ଦୋଳ ଯାତ୍ରା ପ୍ରସ୍ତୁତି ଆରମ୍ଭ କଲା ପୋଲିସ: ୩ ଦିନ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି

ଗଞ୍ଜାମ,୨୩।୨(ବିଦ୍ୟାଧର ସାହୁ ): ଆସନ୍ତା ମାର୍ଚ୍ଚ ୧ରୁ ଗଞ୍ଜାମ ସହରରେ ଐତିହାସିକ ଦୋଳ ଯାତ୍ରା ଆରମ୍ଭ ହେବ । ତିନି ଦିନ ଧରି ଅନୁଷ୍ଠିତ ଉକ୍ତ ଯାତ୍ରାରେ ଲକ୍ଷାଧିକ ଲୋକ ସମାଗମ ହେବେ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ସୋମବାର ସନ୍ଧ୍ୟାରେ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଆଇଆଇସି ସୁମିତ୍ରା ପାତ୍ର, ଭାରପ୍ରାପ୍ତ ଥାନା ଆଇଆଇସି ଶୁଭଲକ୍ଷ୍ମୀ କଁଅର, ଏଏସଆଇ ଅନିରୁଦ୍ଧ ସ୍ବାଇଁ, ଏଏସଆଇ ସୁଦୀପ୍ତ ସାହୁ, ମହିଳା ସେକେଣ୍ଡ ଅଫିସର ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୧୨ଟି ୱାର୍ଡ କୁ ନେଇ ଗଠିତ ବିଭିନ୍ନ ସାହିର ସମସ୍ତ ଠାକୁର ଯାତ୍ରାକୁ ଯିବାବେଳେ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରିବାକୁ ଆଲୋଚନା ହୋଇଥିଲା। ଏଥିପାଇଁ ସମସ୍ତ ସାହିର ତିନି ଜଣ ଯୁବକଙ୍କୁ ନେଇ ଶାନ୍ତି କମିଟି ଗଠନ ହୋଇଥିଲା। ସାହି ଯାତ୍ରାବେଳେ ସମସ୍ତ ସାହି ଗୁଡିକରେ ପୋଲିସ ମୁତୟନ ହେବ । ଯାତ୍ରା ତିନି ଦିନ ମଦ ଦୋକାନ ଗୁଡିକ ବନ୍ଦ ରହିବ। ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କମ୍‌ ସାଉଣ୍ଡରେ ଡିଜେ ବୁଲିବ ଏବଂ ସାଉଣ୍ଡ ପରିମିସନ ବାଧ୍ୟତାମୂଳକ ବୋଲି ଆଇଆଇସି ପାତ୍ର ସୂଚନା ଦେଇଥିଲେ । କାନ୍ତରି ଦଳାଇ, ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ଗୌରୀ ଶଙ୍କର ବାରିକି, ସୁଦାମ ଚରଣ ଜେନା, ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ବାରିକି,ଭଗବାନ ପ୍ରଧାନ, ଅଜୟ କୁମାର ବାରିକି,ଅସ୍ମିତ ପଣ୍ଡା, ଶିବ ରାମ ଜେନା, ବାପୁନି ପଣ୍ଡା, ମନୋଜ ପ୍ରଧାନ,ଧରଣୀ ସାହୁଙ୍କ ସମେତ ସମସ୍ତ ସାହି କମିଟି ମେମ୍ବର ଉପସ୍ଥିତ ଥିଲେ । ଚଳିତ ବର୍ଷ ଗ୍ରହଣ ଲାଗୁ ଥିବା ଯୋଗୁ ଠାକୁର ସାମାନ୍ୟ ବିଳମୱ ହେବ ବୋଲି ଆଲୋଚନା ହୋଇଥିଲା। ଗ୍ରହଣ ଛାଡିବା ପରେ ହିଁ ଠାକୁର ନିଜ ନିଜ ସାହି ଦେଉଳକୁ ଫେରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri