Posted inଜାତୀୟ

ପୁଅ ପାଇଁ ପୋଲିସ ସାଜିଲେ ଚୋର!

ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ ଅଭିଯୁକ୍ତ ଏହି ଅପରାଧ କରିଥିବା ପୋଲିସ ଏଠାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ନାମ ୬୧ ବର୍ଷିୟ ନାଜିର ଅହମ୍ମଦ ଇମ୍ରାନ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ନାଜିର ଭାରତ ଆସିବା ପୂର୍ବରୁ ବହାରିନରେ ନଅ ବର୍ଷ ପର୍ଯ୍ୟନ୍ତ ପୋଲିସ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ।
୧୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନାଜିର ଅହମ୍ମଦ ଇମ୍ରାନଙ୍କୁ ଗିରଫ କରାଯାଇଛି। ତାଙ୍କ ପୁଅ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ନାଜିର ଏକ ପେଶାଦାର କାର ଚୋର ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ପଡିଲା। ୨୦୦୮ରେ ଅଶୋକନଗର ପୋଲିସ ମଧ୍ୟ ନାଜିରଙ୍କୁ ଗିରଫ କରିଥିଲା। ତେବେ ଜାମିନରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ତେବେ ଜେଲରୁ ବାହାରିବା ପରେ ମଧ୍ୟ ସେ ଅପରାଧ ଜାରି ରଖିଥିଲେ। ନିକଟରେ, ଏକ ସେବା କେନ୍ଦ୍ରରୁ ଏକ ଏସୟୁଭି ଉଠାଇ ନେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ ଗିରଫ କରିଛି। ତଦନ୍ତ ସମୟରେ ସେ ତାଙ୍କ ପୁଅର ଚିକିତ୍ସା ପାଇଁ ଏହି ଅପରାଧ କରିଥିବା କହିଛନ୍ତି। ସେ ଗାଡି ଉଠାଇ ନକଲି ଡକ୍ୟୁମେଣ୍ଟ ତିଆରି କରି ବିକ୍ରି କରୁଥିଲେ। ବେଙ୍ଗାଲୁରୁ ସହର ଏବଂ କେରଳର ବିଭିନ୍ନ ସ୍ଥାନରେ ନାଜିର ଗାଡି ଉଠାଇବାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଏବେ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ନାମାଙ୍କନପତ୍ର ଦାଖଲ କରିବେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୯।୭: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମାର୍ଗାରେଟ୍‌ଙ୍କ...

ମୁମ୍ବାଇର ପାଣି ସବୁଠାରୁ ବିଶୁଦ୍ଧ

ନୂଆଦିଲ୍ଲୀ,୧୬।୧୧: କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶଓ୍ବାନ ଶନିବାର ପାଣିର ଗୁଣବତ୍ତାକୁ ନେଇ ଏକ ର଼୍ୟାକିଂ ଜାରି କରିଛନ୍ତି। ଏହାକୁ ନେଇ ସେ କାହାକୁ ଦୋଷ ଦେଇ...

ଏବେ ମୋଦି, ଶାହଙ୍କୁ ପୂଜା କରୁଛି: ଶିବରାଜ

ଭୋପାଳ, ୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠାଇ ଦିଆଯିବା ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।...

କୌଣସି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବି ନାହିଁ – ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ଭାଜପା ୧୦୦ ଆସନରୁ ଅଧିକ ଜିତିବ ନାହିଁ, ଯଦି ଜିତିବ ନିର୍ବାଚନୀ ରଣନୀତି କାମରୁ ସନ୍ୟାସ ନେଇଯିବି। ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ...

ଫୁଲ ବର୍ଷା କରିବ ବାୟୁସେନା ବିମାନ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧାଙ୍କ...

ଡିସେମ୍ବର ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର ଦ୍ୱାର

ଅଯୋଧ୍ୟା,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ବୁଧବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶେଷରେ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବାକୁ...

ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ,୧୩।୫: ରୁଷିଆର ସ୍ପୁଟନିକ-ଭି କୋଭିଡ୍‌ ଟିକା ଆସନ୍ତା ସପ୍ତାହରୁ ଭାରତ ବଜାରରେ ଉପଲବ୍ଧ ହେବ। ଏନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌...

ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ରାମ ମନ୍ଦିର ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଦେଶର...

Advertisement
Archives

Model This Week