ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ ଜିଲାରେ ଦମନ କରାଯାଇ ପାରୁନାହିଁ ବୋଲି ଶୁକ୍ରବାର ବରଗଡ଼ ସାମ୍ବାଦିକ ସଂଘ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏକଦା ପୋଲିସ୍‌ ଇନ୍‌ଫର୍ମର ଭାବେ କାର୍ଯ୍ୟ କରିଥିବା ଏମ୍‌. ଦୁର୍ଗାପ୍ରସାଦ କହିଛନ୍ତି।
ଖବରଦାତା ସମ୍ମିଳନୀରେ ଦୁର୍ଗାପ୍ରସାଦ କହିଥିଲେ, ଦୀର୍ଘ ୧୨ବର୍ଷ ହେଲା ସେ ପୋଲିସ ଇନ୍‌ଫର୍ମର କାର୍ଯ୍ୟ କରିଆସିଛନ୍ତି। ଜିଲାରେ ଚାଲିଥିବା ନିଶା କାରବାର ଉପରେ ତାଙ୍କ ପାଖରେ ଅନେକ ସୂଚନା ରହିଛି। ତାଙ୍କ ସୂଚନାକୁ ଆଧାର କରି ବିଗତ ଦିନରେ ପୋଲିସ ଅନେକ ସଫଳତା ମଧ୍ୟ ପାଇଛି। ବର୍ତ୍ତମାନ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା କିଛି ପୋଲିସ୍‌ କର୍ମଚାରୀ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସେ କିଛି ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ନାମ ଉଲ୍ଲେଖ କରି ସେମାନେ କଲେକ୍ସନ ଏଜେଣ୍ଟ ସାଜିଥିବା ଏବଂ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ଅସୁଲ କରୁଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ତତ୍କାଳୀନ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କଠାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ୨ପୋଲିସ କର୍ମଚାରୀଙ୍କୁ ବରଗଡ଼ ଟାଉନ ଥାନାରୁ ଅନ୍ୟତ୍ର ବଦଳି କରାଯାଇଥିଲା। କିନ୍ତୁ ଏସ୍‌ପି ମୀନାଙ୍କ ବଦଳିର ୧୦ଦିନ ନ ହେଉଣୁ ସମ୍ପୃକ୍ତ ୨କର୍ମଚାରୀଙ୍କୁ ପୁଣି ବରଗଡ଼ ଟାଉନ ଥାନାରେ ଅବସ୍ଥାପିତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ପୂର୍ବଭଳି କଲେକ୍ସନ ଏଜେଣ୍ଟ ସାଜିଥିବା ପ୍ରସାଦ ଅଭିଯୋଗ କରିଛନ୍ତି। ଏପରିକି ୨ଦିନ ତଳେ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଟାଉନ ଥାନାରେ କାର୍ଯ୍ୟରତ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ସହିତ ଏକାଠି ହୋଇଥିବା ଫଟୋ ମଧ୍ୟ ପ୍ରସାଦ ଦେଖାଇଥିଲେ।
ଉଲ୍ଲେଖନୀୟ, ଜିଲାରେ ପୋଲିସ-ଅପରାଧୀ ସମ୍ପର୍କ ନୂଆ ନୁହେଁ। ବିଗତ କିଛିବର୍ଷ ଆଗରୁ ଅମ୍ବାଭୋନା ଥାନାର ତତ୍କାଳୀନ ଥାନାଧିକାରୀଙ୍କ ସମ୍ପର୍କ ଗଞ୍ଜେଇ ବେପାରୀଙ୍କ ସହିତ ରହିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ସହିତ ତାଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି କିଛିମାସ ତଳେ ଝାରବନ୍ଧ ଥାନାରେ ପୋଲିସ୍‌-ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ଚାଲିଥିବା ଡିଲ୍‌ ଧରାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀ, କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ଏହାପୂର୍ବରୁ ଜିଲାରେ ଗାଡ଼ିଚୋରି ର଼୍ୟାକେଟ୍‌ ମାମଲାରେ ଜଣେ ପୋଲିସ୍‌ ଏସ୍‌ଆଇଙ୍କୁ ଜେଲ୍‌ ଯିବାକୁ ପଡ଼ିଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ରେ ରହି ଲୋକଙ୍କୁ ଭୟଭୀତ କରି ଟଙ୍କା ନେବା ମାମଲାରେ ପୋଲିସ କର୍ମଚାରୀ ନିଲମ୍ବିତ ଏବଂ ଗିରଫ ହେବାର ନଜିର ରହିଛି। ଏବେ ଖୋଦ୍‌ ପ୍ରସାଦ ପୋଲିସ-ଅପରାଧୀ ସମ୍ପର୍କ ନେଇ ମୁହଁ ଖୋଲିବା ପରେ ଏହା ଆଗକୁ କିଭଳି ମୋଡ଼ ନେଉଛି, ତାହା ସମୟ କହିବ। ଏ ସମ୍ପର୍କରେ ବରଗଡ଼ ଟାଉନ ଥାନା ଆଇଆଇସି ଚିତ୍ତରଞ୍ଜନ ମେହେରଙ୍କୁ ପଚାରିବାରୁ ଦୁର୍ଗାପ୍ରସାଦଙ୍କ ଅଭିଯୋଗ ଉପରେ କିଛି କହିବାକୁ ମନା କରିଦେଇଥିଲେ। ପୋଲିସ ତାର କାମ ଠିକ୍‌ ଭାବେ ନିର୍ବାହ କରୁଛି ଏବଂ ଆଗକୁ ମଧ୍ୟ କରିଚାଲିବ ବୋଲି ମେହେର କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri