ବୃଦ୍ଧଙ୍କ ହାତଗୋଡ଼ ଭାଙ୍ଗିଲା ପୋଲିସ: ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି

ପୁରୀ ଅଫିସ,୨୫ା୯: କଣାସ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ବାଡ଼େଇ ହାତ ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ୮୩ ବର୍ଷୀୟ ବୃଦ୍ଧ ଗୋକୁଳ ମହାପାତ୍ର ଗୁରୁବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା ତାଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ କଣାସ ଥାନା ପୋଲିସ ଖଣ୍ଡନ କରିଛି।
କଣାସ ଥାନା ଅନ୍ତର୍ଗତ ବାଦଲପୁରର ଗୋକୁଳ ଏସ୍‌ପିଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ଏକ ମିଥ୍ୟା ଅଭିଯୋଗକୁ ନେଇ ଗତ ଅଗଷ୍ଟ ୧୪ ତାରିଖ ସନ୍ଧ୍ୟାରେ କଣାସ ଥାନାର ୬ଜଣ କର୍ମଚାରୀ ସାଦା ପୋଷାକରେ ତାଙ୍କ ଘରେ ପହଞ୍ଚତ୍ଥିଲେ। ତାଙ୍କ ପୁଅକୁ ଧରିନେବାକୁ ଚେଷ୍ଟା କରିଥିଲେ। ସାଦା ପୋଷାକରେ ଥିବାରୁ ସେମାନେ ପୋଲିସ କି ନାହିିଁ ଜାଣିବୁ କିପରି ବୋଲି ପୁଅ ପଚାରିବାରୁ ମାଡ଼ ମାରିଥିଲେ। ପରିବାର ସଦସ୍ୟ ବିରୋଧ କରିବାରୁ ସେମାନେ ବାହାରକୁ ପଳାଇଲେ। ମାତ୍ର ପରେ ଭ୍ୟାନ ସହ ଅଧିକ ପୋଲିସ ପହଞ୍ଚତ୍ଲେ। ଏହି ସମୟରେ ପୁଅ ବାହାରକୁ ଚାଲିଯାଇଥିବାରୁ ଘରଲୋକେ କବାଟ ବନ୍ଦ କରିଦେଇଥିଲେ। ତେବେ ପୋଲିସ କର୍ମଚାରୀମାନେ ଦୁଆର ଭାଙ୍ଗି ଘରେ ପଶି ଗୋକୁଳଙ୍କୁ ପିଟିଥିଲେ। ଏହାଦେଖି ତାଙ୍କ ସ୍ତ୍ରୀ, ଝିଅ, ଝିଆରୀ ଏବଂ ଅନ୍ୟମାନେ ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କ ଚୁଟି ଧରି ଘୋଷାରି ପିଟିଥିଲେ। ତାଙ୍କ ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଜଣେ ସାଦା ପୋଷାକଧାରୀ ପୋଲିସ ତାଙ୍କ ମୁହଁରେ ଗାମୁଛା ଗୁଡ଼ାଇ ଧରିଥିବାବେଳେ ଅନ୍ୟ ପୋଲିସ କର୍ମଚାରୀ ଲୁହାରଡ୍‌ରେ ତାଙ୍କ ଦୁଇ ଗୋଡ଼, ଦୁଇ ହାତକୁ ବାଡ଼େଇଥିଲେ। ଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ ବୋଲି ଗୋକୁଳ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତିି କରିଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗୋକୁଳଙ୍କୁ ତାଙ୍କ ପୁଅ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୁଇହାତ ଅପରେଶନ ହୋଇଥିବାବେଳେ ବାମ ଗୋଡ଼ ପ୍ଲାଷ୍ଟର ଏବଂ ଡାହାଣ ଗୋଡ଼ ବ୍ୟାଣ୍ଡେଜ ହୋଇଛି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରକୁ ଫେରିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇବା ଲାଗି ଗୋକୁଳ ଅନ୍ୟମାନଙ୍କ ସହାୟତାରେ ଗୁରୁବାର ଏସ୍‌ପିଙ୍କୁ ଗୁହାରି ଜଣାଇବାକୁ ଆସିଥିଲେ। ଅତିରିକ୍ତ ଏସ୍‌ପି ତାଙ୍କ ଅଭିଯୋଗ ଶୁଣିଥିଲେ। ଭାଜପା ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଓମ୍‌ପ୍ରକାଶ ମିଶ୍ର, ଜୟନ୍ତ କୁମାର ଦାଶ ପ୍ରମୁଖ ଗୋକୁଳଙ୍କୁ ନ୍ୟାୟ ଦେବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଜେନା କହିଛନ୍ତି, କଣାସ ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିବାକୁ ଆସିଥିଲେ। ତାଙ୍କ ଅଭିଯୋଗକୁ ଗ୍ରହଣ କରିଛୁ। ଜଣେ ଡିଏସ୍‌ପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri