ଖୋଲାରେ ବୟାନ ଦେଉଛନ୍ତି, ପୋଲିସ ପାଉନି

ଭୁବନେଶ୍ୱର, ୨୪।୪ (ବ୍ୟୁରୋ): ସାଇକେଲ ଚୋରି ସନ୍ଦେହରେ କମିଶନରେଟ ପୋଲିସ ଲୋକଙ୍କୁ ଥାନାକୁ ଟେକିନେଇ ମାଡ଼ ମାରୁଛି। କଥା ଆଦାୟ ପାଇଁ ଏମିତି ନିର୍ଯାତନା ଦେଉଛି ଯେ, ଶେଷରେ ଅଭିଯୁକ୍ତଙ୍କ ଜୀବନ ବି ଯାଉଛି। ହେଲେ ବଡ଼ବଡ଼ିଆଙ୍କୁ ଧରିବାକୁ ପୋଲିସ ସାହସ ଜୁଟାଇ ପାରୁନି। ଫେରାର ଦର୍ଶାଇ, ତଦନ୍ତ ଚାଲିଥିବା କହି ସମୟ ଗଡ଼ାବାରେ ଲାଗୁଛି। ଏବେ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରି ଦେବା ଘଟଣାରେ ବିଭିନ୍ନ ମହଲରୁ ଏମିତି ପ୍ରତିକ୍ରିୟା ପ୍ରକାଶ ପାଉଛି। କାରଣ ପୋଲିସ କେବଳ ଡ୍ରାଇଭର ଅଶୋକ କୁମାର ସାହୁଙ୍କୁ ଗିରଫ କରିଥିବାବେଳେ ଇଞ୍ଜିନିୟରଙ୍କ ସ୍ତ୍ରୀ ସିଲ୍‌ସିଲା ବେହେରା, ସହଯୋଗୀ ଜିତେନ୍ଦ୍ର କୁମାର ପ୍ରଧାନ ଓ ଅନ୍ୟ କେତେଜଣଙ୍କ ନାମରେ ମାମଲା ରୁଜୁ କରି ଚୁପ୍‌ ବସିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଅଭିଯୁକ୍ତା ସିଲ୍‌ସିଲା ବାରମ୍ବାର ଗଣମାଧ୍ୟମକୁ ଆସି ନିଜକୁ ନିର୍ଦ୍ଦୋଷୀ ବୋଲି କହିବା ସହ ଅଭିଯୋଗକାରୀ ସ୍ବାମୀଙ୍କ ନାଁରେ ମଧ୍ୟ ପାଲଟା ଅଭିଯୋଗ କରୁଛନ୍ତି। ଶୁକ୍ରବାର ଭଳି ଶନିବାର ମଧ୍ୟ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ସମାନ ସଫେଇ ଦେଇଛନ୍ତି। ଗିରଫ ଡ୍ରାଇଭର ଅଶୋକ ତାଙ୍କ ପ୍ରେମିକ ବୋଲି ପୋଲିସର ବୟାନ ଆଧାରରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ତେବେ ଏ ସମ୍ପର୍କରେ ସିଲ୍‌ସିଲା କହିଛନ୍ତି, ଅଶୋକଙ୍କ ସହ ମୋର କୌଣସି ଖରାପ ସମ୍ପର୍କ ନାହିଁ। ସମ୍ପର୍କ ଭାଇ-ଭଉଣୀ ପରି। ମୁଁ ତାଙ୍କୁ ରାଖୀ ପିନ୍ଧାଇଛି। ସେ କିଏ ମୁଁ ନିଜେ ମଧ୍ୟ ଜାଣି ନ ଥିଲି। ମୋ ସ୍ବାମୀଙ୍କ ପୁରୀ ଟ୍ରାନ୍ସଫର ପରେ ସେ ସ୍ତ୍ରୀ ପିଲାଙ୍କ ଯତ୍ନ ନେବା ଲାଗି ଅଶୋକଙ୍କୁ ଆଣିଥିଲେ। ମୋ ସ୍ବାମୀ ମନଗଢ଼ା କଥା କହୁଛନ୍ତି। ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହି ଆସୁଛନ୍ତି। ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ନେଇ ପ୍ରମାଣ ମଧ୍ୟ ପୋଲିସକୁ ଦେଇଛି। ନିଜକୁ ଉଚ୍ଚ ଶିକ୍ଷିତା, ସମାଜସେବୀର ପରିଚୟ ଦେବା ସହ ଜଣେ ହିନ୍ଦୁ ମହିଳା କ’ଣ କେବେ ତାଙ୍କ ସ୍ବାମୀଙ୍କୁ ମାରିପାରେ ବୋଲି ସେ କହିଛନ୍ତି। ଏପଟେ କେତେକ ସୋସିଆଲ ମିଡିଆରେ ମଧ୍ୟ ସିଲ୍‌ସିଲାଙ୍କ କାର୍‌ନାମାକୁ ନେଇ ଖବର ଭାଇରାଲ ହେଉଥିବାରୁ ମାମଲାର ଗୁରୁତ୍ୱ ବଢ଼ି ଯାଇଛି।

ସାମାଜିକ କର୍ମୀର ପରିଚୟ ଦେଉଥିବା ସିଲ୍‌ସିଲା ଅନୁଗୋଳର ଏକ ପାରିବାରିକ କଳିର ସମାଧାନ ଲାଗି ନିଜକୁ ଏନଏଚ୍‌ଆର୍‌ସି ଅଧ୍ୟକ୍ଷା କହିବା ସହ ସଂପୃକ୍ତ ପରିବାରଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ନ ଦେଲେ ମିଛ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଏନେଇ ସଂପୃକ୍ତ ପରିବାର ଗତ ୨୦୨୦ରେ ତାଳଚେର ଥାନା ଓ ଅନୁଗୋଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୋଲିସଠାରୁ କୌଣସି ନ୍ୟାୟ ନ ପାଇ ଉକ୍ତ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ପୋଲିସ ତଦନ୍ତ କରି ସିଲ୍‌ସିଲାଙ୍କ ସମେତ ୫ ଜଣଙ୍କ ନାଁରେ ଚାର୍ଜଶିଟ ବି ଦେଇଛି। ସେହିପରି ଏନ୍‌ଏଚ୍‌ଆର୍‌ସି ଗାଡିକୁ ନମ୍ବର ପ୍ଲେଟ ବଦଳାଇ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ଉଠୁଛି। ଏତେସବୁ ଘଟଣାରେ ସମ୍ପୃକ୍ତ ଥିବା ସିଲ୍‌ସିଲା ଏବେ ନିଜ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ପୋଲିସ କାହିଁକି ସମୟ ଗଡ଼ାଉଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଘଟଣା ଦିନ ଡିସିପି ଉମାଶଙ୍କର ଦାସ କହିଥିଲେ। ଅଭିଯୁକ୍ତମାନେ ଫେରାର ଥିବା ନେଇ ଥାନା ପୋଲିସ କହିଥିଲା। ଇତିମଧ୍ୟରେ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଆଉକାହାକୁ ଗିରଫ କରିବାରେ ସଫଳ ହୋଇନାହିଁ। ଗଣମାଧ୍ୟମରେ ଅଭିଯୁକ୍ତା ସିଲ୍‌ସିଲା ବୟାନ ଦେଉଥିବାବେଳେ ପୋଲିସ କାହିଁକି ଫେରାର ଥିବା କହୁଛି? ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ଆଇଆଇସି ସୁଧୀର କୁମାର ସାହୁଙ୍କୁ ପଚାରିବାରୁ, ତଦନ୍ତ ଚାଲିଥିବାରୁ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri