ମହିଳା ଚୋରିରେ ପୋଲିସ

ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଏହାର ମୋଟ ଜନସଂଖ୍ୟାର ପାଖାପାଖି ଅଧା ହେଉଛନ୍ତି ମହିଳା। ସେଥିପାଇଁ ଭାରତରେ ମହିଳା ସଶକ୍ତୀକରଣ ଉପରେ ଡିଣ୍ଡିମ ପିଟାଯାଉଛି ଓ ବେଟି ବଚାଓ, ବେଟି ପଢ଼ାଓ ଧ୍ୱନି ଦିଆଯାଉଛି। ଅନ୍ୟପକ୍ଷରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଦେଶକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଉଛି। କିନ୍ତୁ ସେମାନଙ୍କୁ ଏଯାବତ ଏସବୁ ଦିଗରେ ସମାନ ସୁବିଧା ଓ ଅଧିକାର ପ୍ରାପ୍ତ ହୋଇପାରିନାହିଁ। ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଆଇନଠାରୁ ଆରମ୍ଭକରି ବିଭିନ୍ନ ଯୋଜନା ଗଢ଼ାଯାଉଛି , ହେଲେ ଏଗୁଡ଼ିକର କାର୍ଯ୍ୟକାରିତା ଉପରେ ଏବେ ପ୍ରଶ୍ନ ଉଠାଇଛି ସେମାନଙ୍କ ନିଖୋଜ ସଂଖ୍ୟା। ଜୁଲାଇ ୨୬ରେ ରାଜ୍ୟ ସଭାରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ଦ୍ୱାରା ସଂଗୃହୀତ ତଥ୍ୟକୁ ଆଧାରକରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଜଣାଇଛନ୍ତି ଯେ, ଦେଶରେ ୨୦୧୯ରୁ ୨୦୨୧ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଝିଅ ଓ ମହିଳା ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ ଅଧିକ ୧୦ ଲକ୍ଷ ୬୧ ହଜାର ୬୪୮ ଥିବାବେଳେ ଏହି ବୟସରୁ କମ୍‌ ୨, ୫୧, ୪୩୦ ଝିଅ ଅଛନ୍ତି। ନିଖୋଜ ସଂଖ୍ୟାରେ ମଧ୍ୟପ୍ରଦେଶ ସବୁଠୁ ଆଗରେ ଥିବାବେଳେ ତା’ପଛକୁ ଅଛି ପଶ୍ଚମବଙ୍ଗ। ଓଡ଼ିଶାରେ ଏହି ୩ ବର୍ଷରେ ୭୦,୨୨୨ ମହିଳା ଓ ୧୬,୬୪୯ ଝିଅ ନିଖୋଜ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସଂଖ୍ୟା ଭୟ ସୃଷ୍ଟି କରୁଥିବାବେଳେ ଏହା ମଧ୍ୟ ସୂଚାଉଛି ଯେ ଏହା ସମ୍ପୂର୍ଣ୍ଣ ତଥ୍ୟ ହୋଇ ନ ଥାଇପାରେ। କାରଣ ଅନେକ ସ୍ଥାନରେ ଅନାଥ ଝିଅଙ୍କୁ ପରିବାରବର୍ଗ ବିକିଦେଇ ପୋଲିସକୁ କୌଣସି ଏତଲା ଦିଅନ୍ତି ନାହିଁ। ଏଥିସହିତ ଓଡ଼ିଶା ସମେତ ଅନ୍ୟ ସବୁ ରାଜ୍ୟରେ ନିଖୋଜ ହୋଇଥିବା ଝିଅ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବ୍ୟକ୍ତିକୁ ଥାନା ଅଧିକାରୀମାନେ ବିଭିନ୍ନ ଆଳରେ ଏତଲା ନେବାକୁ ମନା କରନ୍ତି। ନାବାଳିକା କିମ୍ବା ଯୁବତୀ ହୋଇଥିଲେ ତାହାର ପ୍ରେମିକ ବା ବାନ୍ଧବୀ ସହିତ ପଳାଇଯାଇଥାଇପାରେ ବୋଲି କହି ଅପେକ୍ଷା କରିବାକୁ ପୋଲିସ ତରଫରୁ ବାଧ୍ୟ କରାଯାଇଥାଏ। ସେଥିପାଇଁ ଅନେକ ପରିବାର ବିଧିବଦ୍ଧ ଏତଲା ଦାୟର କରନ୍ତି ନାହିଁ। ସବୁଠାରୁ ଜଘନ୍ୟ ବିଷୟ ହେଉଛି, କୌଣସି ଝିଅ ବା ମହିଳା ନିଖୋଜ ହେବା ଘଟଣା ସେଠାକାର ଥାନାର ଅଜାଣତରେ ହୁଏ ନାହିଁ। ଭାରତବର୍ଷ ସାରା ମହିଳା ଅପହରଣକାରୀମାନେ ସ୍ଥାନୀୟ ପୋଲିସର ସହଯୋଗ ବିନା କାର୍ଯ୍ୟ କରିପାରିବେ ନାହିଁ। ଅର୍ଥାତ୍‌ ଭୁବନେଶ୍ୱରରୁ ଅପହରଣ ହୋଇଥିବା ଝିଅ ଦିଲ୍ଲୀରୁ କିମ୍ବା ମିରଟରୁ ଉଦ୍ଧାର ହୋଇଥିବା ଖବର ମିଳିବା ମାତ୍ରକେ ବୁଝାପଡ଼ିଯାଏ ଯେ, ତାଙ୍କର ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଯେଉଁ ଚୋରା ଚାଲାଣ ବାଟ ରହିଛି ସେଥିରେ ଥିବା ପ୍ରତ୍ୟେକଟି ଥାନା ସଚେତନ ଥାଏ ଏବଂ ଆର୍ଥିକ ଲାଭ ମଧ୍ୟ ପାଇଥାଏ। ପୋଲିସର ଅଜାଣତରେ ଏହି ବିରାଟକାୟ ଅପରାଧ ଘଟାଇବା ଅସମ୍ଭବ ବୋଲି ସ୍ପଷ୍ଟ ଭାବେ କହିହେବ।
