ମହିଳାଙ୍କୁ ମୃତ ଭାବି ରାତିସାରା ଜଗି ରହିଲା ପୋଲିସ, ସକାଳୁ ଘଟିଲା ଅଜବ ଘଟଣା, ପୋଲିସ ଆଶ୍ଚର୍ଯ୍ୟ

ବୌଦ୍ଧ,୩୦।୧୦( ଅଜିତ କୁମାର ବାରିକ): ବୌଦ୍ଧ ଥାନାରେ ଗତ ବୁଧବାର ଦିନ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ରାତି ସାରା ପୋଲିସ ଜୀବତ ମହିଳାଙ୍କୁ ମୃତ ଭାବି ଜଗିରହିଥିବା ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ସକାଳୁ ମହିଳା ଜଣଙ୍କ ଉଠିବା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମିଳିଥିବା ସୂଚନାମୁତାବକ ବୁଧବାର ବୌଦ୍ଧ ଥାନା ଗିରାସିଙ୍ଗା ଗ୍ରାମର ଶ୍ରୀକାନ୍ତ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ନିଖୋଜ ଥିବା ନେଇ ସନ୍ଧ୍ୟାରେ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବୌଦ୍ଧ ଥାନାର ପୋଲିସ କର୍ମଚାରୀ ଗିରାସିଙ୍ଗା ଗ୍ରାମକୁ ଯାଇ ମହିଳାଙ୍କୁ ଖୋଜାଖୋଜି କରିଥିଲେ । ଲକ୍ଷ୍ମୀପ୍ରିୟା ଘର ନିକଟରେ ପଡିଥିଲେ। ପୋଲିସ ଲକ୍ଷ୍ମୀପ୍ରିୟାକୁ ଦେଖିବା ସହ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ରାତି ସାରା ମୃତ ଭାବି ଜଗି ରହିଥିଲା। ଏହା ସହ ପୋଲିସ ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ନୋଟିସ ଲଗାଯାଇଥିଲା। ନୋଟିସରେ ପୋଲିସ ଉଲ୍ଲେଖ କରିଥିଲା ଆପଣଙ୍କ ଅଞ୍ଚଳରେ ଘଟିଥିବା ଲକ୍ଷ୍ମୀପ୍ରିୟା ନାଏକଙ୍କ ମର୍ଡର କେସର ତଦନ୍ତରେ କୌଣସି ତଥ୍ୟ ଦେବାକୁ ଚାହୁଁଥିଲେ ପୋଲିସକୁ ୭୦୦୮୭୦୪୫୯୮ ଏହି ନମ୍ବରରେ ଯୋଗାଯୋଗ କରୁନ୍ତୁ। ତଥ୍ୟ ପ୍ରଦାନକାରୀଙ୍କ ନାମ ଓ ଠିକଣା ଗୋପନୀୟ ରଖାଯିବା ସହ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ । ଗୁରୁବାର ସକାଳୁ ପୋଲିସର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପରେ ଲକ୍ଷ୍ମୀପ୍ରିୟାର ଗୋଡ ହାତ ହଲିଥିଲା । ଏହା ପରେ ପୋଲିସ ଜୀବତ ଥିବା ନେଇ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଲକ୍ଷ୍ମୀପ୍ରିୟା ସୁସ୍ଥ ଅନୁଭବ କରିବା ପରେ ପୋଲିସ ଥାନାକୁ ନେଇ ପଚାର ଉଚାର କରିଥିଲା । ଏପେଟ ବୌଦ୍ଧ ଥାନାରେ ପୋଲିସ ୪୧୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ପଚାରିବାରୁ ମହିଳା ଜଣଙ୍କ ଯେପରି ଭାବରେ ଘଟଣାସ୍ଥଳରେ ପଡି ରହିଥିଲା ଦେଖିବା ପରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ତେଣୁ ପୋଲିସ କର୍ମଚାରୀ ରାତିସାରା ଜଗି ରହିଥିଲେ ଓ ସକାଳୁ ସାଇଣ୍ଟିଫିକ ଟିମ ଦେଖିବା ପରେ ମହିଳା ଜଣଙ୍କ ଜୀବିତ ରହିଥିବା ଜଣାପଡିଥିଲା । ଏହା ସହ ମହିଳାଙ୍କୁ କିଏ ପଛରୁ ଆଘାତ ଦେଇଥିବା ଯୋଗୁ ଅଚେତ ହୋଇପଡିଥିବା ପ୍ରକାଶ କରିଥିଲା ପୋଲିସ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri