୍ରେଲିଆନ ପ୍ରଧାନମନ୍ତ୍ରୀ ଦର୍ଶାଉଛନ୍ତି।

ଅଷ୍ଟ୍ରେଲିଆନ ଆମ୍ବାସାଡରଙ୍କୁ ସର୍ବିୟା ଅଧିକାରୀ ଦୁଇ ଥର ଯୋଗାଯୋଗ କରିଥିଲେ। ସର୍ବିୟାର ପ୍ରଧାନମନ୍ତ୍ରୀ ଆନା ବ୍ରନାବିକ୍‌ ଅଷ୍ଟ୍ରେଲିଆନ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୋକୋଭିଚ୍‌ କରୋନା ଭ୍ୟାକ୍ସିନ ନେଇଛନ୍ତି କି ନା ତାହା ବାହାରେ ପ୍ରକାଶ କରିବାକୁ ରାଜି ହେଉନାହାନ୍ତି। ବିମାନବନ୍ଦରରେ ୮ ଘଣ୍ଟା ଅଟକ ରଖିବା ବେଳେ ଇମିଗ୍ରେଶନ କର୍ମଚାରୀମାନେ ତାଙ୍କୁୁ ଏକ ହେଟେଲକୁ ସ୍ଥାନାନ୍ତର କରିଛନ୍ତି। ସର୍ବୀୟ ଖେଳାଳିଙ୍କ ପ୍ରତ୍ୟର୍ପଣ ଯୋଜନା ଚାଲିଛି। ଅନ୍ୟପଟେ ଜୋକୋଭିଚ୍‌ଙ୍କ ଓକିଲମାନେ ଭିଜା ରୁଲିଂକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଜୋକୋଭିଚ୍‌ ଅଷ୍ଟ୍ରେଲିଆରେ ଅବତରଣ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ସୀମା ସୁରକ୍ଷା ବାହିନୀ ଏକ ବିବୃତିରେ କହିଛି ଜୋକୋଭିଚ୍‌ଙ୍କ ପାଖରେ ଦେଶରେ ପ୍ରବେଶ ଲାଗି ଦରକାର ଥିବା କାଗଜପତ୍ର ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri