ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ଜିଲା ନ୍ୟାଶନାଲ ପାର୍କ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ସିଆରପିଏଫ୍‌, କୋବ୍ରା ବାହିନୀ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ବହୁ ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲେ। ୨ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା। ୨ ମାଓବାଦୀଙ୍କ ମଧ୍ୟରୁ ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବନ୍ଧୁକ, ଏକେ-୪୭ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଉକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେଶନ ଜାରି ରହିଛି। ଏହା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମେ ମୋଠାରୁ…,’ କୁନି ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଇ ସଭିଙ୍କ ହୃଦୟ ଜିତିଲେ ବୁମରାହ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ତାଙ୍କର ଭଲ ବୋଲିଂ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତଥାପି, ଏବେ ସେ ପଡ଼ିଆ ବାହାରେ ଏପରି କିଛି…

ପୁରୀରେ ବୁଲିଲା ଖଣ୍ଡା: ୨ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ

ପୁରୀ,୧୩।୨ (ଅଜିତ୍‌ କୁମାର ମହାନ୍ତି): ପୁଣି ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ। ପୁରୀ…

ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌

ଭୁବନେଶ୍ୱର,୧୩ା୨: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪ ସହର ଯଥା ପୁରୀ, ପାରାଦୀପ, ଭୁବନେଶ୍ୱର…

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାମ୍ବିଆକୁ ହରାଇବା ପରେ ପାକିସ୍ତାନକୁ ଚକିତ କଲା ଭଳି କଥା କହିଦେଲେ ସୂର୍ଯ୍ୟ, ଇଙ୍ଗିତ କରି କହିଲେ…

ନୂଆଦିଲ୍ଲୀ,୧୩।୨: ICC ଟି-୨୦ ବିଶ୍ୱକପ ୨୦୨୬ର ୧୮ତମ ମ୍ୟାଚ ଫେବୃଆରୀ ୧୨ ତାରିଖରେ ଭାରତ ଏବଂ ନାମ୍ବିଆ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚ ଦିଲ୍ଲୀର ଅରୁଣ…

ମାତ୍ର ୨ ବଲ୍‌ରେ ବଡ଼ ରେକର୍ଡ ଭାଙ୍ଗିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପଡ଼ିଆରେ ରୋମାଞ୍ଚକର ଯୁଦ୍ଧ

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପର ୧୮ତମ ମ୍ୟାଚରେ ଟିମ ଇଣ୍ଡିଆ ନାମ୍ବିଆ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ…

ICC ଅଧ୍ୟକ୍ଷ ହେବା ପରେ ସବୁ ଚିତ୍ର ବଦଳାଇ ଦେଲେ ଜୟ ଶାହା, ହେଉଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୩।୨: କ୍ରିକେଟ ନାମ୍ବିଆର ସଭାପତି ରୁଡି ଭାନ ଭୁରେନ ଗୁରୁବାର କହିଛନ୍ତି ଯେ ୱିଣ୍ଡହୋକରେ ନୂତନ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଆମେରିକା ସହିତ ଏହି ବଡ଼ ଡିଲ୍‌ କରିବ ଭାରତ! ମଧ୍ୟବିତ୍ତ ପରିବାରକୁ ହେବ ଫାଇଦା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ୫ ବିଲିୟନ ବାଣିଜ୍ୟ ଚୁକ୍ତି ବ୍ୟତୀତ, ଭାରତ ସରକାର LNGକୁ ନେଇ ଏକ ଡିଲ୍‌ କରିପାରନ୍ତି। ଭାରତ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri