ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ ମୁହଁାମୁହିଁ ହେବା ପରେ ଲୁଟ୍‌ ସାମଗ୍ରୀ ଛାଡି ପଳାଇଛନ୍ତି। ଏପରି କି ଲୁଟେରାଙ୍କ ନମ୍ବର ବିହୀନ ଏକ କଳା ଆପାଚି ବାଇକ୍‌ ଧରାପଡିଛି।
ଟିଟିଲାଗଡ଼ ଥାନା ଅଧୀନ ଅମୁର୍ଲା ଗ୍ରାମର ଟଙ୍କଧର ବାଗ ଆସନ୍ତା ୫ ତାରିଖରେ ହେବାକୁ ଥିବା ଝିଅ ବାହାଘର ପାଇଁ ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଟଙ୍କଧର ଝିଅ ଏବଂ ଶାଳକଙ୍କ ସହ ୫୦ ହଜାର ଟଙ୍କାର ଏକ ସୁନାହାର କିଣିଥିଲେ। ସୁନାହାର ଓ ନଗଦ ୪୯ ହଜାର ଟଙ୍କା ବାଇକ ଡିକିରେ ରଖି ଶାଢି କିଣିବାକୁ ଧର୍ମଶାଳା ରୋଡକୁ ଆସିଥିଲେ। ଗାଡି ପାଖରେ ଶାଳକଙ୍କୁ ଛାଡି ଝିଅ ସହ ସେ ଧର୍ମଶାଳା ନିକଟରେ ଥିବା ଏକ ଶାଢି ଦୋକାନକୁ ଯାଇଥିଲେ। ଏହି ସମୟରେ ବ୍ୟାଙ୍କ ନିକଟରୁ ଅନୁସରଣ କରୁଥିବା ଲୁଟେରା ଗ୍ୟାଙ୍ଗର ଜଣେ ଯୁବକ କୌଶଳ କ୍ରମେ ଡିକି ଖୋଲି ବ୍ୟାଗରେ ଥିବା ସୁନା ଓ ଟଙ୍କା ନେଇ ଯାଇଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ଡିଏସ୍‌ପି ସୁରେନ୍ଦ୍ର ଶତପଥୀ ଏହା ଦେଖିବାକୁ ପାଇଥିଲେ। ଡ୍ରାଇଭର ଦିଲୀପ ମହାରଣା ତୁରନ୍ତ ଗାଡିରୁ ଓହ୍ଲାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ଲୁଟେରା ଜଣକ ତାଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ। ଘଟଣାସ୍ଥଳର କିଛି ଦୂରରେ ଏକ ଆପାଚି ବାଇକ ସହ ଠିଆ ହୋଇଥିବା ଗ୍ୟାଙ୍ଗର ଅନ୍ୟ ଜଣେ ଲୁଟେରା ବ୍ୟାଗକୁ ଧରି ପଳାଉଥିବା ବେଳେ ଅନ୍ୟ ଏକ ରାସ୍ତାରୁ ଡିଏସ୍‌ପି ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେ କୌଣସି ମତେ ଲୁଟେରା ଧରିଥିବା ବ୍ୟାଗକୁ ଛଡାଇ ଆଣିଥିଲେ। ଏହି ସମୟରେ ନମ୍ବର ବିହୀନ କଳା ଆପାଚି ବାଇକ ଛାଡ଼ି ଉଭୟ ଲୁଟେରା ଆଖି ପିଛୁଲାକେ ସେଠାରୁ ଦୌଡ଼ିି ପଳାଇଥିଲେ। ଡିଏସ୍‌ପି ଶତପଥୀ ଟଙ୍କଧରଙ୍କୁ ଥାନାକୁ ଡାକି ତାଙ୍କ ଲୁଟ୍‌ ସାମଗ୍ରୀ ଫେରାଇବା ବେଳେ ଉଭୟ ବାପା, ଝିଅ କାନ୍ଦି ପକାଇଥିଲେ। ଡିଏସ୍‌ପି ଏବଂ ତାଙ୍କ ଡ୍ରାଇଭରଙ୍କ ଉପସ୍ଥିତି ନେଇ ଜଣେ ଗରିବ ଚାଷୀ ପରିବାରର ଝିଅ ବାହାଘର ଖୁସି ମଉଳିବାରୁ ରକ୍ଷା ପାଇଯାଇଥିବା ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଟିଟିଲାଗଡ ଥାନାରେ ଏକ ମାମଲା(ନଂ. ୧୬୭/୨୧) ରୁଜୁ କରି ପୋଲିସ ତନାଘନା ଚଳାଇଛି। ପ୍ରକାଶ ଯେ, ଚଳିତ ମାସ ୭ ତାରିଖରେ ଲୁଟେରା ଏଭଳି ଷ୍ଟେଟ ବ୍ୟାଙ୍କରୁ ପିଛା କରି ଜଣଙ୍କ ୧ ଲକ୍ଷ ୪୯ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri