ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ କିଭଳି ସନ୍ତୁଳନ ରହିବ, ତାକୁ ନେଇ ବକୁଳ ଫାଉଣ୍ଡେଶନ ପକ୍ଷରୁ ଗ୍ରୀନରାଖୀ କ୍ୟାମ୍ପେନ୍‌ ଆରମ୍ଭ ହୋଇଛି। ପ୍ରତିବର୍ଷ ବିଭିନ୍ନ ପର୍ବରେ ଚାରାରୋପଣ ଓ ପରିବେଶ ସହ ସଂଶ୍ଳିଷ୍ଟ ନିଆରା ଉପାୟରେ ଫାଉଣ୍ଡେଶନ ପକ୍ଷରୁ ଏଭଳି କିଛି ଲୋକଙ୍କୁ ଭେଟି ଦିଆଯାଉଛି। ଭଉଣୀ, ଭାଇର ସମ୍ପର୍କ ନିଆରା। ଏହି ନିଆରା ସମ୍ପର୍କକୁ ମନେପକାଇବା ପାଇଁ ପ୍ରତିବର୍ଷ ରାଖୀ ପାଳନ କରାଯାଇଥାଏ। ଅନେକ ସମୟରେ ଭଉଣୀ ଭାଇଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ରାଖୀ ମଧୁର କରିଥାଏ। ଭାଇ ଭଉଣୀଙ୍କ ସମ୍ପର୍କ ସହ ପରିବେଶକୁ ମଧ୍ୟ ଆମେ କିଭଳି ସୁରକ୍ଷିତ ରଖିପାରିବା ତାହା ଫାଉଣ୍ଡେଶନ ପକ୍ଷରୁ ଏହିବର୍ଷର ନିଆରା ଉଦ୍ୟମ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, ରାକ୍ଷୀରୁ ଗଛ ଉଠିବ। ବଜାରରେ ମିଶୁଥିବା ରାଖୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ। କିନ୍ତୁ ଆମ ପାଖେ ଥିବା ରାଖୀ ବ୍ୟବହାର ପରେ ମାଟିରେ ପୋତିଲେ ଏହା ଅବକ୍ଷୟ ହେବ। ରାକ୍ଷୀରେ ବ୍ୟବହୃତ କଟନ ସୂତାକୁ ମଧ୍ୟପ୍ରଦେଶର ଏକ କାରିଗରି ଦଳ ପ୍ରସ୍ତୁତ କରିଛନ୍ତି। ଏଥିରେ ଥିବା ମଞ୍ଜିରୁ ଗଛ ଉଠିବ। ରାଖୀ ସହ ଥିବା କାର୍ଡରେ ମଧ୍ୟ ମଞ୍ଜି ଅଛି। ସେଥିରେ ରାଖୀ ଦ୍ୱାରା କିଭଳି ଆମେ ପରିବେଶ ସୁରକ୍ଷା କରିପାରିବା ତାହା ଉଲ୍ଲେଖ ରହିଛି। ଏହି ସବୁ ରାଖୀରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା ତୁଳସୀ, ବାସଙ୍ଗ ସହ ଅନେକ ଫୁଲ , ଫଳ, ସବୁଜ ପରିବାର ମଞ୍ଜି ରଖାଯାଇଛି। ଏହି କାର୍ଡ ଓ ରାଖୀ ସହ ଏକ ଚାରା ମଧ୍ୟ କମ୍ବୋ ରହିଛି। କେହି ଜଣେ କେବଳ ରାଖୀ କିଣିପାରିବ ନାହିଁ ରାକ୍ଷୀ ସହ କୌଣସି ଏକ ଚାରାକୁ ବାଛିବାକୁ ହେବ। ତେବେ ୨୦୦ରୁ ଆରମ୍ଭ ହୋଇ ଏହାର ମୂଲ୍ୟ ୪୦୦ଟଙ୍କା ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ଭାଇଚାରାର ପର୍ବ ଇଦ୍‌ ପାଳିତ

ଖୋର୍ଦ୍ଧା ଅଫିସ,୫।୬: ରମଜାନ ମାସ ଶେଷ ହେବା ପରଦିନ ଈଶ୍ୱରଙ୍କ ପ୍ରଶଂସା ଗାନ କରି କୃତଜ୍ଞତା ଜ୍ଞାପନ କରିବା ପାଇଁ ଶେଷ ଦିନ ଇଦ୍‌- ଉଲ୍‌...

ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ...

ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ ଶ୍ରେୟ କେନ୍ଦ୍ରର: ଭାଜପା

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାର ଅସମ୍ମାନ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ...

ପଖାଳକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳୁ

କଟକ ଅଫିସ,୨୦ା୩: ଓଡ଼ିଶାର ପାରମ୍ପରିକ ଖାଦ୍ୟ କହିଲେ ପଖାଳକୁ ବୁଝାଏ। ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ସୋମବାର ବିଶ୍ୱରେ ଥିବା ଓଡ଼ିଆମାନେ ପଖାଳ ଦିବସ...

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ):କରୋନା ଲଢ଼େଇରେ ଆରମ୍ଭରୁ ନିଜକୁ ସାମିଲ କରିଥିବା ଶିକ୍ଷକଙ୍କୁ ତୁରନ୍ତ କରୋନା ଯୋଦ୍ଧାର ମାନ୍ୟତା ମିଳୁ। ରାଜ୍ୟ ସରକାର ଶିକ୍ଷକଙ୍କୁ ଯୋଦ୍ଧା ଭାବେ ଘୋଷଣା...

ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ...

୨ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ୱର, ୨8।୭(ବ୍ୟୁରୋ): ରାଜ୍ୟର ୩ ହଜାର ବସ୍ତିର ପ୍ରାୟ ୨ ଲକ୍ଷ ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ସେଥିମଧ୍ୟରୁ ଆର୍ଥିକ ଅନଗ୍ରସର ବର୍ଗର ବ୍ୟକ୍ତିଙ୍କୁ ପକ୍କା...

ପିପିଲି ଉପନିର୍ବାଚନ: ଭୋଟଗ୍ରହଣ ଆରମ୍ଭ, ଇଭିଏମ୍‌ ତ୍ରୁଟି ଅଭିଯୋଗ

ଭୁବନେଶ୍ୱର/ପୁରୀ ଅଫିସ୍‌,୩୦।୯: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ ଗାଇଡ୍‌ଇନ ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ...

Advertisement
Archives

Model This Week