ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ ଉଷ୍ମତା ସୃଷ୍ଟି କରିଛି। ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲଗାତାର ୬ଷ୍ଠ ଥର ପାଇଁ ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ବଡ଼ ଧରଣର ଭୋଟ ହାସଲ ଉଦ୍ଦେଶ୍ୟରେ ଅନ୍ୟ ଦଳର ପ୍ରାର୍ଥୀମାନେ ଲାଗି ପଡିଛନ୍ତି।

ତେବେ, ଦଳୀୟ ନେତା ଓ କର୍ମୀମାନଙ୍କ ବିଦ୍ରୋହ ବିଭିନ୍ନ ବିଜେଡ଼ି ବିରୋଧୀ ରାଜନୀତିକୁ ଗୋଳିଆ କରୁଛି। ହିଞ୍ଜିଳି ବିଧାନସଭା ନିମନ୍ତେ ପିସିସି ପକ୍ଷରୁ ମନୋନୀତ ପ୍ରାର୍ଥୀଙ୍କୁ ବିରୋଧ କରି ହିଞ୍ଜିଳି କଂଗ୍ରେସର ବହୁ ନେତା ବିଦ୍ରୋହୀ ସାଜିଛନ୍ତି। ଶୁକ୍ରବାର କଂଗ୍ରେସ ନେତା ତଥା ରାଜ କିଷାନ ମୋର୍ଚ୍ଚା ସମ୍ପାଦକ ରାମନାରାୟଣ ବିଶ୍ୱାସରାୟ (ଟୁଲୁ) ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀ ଭାବେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିଛନ୍ତି। ରାମନାରାୟଣ ଶୁକ୍ରବାର ଶ୍ୟାମଳାଇ ମନ୍ଦିରରୁ ପୂଜାର୍ଚ୍ଚନା କରି ସହରରେ ରାଲି କରିଥିଲେ। ଏଥିରେ ପିସିସି ସଭ୍ୟ ତଥା ବରିଷ୍ଠ ନେତା ପଦ୍ମ ଚରଣ ସାହୁ, ହିଞ୍ଜିଳି ବ୍ଲକ ସଭାପତି ଗଗନ ବିହାରୀ ରାଉତ, ଶେରଗଡ଼ ବ୍ଲକ ସଭାପତି କୁନା ବିଷୋୟୀ, ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ବାଇଁ, ଟିଙ୍ଗିରି ଗୌଡ, ରଜଇ ବିଷୋୟୀ, ବାବୁଲା ସ୍ବାଇଁ, ବଳରାମ ସାହୁ, ମହେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ଏଥିସହ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଓ ବିଭିନ୍ନ ପଦାଧିକାରୀ ମଧ୍ୟ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭିତିରିଆ ସମର୍ଥନ ଜଣାଇଛନ୍ତି ବୋଲି ରାମନାରାୟଣ ଦାବି କରିଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ସଙ୍ଗଠନ କରି ଆସୁଥିବା ନେତା ଓ କର୍ମୀଙ୍କୁ ଅଣଦେଖା କରି ପିସିସିର ବରିଷ୍ଠ ନେତା ମାନେ ହିଞ୍ଜିଳିରେ ଟିକେଟ ଫିକ୍ସିଂ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟୁଲୁ ଓ ତାଙ୍କ ସମର୍ଥକ। କଂଗ୍ରେସ ସଙ୍ଗଠନ ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ଟିକେଟ ଦେଇଥିଲେ ସମସ୍ତ କର୍ମୀ ଓ ନେତା ସହଯୋଗ କରିଥାଆନ୍ତେ । କିନ୍ତୁ ଆରଏସଏସ ଓ ଭାଜପାରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ରାତି ଅଧିଆ ଟିକେଟ ବଣ୍ଟନର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଶେରଗଡ଼ ବ୍ଲକ ସଭାପତି କୁନା ବିଷୋୟୀ କହିଛନ୍ତି।

ପ୍ରକାଶ ଯେ କଂଗ୍ରେସ ପକ୍ଷରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ରଜନୀକାନ୍ତ ପାଢିଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ରଜନୀକାନ୍ତ ଭାଜପା ଦଳରୁ ଟିକେଟ ଲବିରେ ଥିଲେ। କିନ୍ତୁ ଭାଜପା ପକ୍ଷରୁ ଶିଶିର ମିଶ୍ରଙ୍କୁ ଟିକେଟ ପ୍ରଦାନ କରିବାରୁ ସେ ଅସନ୍ତୋଷ ପ୍ରକାଶ କରି ଶତାଧିକ ସମର୍ଥକଙ୍କ ସହ ଭାଜପା ଛାଡିଥିଲେ। ଇତିମଧ୍ୟରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ କ୍ରମାଗତ ୬ଷ୍ଠ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ପକ୍ଷରୁ ଶିଶିର ମିଶ୍ର, କଂଗ୍ରେସ ପକ୍ଷରୁ ରଜନୀକାନ୍ତ ପାଢି ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri