ମହିଳା ଚୋରିରେ ପୋଲିସ

ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଏହାର ମୋଟ ଜନସଂଖ୍ୟାର ପାଖାପାଖି ଅଧା ହେଉଛନ୍ତି ମହିଳା। ସେଥିପାଇଁ ଭାରତରେ ମହିଳା ସଶକ୍ତୀକରଣ ଉପରେ ଡିଣ୍ଡିମ ପିଟାଯାଉଛି ଓ ବେଟି ବଚାଓ, ବେଟି ପଢ଼ାଓ ଧ୍ୱନି ଦିଆଯାଉଛି। ଅନ୍ୟପକ୍ଷରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଦେଶକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଉଛି। କିନ୍ତୁ ସେମାନଙ୍କୁ ଏଯାବତ ଏସବୁ ଦିଗରେ ସମାନ ସୁବିଧା ଓ ଅଧିକାର ପ୍ରାପ୍ତ ହୋଇପାରିନାହିଁ। ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଆଇନଠାରୁ ଆରମ୍ଭକରି ବିଭିନ୍ନ ଯୋଜନା ଗଢ଼ାଯାଉଛି , ହେଲେ ଏଗୁଡ଼ିକର କାର୍ଯ୍ୟକାରିତା ଉପରେ ଏବେ ପ୍ରଶ୍ନ ଉଠାଇଛି ସେମାନଙ୍କ ନିଖୋଜ ସଂଖ୍ୟା। ଜୁଲାଇ ୨୬ରେ ରାଜ୍ୟ ସଭାରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ଦ୍ୱାରା ସଂଗୃହୀତ ତଥ୍ୟକୁ ଆଧାରକରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଜଣାଇଛନ୍ତି ଯେ, ଦେଶରେ ୨୦୧୯ରୁ ୨୦୨୧ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଝିଅ ଓ ମହିଳା ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ ଅଧିକ ୧୦ ଲକ୍ଷ ୬୧ ହଜାର ୬୪୮ ଥିବାବେଳେ ଏହି ବୟସରୁ କମ୍‌ ୨, ୫୧, ୪୩୦ ଝିଅ ଅଛନ୍ତି। ନିଖୋଜ ସଂଖ୍ୟାରେ ମଧ୍ୟପ୍ରଦେଶ ସବୁଠୁ ଆଗରେ ଥିବାବେଳେ ତା’ପଛକୁ ଅଛି ପଶ୍ଚମବଙ୍ଗ। ଓଡ଼ିଶାରେ ଏହି ୩ ବର୍ଷରେ ୭୦,୨୨୨ ମହିଳା ଓ ୧୬,୬୪୯ ଝିଅ ନିଖୋଜ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସଂଖ୍ୟା ଭୟ ସୃଷ୍ଟି କରୁଥିବାବେଳେ ଏହା ମଧ୍ୟ ସୂଚାଉଛି ଯେ ଏହା ସମ୍ପୂର୍ଣ୍ଣ ତଥ୍ୟ ହୋଇ ନ ଥାଇପାରେ। କାରଣ ଅନେକ ସ୍ଥାନରେ ଅନାଥ ଝିଅଙ୍କୁ ପରିବାରବର୍ଗ ବିକିଦେଇ ପୋଲିସକୁ କୌଣସି ଏତଲା ଦିଅନ୍ତି ନାହିଁ। ଏଥିସହିତ ଓଡ଼ିଶା ସମେତ ଅନ୍ୟ ସବୁ ରାଜ୍ୟରେ ନିଖୋଜ ହୋଇଥିବା ଝିଅ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବ୍ୟକ୍ତିକୁ ଥାନା ଅଧିକାରୀମାନେ ବିଭିନ୍ନ ଆଳରେ ଏତଲା ନେବାକୁ ମନା କରନ୍ତି। ନାବାଳିକା କିମ୍ବା ଯୁବତୀ ହୋଇଥିଲେ ତାହାର ପ୍ରେମିକ ବା ବାନ୍ଧବୀ ସହିତ ପଳାଇଯାଇଥାଇପାରେ ବୋଲି କହି ଅପେକ୍ଷା କରିବାକୁ ପୋଲିସ ତରଫରୁ ବାଧ୍ୟ କରାଯାଇଥାଏ। ସେଥିପାଇଁ ଅନେକ ପରିବାର ବିଧିବଦ୍ଧ ଏତଲା ଦାୟର କରନ୍ତି ନାହିଁ। ସବୁଠାରୁ ଜଘନ୍ୟ ବିଷୟ ହେଉଛି, କୌଣସି ଝିଅ ବା ମହିଳା ନିଖୋଜ ହେବା ଘଟଣା ସେଠାକାର ଥାନାର ଅଜାଣତରେ ହୁଏ ନାହିଁ। ଭାରତବର୍ଷ ସାରା ମହିଳା ଅପହରଣକାରୀମାନେ ସ୍ଥାନୀୟ ପୋଲିସର ସହଯୋଗ ବିନା କାର୍ଯ୍ୟ କରିପାରିବେ ନାହିଁ। ଅର୍ଥାତ୍‌ ଭୁବନେଶ୍ୱରରୁ ଅପହରଣ ହୋଇଥିବା ଝିଅ ଦିଲ୍ଲୀରୁ କିମ୍ବା ମିରଟରୁ ଉଦ୍ଧାର ହୋଇଥିବା ଖବର ମିଳିବା ମାତ୍ରକେ ବୁଝାପଡ଼ିଯାଏ ଯେ, ତାଙ୍କର ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଯେଉଁ ଚୋରା ଚାଲାଣ ବାଟ ରହିଛି ସେଥିରେ ଥିବା ପ୍ରତ୍ୟେକଟି ଥାନା ସଚେତନ ଥାଏ ଏବଂ ଆର୍ଥିକ ଲାଭ ମଧ୍ୟ ପାଇଥାଏ। ପୋଲିସର ଅଜାଣତରେ ଏହି ବିରାଟକାୟ ଅପରାଧ ଘଟାଇବା ଅସମ୍ଭବ ବୋଲି ସ୍ପଷ୍ଟ ଭାବେ କହିହେବ।
ମୋଟ ନିଖୋଜଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାଇଥିବା ଏନ୍‌ସିଆର୍‌ବି ପ୍ରକାଶ କରିଥିଲେ ମଧ୍ୟ ଏତେ ସଂଖ୍ୟାରେ ମହିଳା ଓ ଝିଅ ନିଖୋଜ ହେବା ଦେଶ ପାଇଁ ଚିନ୍ତାଜନକ । ଭାରତରେ ମହିଳାମାନଙ୍କ ସ୍ଥିତିକୁ ଦେଖିଲେ ନିଖୋଜ ଘଟଣା ନୂଆ ନୁହେଁ। ଏହା ବ୍ରିଟିଶ ସମୟରେ ଥିଲା ଏବେ ବି ଅଛି। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ଅଧିକ ସଂଖ୍ୟକ ମହିଳା ନିଖୋଜ ହେବା ଦେଶ ପାଇଁ ଏକ ଲଜ୍ଜା। ଏହା ମଧ୍ୟ ଦେଶରେ ମହିଳାଙ୍କ ଅଧିକାରଠାରୁ ଆରମ୍ଭକରି ଶିକ୍ଷାଗତ, ବୃତ୍ତିଗତ ଓ ଆର୍ଥିକ ସ୍ବାଧୀନତା ପାଇଁ ଲାଗୁ ହୋଇଥିବା ଯୋଜନା ଏବଂ ଆଇନଗୁଡ଼ିକ ଉପରେ ବିତର୍କକୁ ଉଜାଗର କରିବା କଥା। ମନେରଖିବାକୁ ହେବ ଯେ, କୌଣସି ଦେଶର ବିକାଶ ତା’ ମହିଳା ଶକ୍ତି ଉପରେ ଅଧିକ ନିର୍ଭରଶୀଳ। ସେଥିପାଇଁ ମହିଳା ନିଖୋଜ ହେବା ଭାରତ ପ୍ରତି ଏକ ବଡ଼ ଆହ୍ବାନ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ଉଲ୍ଲେଖ କରିବାର ଦୀର୍ଘ ୨୮ ବର୍ଷ ପରେ ୨୦୧୭-୧୮ରେ ଏହା ଏକ ବଡ଼ ସମସ୍ୟା ଓ ଦେଶ ଏହାକୁ ସାମ୍ନା କରୁଛି ବୋଲି ଇକୋନୋମିକ ସର୍ଭେ ସ୍ବୀକାର କରିଛି । ଦେଶରେ ମହିଳା ଓ ଝିଇ ନିଖୋଜ ହେବାର କାରଣ ମାନବ ଚାଲାଣ। ଉକ୍ତ ଚାଲାଣର ସିଂହଭାଗ ହେଉଛନ୍ତି ମହିଳା। ଚାଲାଣ ପଛରେ ରହିଛି ଅର୍ଥାଭାବରୁ ଚାକିରି କରିବାର ଆଶା, ମଣିପୁର ଭଳି ଆଞ୍ଚଳିକ ସଂଘର୍ଷ, ନିରକ୍ଷରତା, ମାନବ ସୁରକ୍ଷାର ଅଭାବ ପରି ସମ୍ବେଦନଶୀଳ ବିଷୟ। ଏହା ବାସ୍ତବ ଓ ଅତ୍ୟନ୍ତ ଗମ୍ଭୀର ଯେ,ମହିଳାମାନେ ଚାଲାଣ ଯନ୍ତାରେ ପଡ଼ୁଛନ୍ତି। ଦେଖିବାକୁ ଗଲେ ଏନ୍‌ସିଆର୍‌ବି ରିପୋର୍ଟ ସରକାରଙ୍କ ମହିଳା ସଶକ୍ତୀକରଣର ଅନ୍ଧକାର ଦିଗକୁ ପ୍ରକାଶ କରିଛି। ଏହା ପ୍ରଚଳିତ ବ୍ୟବସ୍ଥା ଓ ଯୋଜନାର ଦୋଷତ୍ରୁଟିକୁ ସାମ୍ନାକୁ ଆଣିଛି। ସବୁଠୁ ବଡ଼ କଥା ହେଉଛି, କିଛିଦିନ ତଳେ ଏନ୍‌ସିଆର୍‌ବି ଦର୍ଶାଇଥିଲା ଯେ, ଗୁଜରାଟରେ ୫ ବର୍ଷ ମଧ୍ୟରେ ୪୦ ହଜାର ମହିଳା ନିଖୋଜ ହୋଇଛନ୍ତି; ଯାହା ବିକାଶର ମୋହର ଭାବେ ଦର୍ଶାଯାଉଥିବା ‘ଗୁଜରାଟ ମଡେଲ’ରେ ବି ଦାଗ ଲଗାଇଦେଇଛି।

ସବୁଠାରୁ ଜଘନ୍ୟ ବିଷୟ ହେଉଛି, କୌଣସି ଝିଅ ବା ମହିଳା ନିଖୋଜ ହେବା ଘଟଣା ସେଠାକାର ଥାନାର ଅଜାଣତରେ ହୁଏ ନାହିଁ। ଭାରତବର୍ଷ ସାରା ମହିଳା ଅପହରଣକାରୀମାନେ ସ୍ଥାନୀୟ ପୋଲିସର ସହଯୋଗ ବିନା କାର୍ଯ୍ୟ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri