ପୋଲିସ ନିର୍ଯାତନା: ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତ୍ୟୁ

କଟକ,୨୩ା୭(କାର୍ତ୍ତିକ ସାହୁ)କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରୁ ଶୁକ୍ରବାର ଫେରାର ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ସକାଳେ ମହାନଦୀରୁ ଉଦ୍ଧାର କରାଯାଇଛି। ଯୋବ୍ରା ଆନିକଟ ନିକଟରେ ଏକ ମୃତଦେହ ଭାସୁଥିବା ସୂଚନା ପାଇବାପରେ ଜଗତପୁର ଥାନା ପୋଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିଲେ। ଉକ୍ତ ମୃତଦେହ ଶଙ୍କର୍ଷଣ ବେହେରା ଓରଫ ବବ୍‌ଲୁଙ୍କ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏସ୍‌ସିବି ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାରେ ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବାରୁ ଶଙ୍କର୍ଷଣ ଜୀବନ ବିକଳରେ ପୋଲିସ ହେପାଜତରୁ ଖସିଆସି ମହାନଦୀକୁ ଡେଇଁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୋଲିସ ହେପାଜତରେ ଥିବାବେଳେ ଯେହେତୁ ଯୁବକଙ୍କ ମୃତ୍ୟୁ ହୋଇଛି, ତେଣୁ ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ ଅନୁସାରେ ତଦନ୍ତ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।
ଡିସିପି କାର୍ଯ୍ୟାଳୟରେ ଶନିବାର ମିଶ୍ର ଏକ ଖବରଦାତା ସମ୍ମିଳନୀ ଜରିଆରେ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଏକ ମୋବାଇଲ ଚୋରି ମାମଲାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ଶଙ୍କର୍ଷଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତେବେ ଥାନାର ଜଣେ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଶଙ୍କର୍ଷଣ ଦୌଡ଼ି ପଳାଇଯାଇଥିଲେ। ପୋଲିସ କର୍ମଚାରୀମାନେ ତାଙ୍କ ପିଛା କରିଥିଲେ। ହେଲେ ଥାନା ସମ୍ମୁଖ ମହାନଦୀରେ ସେ ପାଣିକୁ ଡେଇଁ ପଡ଼ିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କ ଫେରିଆସିବାକୁ ବୁଝାଇଥିବା ସତ୍ତ୍ୱେ ସେ ଶୁଣି ନ ଥିଲେ। ନିକଟରେ ଏକ ଟାପୁ ରହିଥିବାରୁ ସେ ମହାନଦୀର ପାଣିରେ ପଶି ଉକ୍ତ ଟାପୁ ନିକଟକୁ ଯିବାକୁ ଉଦ୍ୟତ ହୋଇଥିଲେ। ହେଲେ କିଛି ସମୟ ପରେ ସେ ଆଉ ଦୃଶ୍ୟମାନ ହୋଇ ନ ଥିଲେ। ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ମହାନଦୀ ପାଣିରେ ଖୋଜାଖୋଜି କରିଥିଲେ ବି କିଛି ସନ୍ଧାନ ମିଳି ନ ଥିଲା। ମୃତକଙ୍କ ପରିବାର କରିଥିବା ପୋଲିସ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତରେ ଡିସିପି କହିଛନ୍ତି ଯେ, ଦିନ ତମାମ ତାଙ୍କ ପରିବାର ଲୋକଙ୍କ ସହ ଅଛୁ। ସେମାନେ ଲିଖିତ ଭାବେ କିଛି ଅଭିଯୋଗ କରିନାହାନ୍ତି। ତାଙ୍କୁ କହିଛୁ ଅଭିଯୋଗ କଲେ ନିଶ୍ଚିତ ଭାବେ ତଦନ୍ତ କରାଯିବ। ଥାନାରେ ସିସିଟିଭି ଫୁଟେଜ୍‌ ରହିଛି। ସିସିଟିଭି ରେକର୍ଡିଂରୁ ସବୁକିଛି ଜଣାପଡ଼ିଯିବ। ଅଭିଯୋଗ କରାଗଲେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ତେବେ ଏବେ ଏଡିସିପି ଅନିଲ ମିଶ୍ରଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯୁବକଙ୍କୁ କେଉଁ ପରିସ୍ଥିତିରେ ଥାନାକୁ ଅଣାଯାଇଥିଲା। ପୋଲିସ ହେପାଜତରୁ ଦୌଡ଼ି ପଳାଇଥିବାରୁ କେଉଁ ପରିସ୍ଥିତିରେ ସେ ଏଭଳି ଘଟଣା ଘଟାଇଲେ, ତା’ର ତଦନ୍ତ କରିବେ। କାହାର ଅବହେଳା ପାଇଁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଭୁବନେଶ୍ବରରେ ଫାଷ୍ଟଫୁଡ ବ୍ୟବସାୟ କରୁଥିବା ଶଙ୍କର୍ଷଣଙ୍କୁ ବିଡ଼ାନାସୀ ଥାନା ପୋଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ବିଡ଼ାନାସୀ ଟ୍ରାଞ୍ଜିଟ ହାଉସ ଅଞ୍ଚଳ ଘରୁ ଉଠାଇ ଆଣିଥିଲା। ତାଙ୍କ ନିକଟରୁ ପୋଲିସ ଏଲ୍‌ଇଡି ଟିଭି ଓ ଗ୍ୟାସ ସିଲିଣ୍ଡର ଜବତ କରିଥିଲା। ତା’ପରେ ବିଡ଼ାନାସୀ ଥାନା ପୋଲିସ ଶଙ୍କର୍ଷଣଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଜିମା ଦେଇଥିଲା। ସେଠାରେ ବବ୍‌ଲୁ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଫେରାର ହେବା ପରେ ମହାନଦୀକୁ ଡେଇଁଥିଲେ। ଭାଇଙ୍କ ନାମରେ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ତାଙ୍କୁ ଉଠାଇ ଆଣି ପୋଲିସ ୩ ରାତି ନିର୍ଘାତ ମାଡ଼ ମାରିଥିବା ଭଉଣୀ ଅଭିଯୋଗ କରିଛନ୍ତି।
ଡିସିପିଙ୍କୁ ଭେଟିଲା ନଗର ଭାଜପା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରେ ଥିବା ଯୁବକ ଭିଆଇପି ରୋଡରୁ ଫେରାର ହୋଇ ମହାନଦୀ ଭିତରେ ଡେଇଁ ମୃତ୍ୟୁବରଣ କରିବା ଘଟଣାକୁ ପୋଲିସର ଚରମ ଅବହେଳା ବୋଲି ନଗର ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଭାଜପାର ଏକ ଟିମ୍‌ କଟକ ଡିସିପିଙ୍କୁ ଭେଟି ମୃତକଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ମୃତ ଶଙ୍କର୍ଷଣଙ୍କ ପରିବାର ଲୋକଙ୍କ ସହିତ ଏସ୍‌ସିବି ମେଡିକାଲରେ ନଗର ଭାଜପାର ଏକ ଟିମ୍‌ ରହିଥିଲା। ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, କଳ୍ପନା ବେହେରା, ମଣ୍ଡଳ ସଭାପତି ରତନ ମହାନ୍ତି, ଦେବାନନ୍ଦ ସିଂ, ମିଡିଆ ସଂଯୋଜକ ସୁବାସ ମହାନ୍ତି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?