ନୀତି ଅନୀତି

ନୂଆଦିଲ୍ଲୀଠାରେ ୭ ଅଗଷ୍ଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗର ୭ମ ପରିଚାଳନା ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ହୋଇଥିଲା। ଏଥିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ପ୍ରାୟ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୋଜନା କମିଶନକୁ ଭାଙ୍ଗି ତା’ ସ୍ଥାନରେ ୧ ଜାନୁୟାରୀ ୨୦୧୫ରେ ନୀତି ଆୟୋଗ ଗଠନ କରିଥିଲେ। ସେତେବେଳେ କୁହାଯାଇଥିଲା ଅର୍ଥନୈତିକ ବିକାଶ ଓ ସହଯୋଗୀ ସଂଘୀୟବାଦକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୃକ୍ତ କରାଇବାରେ ଏହା କାର୍ଯ୍ୟ କରିବ। କିନ୍ତୁ ଯେଉଁଭଳି ଭାବେ ନୀତି ଆୟୋଗକୁ ଚିତ୍ରଣ କରାଯାଇଥିଲା, ସେହି ଅନୁଯାୟୀ ଗତ ୭ ବର୍ଷ ଭିତରେ ତାହାର କାର୍ଯ୍ୟକାରିତା ସଫଳ ହୋଇପାରି ନାହିଁ ବୋଲି ଅର୍ଥନୈତିକ ବିଶ୍ଳେଷକମାନେ ବିଭିନ୍ନ ସମୟରେ ମତ ଦେଉଛନ୍ତି। ସେହି ମତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ମନ୍ତବ୍ୟ ପରେ ଦୃଢ଼ୀଭୂତ ହୋଇଛି। କେସିଆର୍‌ ନୀତି ଆୟୋଗର କାର୍ଯ୍ୟକାରିତା ଉପରେ ଯେଉଁ ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି, ତାହା ଅନ୍ୟ ଏକ ଦିଗକୁ ଇଙ୍ଗିତ କରିଛି। ଯୋଜନା କମିଶନକୁ ଭାଙ୍ଗି ଯେଉଁ ନୀତି ଅୟୋଗ ଗଠନ କରାଯାଇଥିଲା ତାହା ଅତ୍ୟନ୍ତ ଫ୍ଲେକ୍ସିବଲ ବା ନମନୀୟ ରହିବ ବୋଲି ଆଶା କରାଯାଉଥିଲା। ପ୍ରକୃତରେ ଦେଖିଲେ ବିଭିନ୍ନ ଯୋଜନା ତିଆରି କରିବା ବା ପ୍ରଚଳିତ ନୀତିରେ ପରିବର୍ତ୍ତନ ଆଣିବା ଦିଗରେ ରାଜ୍ୟଗୁଡ଼ିକୁ ହିସାବକୁ ନିଆଯାଉ ନ ଥିବାରୁ ଏହି ଆୟୋଗ ତା’ର ପ୍ରାସଙ୍ଗିକତା ହରାଇବସିଛି ବୋଲି କେସିଆର ଅଭିଯୋଗ ଆଣି ନୀତି ଆୟୋଗ ବୈଠକକୁ ବର୍ଜନ କରିଥିବା ସ୍ପଷ୍ଟ କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ବୈଠକରେ ଯୋଗ ଦେଇନାହାନ୍ତି। ସରକାରୀ ମହଲରୁ କୁହାଯାଇଛି ଯେ, କୋଭିଡ୍‌ରୁ କିଛି ଦିନ ପୂର୍ବେ ଆରୋଗ୍ୟ ଲାଭ କରିଥିବା ନୀତୀଶ ଦିଲ୍ଲୀ ଯିବା ପାଇଁ ଚାହିଁ ନ ଥିଲେ। କିନ୍ତୁ ନୀତୀଶଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତାଙ୍କ ସରକାରରେ ସହଯୋଗୀ ଥିବା ଭାଜପା ଭିତରେ ବିଭେଦ ବିଷୟ ପ୍ରାୟତଃ ସମସ୍ତେ ଜାଣନ୍ତି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗ ବୈଠକରେ ଯୋଗଦେଇ ତାଙ୍କ ପୁରୁଣା ଦାବି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଉପରେ ପ୍ରଥମେ ଗୁରୁତ୍ୱ ଦେଇଥିଲେ। ଏହି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପାଇବା ଲାଗି ହକ୍‌ଦାର ବୋଲି କହିଥିଲେ। ଏଥିସହିତ ନୂତନ ଗୃହ ନିର୍ମାଣ ଯୋଜନା ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା (ପିଏମ୍‌ଏଓ୍ବାଇ)ରୁ କେବିକେ ଓ କେତେକ ଆଦିବାସୀ ଅଞ୍ଚଳ ବାଦ୍‌ ପଡ଼ିଥିବାରୁ ତାହା ଉପରେ ନଜର ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ତେବେ ପୁରୁଣା କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀର ବିକାଶ ନିମନ୍ତେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍‌ଆଇ)କୁ ରୂପାନ୍ତରିତ କରିବା ସହ ଆନ୍‌ସିଏଣ୍ଟ ମନୁମେଣ୍ଟ୍‌ସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ୍‌ ରିମେନ୍ସ ଆକ୍ଟ ବା ଆମ୍‌ସାର ଆଇନ ସଂଶୋଧନ କରିବା ଉପରେ ନବୀନ ପ୍ରାଧାନ୍ୟ ଦେଇଛନ୍ତି। ଏହି ଆଇନ ପରିବର୍ତ୍ତନ ଦାବି ପଛରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ପରିବର୍ତ୍ତନକୁ ଆଇନଗତ ରଖିବାର ଲକ୍ଷ୍ୟ ଥାଇପାରେ। କିନ୍ତୁ ଏହି ଆଇନ ସଂଶୋଧନ କରିବାର ଦାବି ଦ୍ୱାରା ସମଗ୍ର ଦେଶରେ ଥିବା ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟସ୍ଥଳୀ ଘୋର ଭାବେ ପ୍ରଭାବିତ ହୋଇପାରନ୍ତି। ଗୋଟିଏ ରାଜ୍ୟ ତରଫରୁ ଆସିଥିବା ଦାବିକୁ ମାନି ନେଇ ଅନେକ ଐତିହ୍ୟସ୍ଥଳୀ ଯଥା ଦିଲ୍ଲୀର ପାର୍ଲାମେଣ୍ଟ, ଆଗ୍ରାର ତାଜମହଲ ଏବଂ ତତ୍‌ସହିତ ଦେଶବ୍ୟାପୀ ଯେଉଁଠାରୁ ତଥାକଥିତ ଲିଙ୍ଗ ବାହାରିବ, ସେହି ସବୁ ସ୍ଥାନର ପରିବର୍ତ୍ତନ କରାଗଲେ ଭାରତୀୟ ଇତିହାସକୁ ଲୋପ କରିବା ସହିତ ଆଜିର କେନ୍ଦ୍ର ସରକାରଙ୍କ ବିକୃତ ଚିନ୍ତାଧାରା ବୈଧ ହୋଇଯିବ।
ଆଶ୍ଚର୍ଯ୍ୟର କଥା ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାରଙ୍କ କୋପ ଦେଖି ଭାଙ୍ଗି ପଡ଼ିଲେଣି। ମୋଦିଙ୍କୁ ବିରୋଧ କରି ତିଷ୍ଠିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି ବୋଲି ଅଧିକାଂଶ ପ୍ରମୁଖ ରାଜନୀତିଜ୍ଞ ବୁଝିସାରିଲେଣି। ଦେଶ ଭାସିଯାଉ ପଛେ ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ସାଲିସ କରିବା ହୋଇଗଲାଣି ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ। ଏହାର ମୂଳ କାରଣ ହେଉଛି ଅଧିକାଂଶ ରାଜନେତା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ବନ୍ଧା ହୋଇପଡ଼ିବେ ବୋଲି ଭାବି ଭୟଭୀତ ହୋଇ ରହିଛନ୍ତି। ସେଥିପାଇଁ ଦେଶର ସ୍ଥିତି ଚିନ୍ତାଜନକ।
କେନ୍ଦ୍ର ସରକାର ସର୍ବଦା ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଉପରେ ଗୁରୁତ୍ୱ ଦେଉଥିବା ବିଷୟ ଦୋହରାଇ ଚାଲିଛନ୍ତି। ଅଣହିନ୍ଦୀ ଭାଷୀ ଅଞ୍ଚଳରେ ଏହି ସ୍ଲୋଗାନ ବୁଝିପାରିବାର ଲକ୍ଷଣ ଦେଖାଯାଉ ନାହିଁ। ଯେତେବେଳେ ଯୋଜନା କମିଶନକୁ ଭଙ୍ଗାଯାଇ ନୀତି ଆୟୋଗ ଗଢ଼ାଗଲା ଆଶା କରାଯାଉଥିଲା ଏକ ସକାରାତ୍ମକ ପରିବର୍ତ୍ତନ ଆସିବ। କିନ୍ତୁ ତାହା ନ ହୋଇଲା। ନୀତି ଆୟୋଗରେ ନିଯୁକ୍ତି ପାଉଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଦକ୍ଷତା ସବୁବେଳେ ସନ୍ଦେହଜନକ ରହୁଛି। ଦେଶର ହିତ ପାଇଁ କହିବା ପରିବର୍ତ୍ତେ ଏମାନେ ଶୁଆବଣି ଭଳି ରାଜନୈତିକ ନେତୃତ୍ୱର ଧ୍ୱନିକୁ ଦୋହରାଇବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ଦେଶର ଉନ୍ନତି ପରିବର୍ତ୍ତେ ଅସତ୍ୟ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରକାଶ କରି ନୀତି ଆୟୋଗ ଏବେ ଅନୀତି ପର୍ଯ୍ୟାୟରେ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri