ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ

ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍‌ଡାଉନ ସମୟରେ ବଢ଼ୁଛି କ୍ରାଇମ୍‌। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍‌ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡିଆପଶିରେ। ପଡିଆପଶି ଛକରେ ଥିବା ଏକ ଭେରାଇଟି ଷ୍ଟୋରରୁ ଶୁକ୍ରବାର ବିଲମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଭେରାଇଟି ଷ୍ଟୋରର ଆଜ୍‌ବେଷ୍ଟସ ଭାଙ୍ଗି ଘର ଭିତରେ ପଶି ଭିତର ପଟୁ କବାଟ ବନ୍ଦ କରି ୩ଜଣ ଚୋରି କରୁଥିଲେ। ସେହି ସମୟରେ ଗ୍ରାମବାସୀ ଓ ପୋଲିସ ତାଙ୍କୁ କାବୁ କରିନେଇଥିଲେ। ହେଲେ ଘଟଣାସ୍ଥଳରୁ ଜଣେ ଚୋର ଫେରାର ହୋଇଯାଇଥିବା ବେଳେ ଆଉ ୨ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଏସ୍‌ଆଇ ସୁଶାନ୍ତ ମଣୀ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନାର ଏଏସ୍‌ଆଇ ବିଜୟ ଖଟୁଆ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗିରଫ ହୋଇଥିବା ଚୋର ୨ଜଣ ହେଉଛନ୍ତି ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ (୨୧) ଓ ସରୋଜ କୁମାର ରାଉତ(୨୭)। ଉଭୟ ଯୋଡାରେ ଏକ କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଆ ହାଟ ହେବ ହୋଲ୍‌ସେଲ ମାର୍କେଟ

ଗଞ୍ଜାମ,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲ୍‌ସେଲ୍‌ ମାର୍କେଟ। ଯାହାକୁ ନେଇ ଛତ୍ରପୁର ବିଧାୟକ ସୁବାସ...

ଘୋଷଣା କରି ପ୍ରତାରଣା

ଯାଜପୁର ଅଫିସ,୧୧ା୧୧:ଗତ ୩ ବର୍ଷ ମଧ୍ୟରେ ମହାମାରୀ କରୋନା ସମେତ ସାମୁଦ୍ରିକ ଝଡ଼ ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ, ଜୱାଦ ଯାଜପୁର ସମେତ ଉପକୂଳ ଜିଲାଗୁଡ଼ିକର...

ଫେବୃୟାରୀ ୧୯ରୁ ଓସିଏସ୍‌ ମେନ୍‌

କଟକ ଅଫିସ, ୧୭ା୧:ଓଡ଼ିିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମୁଖ୍ୟ (ମେନ୍‌) ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା...

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର...

୮ ଫୁଟ କମ୍ବ ର ଅଜଗର ଉଦ୍ଧାର: ଗ୍ରାମବାସୀ ଭୟଭୀତ

ପାଟଣା,୧୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ ଫୁଲପାହାଡ଼ି ଗ୍ରାମପଡ଼ିଆରୁ ବୁଧବାର ସକାଳୁ ୮ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର...

ନନ୍ଦନକାନନରେ ହାତୀ ବାସନ୍ତୀ ଅସୁସ୍ଥ

ବାରଙ୍ଗ,୧୨ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀ ସଫାରିରେ ରହୁଥିବା ମାଈ ହାତୀ ବାସନ୍ତୀ ବୁଧବାର ଅସୁସ୍ଥ ହୋଇପଡ଼ିଛି। ସେ କିିଛିଦିନ ହେବ ଠିକ ଭାବେ ଖିଆପିଆ...

ବିପଦସଙ୍କୁଳ ଛାତ୍ରୀନିବାସରେ ଶହେ ଅନ୍ତେବାସୀ

ଯାଜପୁର ଅଫିସ,୨୨ା୧: ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ...

Advertisement
Archives

Model This Week