ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହର ଓ ସଦର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଏହାସହ ପ୍ରଥମ କରି ବିରଜା ହାଟ ବନ୍ଦ ହୋଇଛି। ଫଳରେ ଶତାଧିକ କ୍ଷୁଦ୍ରବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଏବଂ ଆବଶ୍ୟକ ପଡ଼ିଲେ ଆହୁରି ଅନୁଦାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି।

ବିରଜା ମନ୍ଦିର ସନି୍ନକଟ ଅଞ୍ଚଳରେ କେଉଁ ପୁରୁଣା ସମୟରୁ ‘ବିରଜା ଅଗ୍ନେଶ୍ୱର ହାଟ’ ପ୍ରତି ବୁଧବାର ଓ ରବିବାର ଚାଲୁରହିଥିଲା। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭଳି ସେଠାରେ ହାଇଟେକ୍‌ ହାଟ ନିର୍ମାଣ କରିଯିବ ବୋଲି ୨୦୨୩ରେ ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। ତଦନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ବିରଜା ହାଟକୁ ସାମୟିକ ସମୟ ପାଇଁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ପରେ ୨୦୨୪ରେ ହାଟକୁ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ହେଲାନାହିଁ, ଚାଷୀମାନେ କ୍ଷତିଗ୍ରସ୍ତ ହେଲେ। ଉକ୍ତ ଜାଗା ଅନୁପଯୋଗୀ ହୋଇଥିବାରୁ ଲୋକେ ସେଠାକୁ ଗଲେନାହିଁ। ଏନେଇ ହାଟର ବ୍ୟବସାୟୀ ଓ ଚାଷୀମାନେ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇଥିଲେ। ତେଣୁ ଜିଲା ପ୍ରଶାସନ ବ୍ୟବସାୟୀ ଓ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ସ୍ଥାନରେ ବିରଜା ହାଟକୁ ଚଳାଇବାକୁ ଅନୁମତି ଦେଇଥିଲେ। ତଦନୁଯାୟୀ ଗତ ବୁଧବାର (୨୦ ତାରିଖରେ) ପୁରୁଣା ସ୍ଥାନରେ ହାଟ ବସିଥିଲା। ଏହାକୁ ବିଜେଡି ବିରୋଧ କରିଥିଲା। ବିଜେଡି ସରକାର ସମୟରେ ନୂଆ ହାଟ କରିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଦଳୀୟ କର୍ମୀମାନେ ପୁରୁଣା ସ୍ଥାନରେ ହାଟ ଚଳାଇବା ନେଇ ପ୍ରଶାସନ ଅନୁମତିକୁ ବିରୋଧ କରିଥିଲେ। ଏଥିପାଇଁ ସେମାନେ ଗତ ବୁଧବାର ବୁଢ଼ାପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ଆସୁଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାସହ ହାଟକୁ ଯାଉଥିବା ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ଅଟକାଇବା, ଧମକାଇବା ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇ ନେବା ନେଇ ଅଭିଯୋଗ ହୋଇଛି। ଏନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି।

ଲଲଙ୍କ ଗିରଫଦାରିକୁ ଜିଲା ବିଜେଡି ପକ୍ଷରୁ ଅଗଣତାନ୍ତ୍ରିକ କୁହାଯିବା ସହ ପୋଲିସ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୁରୁଣା ସ୍ଥାନରେ ବିରଜା ହାଟ ଚାଲିବାକୁ ବିରୋଧ ଆଳରେ ଲୋକଙ୍କୁ ଉସୁକାଇବା, ଜୀବନଜୀବିକା ପାଇଁ ସଂଗ୍ରାମ କରୁଥିବା ବ୍ୟବସାୟୀଙ୍କ ଆସବାବପତ୍ର ଫୋପାଡି ଦେବା ଏବଂ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ପଛର ମୁଖ୍ୟ କାର୍ପଟଦାରଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି। ବିରଜା ହାଟର ସ୍ବତନ୍ତ୍ରତା ରହିଛି। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ କାର୍ଯ୍ୟରେ ଏହି ହାଟ କୌଣସି ପ୍ରତିବନ୍ଧକ ନୁହେଁ। ବିରଜା ହାଟକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରୁଥିବା କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମିଜମା ସ୍ବାର୍ଥ ରହିଛି ବୋଲି ଜିଲା ସାରା ଚର୍ଚ୍ଚା ହେଉଛି। ଭାଜପା ନେତାମାନେ କହୁଛନ୍ତି ଯେ, ଏବେ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଆବଶ୍ୟକ ଜାଗା ପରେ ମଧ୍ୟ ଅବଶିଷ୍ଟାଂଶ ୧ ଏକର ଜାଗା ରହିଛି। ସେଠାରେ ହାଟ ହୋଇପାରିବ। ଏହାସମେତ ଏହି ସ୍ଥାନକୁ ଲାଗି ଜାଗା ମାଲିକ ହାଟକୁ ଅଧିକ ଜାଗା ଦେବାପାଇଁ ଜିଲା ପ୍ରଶାସନ ପାଖରେ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ହାଟ ହେଲେ ବିରଜା ମନ୍ଦିର ପ୍ରକଳ୍ପ କ୍ଷତିଗ୍ରସ୍ତ ହେବନାହିଁ ବୋଲି ଭାଜପା ନେତାମାନେ କହି ଆସୁଛନ୍ତି। ତେଣୁ କେଉଁ ସ୍ବାର୍ଥରେ ବିରଜା ହାଟକୁ ସ୍ଥାନାନ୍ତର ଉଦ୍ୟମ କରାଯାଉଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?