Posted inଜାତୀୟ

ପୋଲିସ ଏସ୍‌ପି ସାଜିଲେ ଲୁଟେରା, ତା’ପରେ ଘଟିଲା ଏମିତି କିଛି

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶରେ ନୂଆ ନୂଆ ଢଙ୍ଗରେ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ପୋଲିସ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ ପନ୍ଥା ଆପଣାଉ ଥିବା ଦେଖାଯାଇଛି। ଲକ୍ଷ୍ମୀପୁର ଖେରୀରେ କ୍ଷଏଭଳି ଘଟଣା ଘଟିଛି। ଜିଲାର ଏସପି ମୋଟରସାଇକେଲରେ ଜଣେ ଲୁଟେରା ଭାବରେ ରାସ୍ତାରେ ବୁଲୁଥିଲେ। ଏହି ଘଟଣା ଚାରିଆଡେ ଖେଳିଯାଇଥିଲା ଯେ ଦୁଇ ଜଣ ବ୍ୟକ୍ତି ହେଲମେଟ ପିନ୍ଧି ଆପାଚେ ବାଇକରେ ବୁଲୁଛନ୍ତି। ମହିଳାଙ୍କଠାରୁ ସୁନା ଚେନ ମଧ୍ୟ ଲୁଟି ନେଇଛନ୍ତି। ଏହି ଖବର ପାଇବା ମାତ୍ରେ ପୋଲିସକୁ ସତର୍କ ହୋଇଯାଇଥିଲେ। ଏସପି ସତେନ୍ଦ୍ର କୁମାର ତାଙ୍କ ପିଆର୍‌ଓ ସହିତ ଏକ ମୋଟରସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ। ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ସେଠାରେ ଯାଞ୍ଚ କରୁଥିବା ଜଣେ ଇନ୍ସପେକ୍ଟର ତାଙ୍କ ବାଇକକୁ ଅଟକାଇବାକୁ ଇଙ୍ଗିତ କରିଥିଲେ। ଏସପି ବାଇକର ଗତି ବଢାଇଥିଲେ। ପୋଲିସ ଅଧିକାରୀ ଚିତ୍କାର କରି ପଛକୁ ଦୌଡ଼ିଯାଇ ବାଇକ ଆଗରେ ଠିଆ ହୋଇଥିଲେ।
ହେଲମେଟ ରଖି ଏସପି ବାଇକକୁ ଡାହାଣକୁ ବୁଲାଇ ପଳାଇବାକୁ ଚେଷ୍ଟା କରିଥିଲେ। ତା’ପରେ ଇନ୍ସପେକ୍ଟର ରୁଲ୍‌ ବାଡିଟିକୁ ଚକା ଭିତରେ ପୂରାଇ ଦେଇଥିଲେ। ଏହିଭଳି ଭାବରେ ଏସପି ଧରିଥିଲେଲେ। ଏସପି ସତେନ୍ଦ୍ର ହେଲମେଟ କାଢିବାରୁ ଇନ୍ସପେକ୍ଟର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ସହକର୍ମୀଙ୍କ ଏହି କାର୍ଯ୍ୟରେ ଏସପି ଖୁସି ହେଲେ ଏବଂ ତୁରନ୍ତ ଇନ୍ସପେକ୍ଟରଙ୍କ ପାଇଁ ପୁରସ୍କାର ଘୋଷଣା କଲେ। ସହରର ପୋଲିସ ସଠିକ ପାଟ୍ରୋଲିଂ କରୁଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ମୁଁ ନକଲି ଲୁଟେରା ସାଜିଥିଲି ବୋଲି ଏସପି ସତେନ୍ଦ୍ର କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?