ନୀତି ଅନୀତି

ନୂଆଦିଲ୍ଲୀଠାରେ ୭ ଅଗଷ୍ଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗର ୭ମ ପରିଚାଳନା ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ହୋଇଥିଲା। ଏଥିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ପ୍ରାୟ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୋଜନା କମିଶନକୁ ଭାଙ୍ଗି ତା’ ସ୍ଥାନରେ ୧ ଜାନୁୟାରୀ ୨୦୧୫ରେ ନୀତି ଆୟୋଗ ଗଠନ କରିଥିଲେ। ସେତେବେଳେ କୁହାଯାଇଥିଲା ଅର୍ଥନୈତିକ ବିକାଶ ଓ ସହଯୋଗୀ ସଂଘୀୟବାଦକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୃକ୍ତ କରାଇବାରେ ଏହା କାର୍ଯ୍ୟ କରିବ। କିନ୍ତୁ ଯେଉଁଭଳି ଭାବେ ନୀତି ଆୟୋଗକୁ ଚିତ୍ରଣ କରାଯାଇଥିଲା, ସେହି ଅନୁଯାୟୀ ଗତ ୭ ବର୍ଷ ଭିତରେ ତାହାର କାର୍ଯ୍ୟକାରିତା ସଫଳ ହୋଇପାରି ନାହିଁ ବୋଲି ଅର୍ଥନୈତିକ ବିଶ୍ଳେଷକମାନେ ବିଭିନ୍ନ ସମୟରେ ମତ ଦେଉଛନ୍ତି। ସେହି ମତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ମନ୍ତବ୍ୟ ପରେ ଦୃଢ଼ୀଭୂତ ହୋଇଛି। କେସିଆର୍‌ ନୀତି ଆୟୋଗର କାର୍ଯ୍ୟକାରିତା ଉପରେ ଯେଉଁ ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି, ତାହା ଅନ୍ୟ ଏକ ଦିଗକୁ ଇଙ୍ଗିତ କରିଛି। ଯୋଜନା କମିଶନକୁ ଭାଙ୍ଗି ଯେଉଁ ନୀତି ଅୟୋଗ ଗଠନ କରାଯାଇଥିଲା ତାହା ଅତ୍ୟନ୍ତ ଫ୍ଲେକ୍ସିବଲ ବା ନମନୀୟ ରହିବ ବୋଲି ଆଶା କରାଯାଉଥିଲା। ପ୍ରକୃତରେ ଦେଖିଲେ ବିଭିନ୍ନ ଯୋଜନା ତିଆରି କରିବା ବା ପ୍ରଚଳିତ ନୀତିରେ ପରିବର୍ତ୍ତନ ଆଣିବା ଦିଗରେ ରାଜ୍ୟଗୁଡ଼ିକୁ ହିସାବକୁ ନିଆଯାଉ ନ ଥିବାରୁ ଏହି ଆୟୋଗ ତା’ର ପ୍ରାସଙ୍ଗିକତା ହରାଇବସିଛି ବୋଲି କେସିଆର ଅଭିଯୋଗ ଆଣି ନୀତି ଆୟୋଗ ବୈଠକକୁ ବର୍ଜନ କରିଥିବା ସ୍ପଷ୍ଟ କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ବୈଠକରେ ଯୋଗ ଦେଇନାହାନ୍ତି। ସରକାରୀ ମହଲରୁ କୁହାଯାଇଛି ଯେ, କୋଭିଡ୍‌ରୁ କିଛି ଦିନ ପୂର୍ବେ ଆରୋଗ୍ୟ ଲାଭ କରିଥିବା ନୀତୀଶ ଦିଲ୍ଲୀ ଯିବା ପାଇଁ ଚାହିଁ ନ ଥିଲେ। କିନ୍ତୁ ନୀତୀଶଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତାଙ୍କ ସରକାରରେ ସହଯୋଗୀ ଥିବା ଭାଜପା ଭିତରେ ବିଭେଦ ବିଷୟ ପ୍ରାୟତଃ ସମସ୍ତେ ଜାଣନ୍ତି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗଦେଇ ତାଙ୍କ ପୁରୁଣା ଦାବି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଉପରେ ପ୍ରଥମେ ଗୁରୁତ୍ୱ ଦେଇଥିଲେ। ଏହି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପାଇବା ଲାଗି ହକ୍‌ଦାର ବୋଲି କହିଥିଲେ। ଏଥିସହିତ ନୂତନ ଗୃହ ନିର୍ମାଣ ଯୋଜନା ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା (ପିଏମ୍‌ଏଓ୍ବାଇ)ରୁ କେବିକେ ଓ କେତେକ ଆଦିବାସୀ ଅଞ୍ଚଳ ବାଦ୍‌ ପଡ଼ିଥିବାରୁ ତାହା ଉପରେ ନଜର ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ତେବେ ପୁରୁଣା କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀର ବିକାଶ ନିମନ୍ତେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍‌ଆଇ)କୁ ରୂପାନ୍ତରିତ କରିବା ସହ ଆନ୍‌ସିଏଣ୍ଟ ମନୁମେଣ୍ଟ୍‌ସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ୍‌ ରିମେନ୍ସ ଆକ୍ଟ ବା ଆମ୍‌ସାର ଆଇନ ସଂଶୋଧନ କରିବା ଉପରେ ନବୀନ ପ୍ରାଧାନ୍ୟ ଦେଇଛନ୍ତି। ଏହି ଆଇନ ପରିବର୍ତ୍ତନ ଦାବି ପଛରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ପରିବର୍ତ୍ତନକୁ ଆଇନଗତ ରଖିବାର ଲକ୍ଷ୍ୟ ଥାଇପାରେ। କିନ୍ତୁ ଏହି ଆଇନ ସଂଶୋଧନ କରିବାର ଦାବି ଦ୍ୱାରା ସମଗ୍ର ଦେଶରେ ଥିବା ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ଘୋର ଭାବେ ପ୍ରଭାବିତ ହୋଇପାରନ୍ତି। ଗୋଟିଏ ରାଜ୍ୟ ତରଫରୁ ଆସିଥିବା ଦାବିକୁ ମାନି ନେଇ ଅନେକ ଐତିହ୍ୟସ୍ଥଳୀ ଯଥା ଦିଲ୍ଲୀର ପାର୍ଲାମେଣ୍ଟ, ଆଗ୍ରାର ତାଜମହଲ ଏବଂ ତତ୍‌ସହିତ ଦେଶବ୍ୟାପୀ ଯେଉଁଠାରୁ ତଥାକଥିତ ଲିଙ୍ଗ ବାହାରିବ, ସେହି ସବୁ ସ୍ଥାନର ପରିବର୍ତ୍ତନ କରାଗଲେ ଭାରତୀୟ ଇତିହାସକୁ ଲୋପ କରିବା ସହିତ ଆଜିର କେନ୍ଦ୍ର ସରକାରଙ୍କ ବିକୃତ ଚିନ୍ତାଧାରା ବୈଧ ହୋଇଯିବ।
ଆଶ୍ଚର୍ଯ୍ୟର କଥା ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାରଙ୍କ କୋପ ଦେଖି ଭାଙ୍ଗି ପଡ଼ିଲେଣି। ମୋଦିଙ୍କୁ ବିରୋଧ କରି ତିଷ୍ଠିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି ବୋଲି ଅଧିକାଂଶ ପ୍ରମୁଖ ରାଜନୀତିଜ୍ଞ ବୁଝିସାରିଲେଣି। ଦେଶ ଭାସିଯାଉ ପଛେ ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ସାଲିସ କରିବା ହୋଇଗଲାଣି ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ। ଏହାର ମୂଳ କାରଣ ହେଉଛି ଅଧିକାଂଶ ରାଜନେତା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ବନ୍ଧା ହୋଇପଡ଼ିବେ ବୋଲି ଭାବି ଭୟଭୀତ ହୋଇ ରହିଛନ୍ତି। ସେଥିପାଇଁ ଦେଶର ସ୍ଥିତି ଚିନ୍ତାଜନକ।
କେନ୍ଦ୍ର ସରକାର ସର୍ବଦା ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଉପରେ ଗୁରୁତ୍ୱ ଦେଉଥିବା ବିଷୟ ଦୋହରାଇ ଚାଲିଛନ୍ତି। ଅଣହିନ୍ଦୀ ଭାଷୀ ଅଞ୍ଚଳରେ ଏହି ସ୍ଲୋଗାନ ବୁଝିପାରିବାର ଲକ୍ଷଣ ଦେଖାଯାଉ ନାହିଁ। ଯେତେବେଳେ ଯୋଜନା କମିଶନକୁ ଭଙ୍ଗାଯାଇ ନୀତି ଆୟୋଗ ଗଢ଼ାଗଲା ଆଶା କରାଯାଉଥିଲା ଏକ ସକାରାତ୍ମକ ପରିବର୍ତ୍ତନ ଆସିବ। କିନ୍ତୁ ତାହା ନ ହୋଇଲା। ନୀତି ଆୟୋଗରେ ନିଯୁକ୍ତି ପାଉଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଦକ୍ଷତା ସବୁବେଳେ ସନ୍ଦେହଜନକ ରହୁଛି। ଦେଶର ହିତ ପାଇଁ କହିବା ପରିବର୍ତ୍ତେ ଏମାନେ ଶୁଆବଣି ଭଳି ରାଜନୈତିକ ନେତୃତ୍ୱର ଧ୍ୱନିକୁ ଦୋହରାଇବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ଦେଶର ଉନ୍ନତି ପରିବର୍ତ୍ତେ ଅସତ୍ୟ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରକାଶ କରି ନୀତି ଆୟୋଗ ଏବେ ଅନୀତି ପର୍ଯ୍ୟାୟରେ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri