ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ ‘ପୋଲିସ’ ବ୍ୟବସ୍ଥା ଓ ଏହାର ସଂସ୍କାର ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି। ଯେକୌଣସି ଅପରାଧ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉଛି, ସେ ସଂକ୍ରାନ୍ତରେ ଲିଖିତ ଭାବେ ଅବଗତ କରିବାର ବିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ତାହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ୨୦ ମେ’ରେ ଏହି ସ୍ତମ୍ଭରେ ଆମେ ‘ସଙ୍କୁଚିତ ସ୍ବାଧୀନତା’ ଶୀର୍ଷକ ଲେଖାରେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିଛୁ। ତେବେ ପୋଲିସ ଜୁରିସ୍‌ଡିକ୍‌ସନ ବା ପୋଲିସର କ୍ଷେତ୍ରାଧିକାର ବିଷୟକୁ ନେଇ ହେଉଥିବା ବୌଦ୍ଧିକ ଚର୍ଚ୍ଚାକୁ ଦେଖିଲେ ଅନେକ ବିଷୟ ସାମ୍ନାକୁ ଆସୁଛି। ଏଇ ଯେମିତି ଗୋଟେ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟରେ ପ୍ରବେଶ କରି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଉଠାଇ ଆଣୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଏଠାରେ ମନେପଡ଼େ ଏପ୍ରିଲ ୨୦୨୨ରେ ଭାଜପା ଶାସିତ ଆସାମ ପୋଲିସ ଗୁଜରାଟରୁ କଂଗ୍ରେସ ବିଧାୟକ ଜିଗ୍‌ନେଶ ମେଭାନିଙ୍କୁ ଗିରଫ କରିଆଣିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ସମାଲୋଚନା କରିଥିବା ଅଭିଯୋଗ ଅଣାଯାଇ ଆସାମରେ ତାଙ୍କ ନାମରେ ମାମଲା ରୁଜୁ ହେବାରୁ ସେହି ରାଜ୍ୟ ପୋଲିସ ତତ୍‌କ୍ଷଣାତ୍‌ ମେଭାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟ ମଧ୍ୟ ଭାଜପା ଶାସିତ। ତେବେ ପ୍ରଶ୍ନ କରାଯାଇପାରେ ଆସାମ ପୋଲିସ ଗୁଜରାଟର ଜଣେ କଂଗ୍ରେସ ବିଧାୟକଙ୍କୁ କାହିଁକି ଗିରଫ କଲା। ଏକମାତ୍ର କାରଣ ହେଉଛି ଆସାମ ପୋଲିସ ଗିରଫ କରିଥିବା ହେତୁ ସେହି ଗୁଜରାଟର ବ୍ୟକ୍ତିଙ୍କୁ ଆସାମର କଚେରି ଏବଂ ଓକିଲ ଖୋଜି ବାହାର କରିବା ଅତ୍ୟନ୍ତ କଷ୍ଟକର ହେବା ସହିତ ସେଠାରେ ତାଙ୍କୁ କୌଣସି ବିଧିବଦ୍ଧ ସୁବିଧାସୁଯୋଗ ମିଳିପାରିବ ନାହିଁ। ତାହା ସତ୍ୟ ପ୍ରମାଣିତ ହେଲା ଓ ମେଭାନି ଦୀର୍ଘଦିନ ଗିରଫ ହୋଇ ରହିଲେ। ଯେଉଁଦିନ ତାଙ୍କୁ ଜାମିନ ମିଳିଲା, ସେହି ଦିନ ଆସାମ ପୋଲିସ ଅନ୍ୟ ଏକ ମାମଲାରେ ପୁନର୍ବାର ଗିରଫ କରି ତାଙ୍କୁ ଜେଲକୁ ପଠାଇଦେଲା। ମନ୍ଦ ଉଦ୍ଦେଶ୍ୟ ରଖାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଏଥିରୁ ସ୍ପଷ୍ଟ ହେଉଛି। ସେହିପରି ବେଙ୍ଗାଲୁରୁର ଜଳବାୟୁ ପରିବର୍ତ୍ତନ କର୍ମୀ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିବା ବିଷୟ ସେହି ପୋଲିସର କ୍ଷେତ୍ରାଧିକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଚାଲିଛି।
ଅନ୍ୟପକ୍ଷରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୋଲିସ ମହାରାଷ୍ଟ୍ର ଯାଇ ଘଟଣାର ତଦନ୍ତ କରିବାକୁ ଚାହିଁବାରୁ ପୋଲିସ କ୍ଷେତ୍ରାଧିକାର ପ୍ରସଙ୍ଗ ଉଠାଯାଇଥିଲା। ସେତେବେଳେ ମହାରାଷ୍ଟ୍ରରେ ଭାଜପା ବିରୋଧୀ ଉଦ୍ଧବ ଠାକ୍‌ରେ ସରକାର ଥିବା ବେଳେ ବିହାରରେ ଭାଜପା ସମର୍ଥିତ ନୀତୀଶ କୁମାର କ୍ଷମତାସୀନ ଥିଲେ। ଦେଖିବାକୁ ମିଳୁଛି ଅଧିକାଂଶ କ୍ଷେତ୍ରରେ ଗୋଟେ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟକୁ ଯାଇ ଚାହୁଁଥିବା ବ୍ୟକ୍ତିଙ୍କୁ ଅନାୟାସରେ ଗିରଫ କରିପାରୁଛି। ଆଉ ଏକ ବିଶେଷ କଥା ହେଉଛି, ଏଭଳି ଦୃଷ୍ଟାନ୍ତ ଅଧିକ ତୀବ୍ର ହେଉଛି ଯେତେବେଳେ ରାଜ୍ୟରେ କେନ୍ଦ୍ରଠାରୁ ଭିନ୍ନ ଦଳ ଶାସନରେ ରହୁଛନ୍ତି। ଏଭଳି ସ୍ଥଳେ ପ୍ରିନ୍ସପଲ ଅଫ୍‌ ନାଚ୍ୟୁରାଲ ଜଷ୍ଟିସ୍‌ ବା ବାସ୍ତବ ନ୍ୟାୟର ନୀତିକୁ ରକ୍ଷା କରାଯିବା ପରିବର୍ତ୍ତେ ରାଜନୈତିକ ହସ୍ତକ୍ଷେପ ଗୁରୁତ୍ୱ ପାଇଯାଉଛି। ଭାରତୀୟ ସମ୍ବିଧାନରେ ତାଲିକାଭୁକ୍ତ ବିଷୟକୁ ଲକ୍ଷ୍ୟ କଲେ ‘ପୋଲିସ’ ରାଜ୍ୟ ତାଲିକାଭୁକ୍ତ ରହିଆସିଛି। ତେଣୁ ପୋଲିସ ସମ୍ବନ୍ଧୀୟ ମାମଲାର ସମାଧାନ ନିର୍ଦ୍ଦିଷ୍ଟ ରାଜ୍ୟ ସରକାର ପରିସରଭୁକ୍ତ ହେବା କଥା। କିନ୍ତୁ ତାହାର ଅନୁପାଳନ କରାଯାଉନାହିଁ।
ଏଠାରେ ଆମେରିକା ଓ ଅନ୍ୟ କେତେକ ଦେଶର ଉଦାହରଣ ଦେଖାଯାଇପାରେ। ସେହିସବୁ ଦେଶରେ ଗୋଟିଏ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟରେ ପ୍ରବେଶ କରି ଗିରଫ କରିପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି। କିନ୍ତୁ ଭାରତବର୍ଷରେ ଏକ ନୂଆ ବ୍ୟବସ୍ଥା ସ୍ଥାପନ କରାଯାଇଛି। ଯେପରିକି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ବ୍ୟବହାର କରି ଦେଶର ଯେକୌଣସି ରାଜ୍ୟରୁ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିବାର ଉଦାହରଣ ବୃଦ୍ଧି ପାଉଛି। ଏଭଳି କାର୍ଯ୍ୟ ଏକ ମନ୍ଦ ଦୃଷ୍ଟାନ୍ତ ସୃଷ୍ଟି କରୁଛି ଯେ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପୋଲିସ ପଠାଇ ଅନ୍ୟ ରାଜ୍ୟରୁ ଯାହାଙ୍କୁ ଇଚ୍ଛା ତାହାକୁ ଗିରଫ କରି ଆଣିପାରିବେ। ତେବେ ସମ୍ବିଧାନ ପ୍ରଦତ୍ତ ବିଷୟବସ୍ତୁ ତାଲିକାରେ ‘ପୋଲିସ’କୁ ଯେହେତୁ ରାଜ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ସେଥିପାଇଁ ଏଭଳି ଗିରଫଦାରି ନିଶ୍ଚିତ ଭାବେ ଅସାମ୍ବିଧାନିକ। ଏଭଳି ସ୍ଥଳେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ସାମ୍ବିଧାନିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦିଆଯାଉଛି। ସମ୍ଭବତଃ ସମ୍ବିଧାନର ଏହି ନିୟମକୁ ଖୁବ୍‌ଶୀଘ୍ର ଭାଙ୍ଗି ଦିଆଯିବ ଏବଂ ନୂଆ ସମ୍ବିଧାନରେ କେବଳ କେନ୍ଦ୍ର ହାତରେ ଗୋଟେ ପୋଲିସ ବଳ ରହିବ, ଯାହାର କ୍ଷମତା ସମ୍ପୂର୍ଣ୍ଣ ଦେଶରେ କାର୍ଯ୍ୟକାରୀ କରାଯିବ। ହୁଏତ ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗିବାର ଏହା ହେବ ପ୍ରଥମ ପାଦ, ଯାହାକି ଅତ୍ୟନ୍ତ ମାରାତ୍ମକ ହୋଇପାରେ। ତାହା ହେଲେ ଏହି ଦେଶର ସବୁ ରାଜ୍ୟ ଦିଲ୍ଲୀ ରାଜ୍ୟ ଭଳି ପାଲଟିଯିବ, ଯେଉଁଠାରେ ପ୍ରତ୍ୟେକ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ନିୟନ୍ତ୍ରିତ ହେବ। ଯଦି ପୋଲିସକୁ ନେଇ ଏହିଭଳି ପ୍ରକ୍ରିୟା ଜାରି ରହେ, ତେବେ ଭାରତର ସମ୍ବିଧାନ କେବଳ ନାମକୁ ମାତ୍ର ରହିବ।

ଭାରତୀୟ ସମ୍ବିଧାନରେ ତାଲିକାଭୁକ୍ତ ବିଷୟକୁ ଲକ୍ଷ୍ୟ କଲେ ‘ପୋଲିସ’ ରାଜ୍ୟ ତାଲିକାଭୁକ୍ତ ରହିଆସିଛି। ତେଣୁ ପୋଲିସ ସମ୍ବନ୍ଧୀୟ ମାମଲାର ସମାଧାନ ନିର୍ଦ୍ଦିଷ୍ଟ ରାଜ୍ୟ ସରକାର ପରିସରଭୁକ୍ତ ହେବା କଥା। କିନ୍ତୁ ତାହାର ଅନୁପାଳନ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?