ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଟିମ୍‌ ଯୁବକଙ୍କ ମୋବାଇଲ୍‌ ଲୋକେଶନ ଚିହ୍ନଟ କରି ତାଙ୍କୁ ରକ୍ଷା କରିଛନ୍ତି।

ଯୁବକ ଜଣକ ରାଜସ୍ଥାନର ଅଲଓ୍ବରର ବାସିନ୍ଦା। ତାଙ୍କ ମୋବାଇଲ ଲୋକେଶନ୍‌ରୁ ପାହାଡ଼ଗଞ୍ଜ୍‌ ପୋଲିସ ଜାଣିପାରିଥିଲେ ଯେ, ସେ ଯମୁନା ନଦୀର ସିଗ୍ନେଚର ବ୍ରିଜ୍‌ଠାରେ ଅଛନ୍ତି। ତୁରନ୍ତ ଏନେଇ ଉତ୍ତରଦିଲ୍ଲୀର ତିମାରପୁର ଥାନା ପୋଲିସଙ୍କୁ ଖବର ଦିଆଯାଇଥିଲା।

ପୋଲିସ ଟିମ୍‌ ବ୍ରିଜ୍‌ ପାଖରେ ପହଞ୍ଚିଥିଲେ। ବ୍ରିଜ୍‌ ଉପରେ ଠିଆ ହୋଇ ନଦୀକୁ ଡେଇଁବାକୁ ଯାଉଥିବା ଯୁବକ ପୋଲିସ ଟିମ୍‌କୁ ଦେଖି ହଡ଼ବଡେଇ ଯାଇଥିଲେ। ସେ ବିଳମ୍ବ ନ କରି ନଦୀଜଳକୁ ଲମ୍ଫ ପ୍ରଦାନ କରିଥିଲେ। ତେବେ ପୋଲିସ ଟିମ୍‌ର ୩ ଜଣ ସଦସ୍ୟ ପାଣି ଡେଇଁ ତାଙ୍କର ଜୀବନ ରକ୍ଷା କରିଥିଲେ।

ଯୁବକଙ୍କ ନାମ ମୋନିଷ ଦୀକ୍ଷୀତ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତାଙ୍କର ବୟସ ୨୦ ବର୍ଷ। ସେ ନ୍ୟାଶନାଲ ଲ ଇନଷ୍ଟ୍ୟୁଟରେ ଆଇନ ପଢୁଛନ୍ତି। ତାଙ୍କୁ ଉଦ୍ଧାର କରି ପୋଲିସ ଟିମ୍‌ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁଗଣ୍ଠି ସମସ୍ୟା ଦୂର ପାଇଁ କରନ୍ତୁ ଏହି ଯୋଗାସନ

ଯୋଗ ଶିକ୍ଷାରେ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ପାଇଁ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି...

‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା

ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ...

ରାହୁଲଙ୍କ ମାମଲାରେ ଆଜି ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତାଦେଶ ସହ ଜଡିତ ଆବେଦନ ଉପରେ ଶୁକ୍ରବାର ରାୟ ଆସିବ। ଗୁରୁବାର ଗୁଜରାଟ...

୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧

ନୂଆଦିଲ୍ଲୀ,୩।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା...

ପୁଣି ଆରମ୍ଭ ହେବ ଏମ୍‌ପିଲାଡ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍‌ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍‌ପିଲାଡ୍‌)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର...

ଆନ୍ଦୋଳନକୁ ଓହ୍ଲାଇଲେ ହିନ୍ଦୁରାଓ ହସ୍ପିଟାଲର ଡାକ୍ତର: ଓପିଡି ସେବା ବ୍ୟାହତ

ନୁଆଦିଲ୍ଲୀ,୧।୭: ରାଜଧାନୀ ଦିଲ୍ଲୀରେ ଥିବା ବାଡା ହିନ୍ଦୁରାଓ ହସ୍ପିଟାଲର ରେସିଡେନ୍ସ ଡାକ୍ତର ଆସୋସିଏସନ୍‌ର ସମସ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପୂରା ଦିନ ହସ୍ପିଟାଲର...

ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…

ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ...

ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍‌୧, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୮।୯: ଆଦିତ୍ୟ-ଏଲ୍‌୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ ମିଡିଆରେ ଶେୟାର କରିଛି। ଇସ୍ରୋ ଏହାର ସୋସିଆଲ...

Advertisement
Archives

Model This Week