ମୋଟ ନିଖୋଜଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାଇଥିବା ଏନ୍‌ସିଆର୍‌ବି ପ୍ରକାଶ କରିଥିଲେ ମଧ୍ୟ ଏତେ ସଂଖ୍ୟାରେ ମହିଳା ଓ ଝିଅ ନିଖୋଜ ହେବା ଦେଶ ପାଇଁ ଚିନ୍ତାଜନକ । ଭାରତରେ ମହିଳାମାନଙ୍କ ସ୍ଥିତିକୁ ଦେଖିଲେ ନିଖୋଜ ଘଟଣା ନୂଆ ନୁହେଁ। ଏହା ବ୍ରିଟିଶ ସମୟରେ ଥିଲା ଏବେ ବି ଅଛି। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ଅଧିକ ସଂଖ୍ୟକ ମହିଳା ନିଖୋଜ ହେବା ଦେଶ ପାଇଁ ଏକ ଲଜ୍ଜା। ଏହା ମଧ୍ୟ ଦେଶରେ ମହିଳାଙ୍କ ଅଧିକାରଠାରୁ ଆରମ୍ଭକରି ଶିକ୍ଷାଗତ, ବୃତ୍ତିଗତ ଓ ଆର୍ଥିକ ସ୍ବାଧୀନତା ପାଇଁ ଲାଗୁ ହୋଇଥିବା ଯୋଜନା ଏବଂ ଆଇନଗୁଡ଼ିକ ଉପରେ ବିତର୍କକୁ ଉଜାଗର କରିବା କଥା। ମନେରଖିବାକୁ ହେବ ଯେ, କୌଣସି ଦେଶର ବିକାଶ ତା’ ମହିଳା ଶକ୍ତି ଉପରେ ଅଧିକ ନିର୍ଭରଶୀଳ। ସେଥିପାଇଁ ମହିଳା ନିଖୋଜ ହେବା ଭାରତ ପ୍ରତି ଏକ ବଡ଼ ଆହ୍ବାନ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ଉଲ୍ଲେଖ କରିବାର ଦୀର୍ଘ ୨୮ ବର୍ଷ ପରେ ୨୦୧୭-୧୮ରେ ଏହା ଏକ ବଡ଼ ସମସ୍ୟା ଓ ଦେଶ ଏହାକୁ ସାମ୍ନା କରୁଛି ବୋଲି ଇକୋନୋମିକ ସର୍ଭେ ସ୍ବୀକାର କରିଛି । ଦେଶରେ ମହିଳା ଓ ଝିଇ ନିଖୋଜ ହେବାର କାରଣ ମାନବ ଚାଲାଣ। ଉକ୍ତ ଚାଲାଣର ସିଂହଭାଗ ହେଉଛନ୍ତି ମହିଳା। ଚାଲାଣ ପଛରେ ରହିଛି ଅର୍ଥାଭାବରୁ ଚାକିରି କରିବାର ଆଶା, ମଣିପୁର ଭଳି ଆଞ୍ଚଳିକ ସଂଘର୍ଷ, ନିରକ୍ଷରତା, ମାନବ ସୁରକ୍ଷାର ଅଭାବ ପରି ସମ୍ବେଦନଶୀଳ ବିଷୟ। ଏହା ବାସ୍ତବ ଓ ଅତ୍ୟନ୍ତ ଗମ୍ଭୀର ଯେ,ମହିଳାମାନେ ଚାଲାଣ ଯନ୍ତାରେ ପଡ଼ୁଛନ୍ତି। ଦେଖିବାକୁ ଗଲେ ଏନ୍‌ସିଆର୍‌ବି ରିପୋର୍ଟ ସରକାରଙ୍କ ମହିଳା ସଶକ୍ତୀକରଣର ଅନ୍ଧକାର ଦିଗକୁ ପ୍ରକାଶ କରିଛି। ଏହା ପ୍ରଚଳିତ ବ୍ୟବସ୍ଥା ଓ ଯୋଜନାର ଦୋଷତ୍ରୁଟିକୁ ସାମ୍ନାକୁ ଆଣିଛି। ସବୁଠୁ ବଡ଼ କଥା ହେଉଛି, କିଛିଦିନ ତଳେ ଏନ୍‌ସିଆର୍‌ବି ଦର୍ଶାଇଥିଲା ଯେ, ଗୁଜରାଟରେ ୫ ବର୍ଷ ମଧ୍ୟରେ ୪୦ ହଜାର ମହିଳା ନିଖୋଜ ହୋଇଛନ୍ତି; ଯାହା ବିକାଶର ମୋହର ଭାବେ ଦର୍ଶାଯାଉଥିବା ‘ଗୁଜରାଟ ମଡେଲ’ରେ ବି ଦାଗ ଲଗାଇଦେଇଛି।

ସବୁଠାରୁ ଜଘନ୍ୟ ବିଷୟ ହେଉଛି, କୌଣସି ଝିଅ ବା ମହିଳା ନିଖୋଜ ହେବା ଘଟଣା ସେଠାକାର ଥାନାର ଅଜାଣତରେ ହୁଏ ନାହିଁ। ଭାରତବର୍ଷ ସାରା ମହିଳା ଅପହରଣକାରୀମାନେ ସ୍ଥାନୀୟ ପୋଲିସର ସହଯୋଗ ବିନା କାର୍ଯ୍ୟ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?