ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର

କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ କରିଛି।
ସୂଚନାଯୋଗ୍ୟ, କଣ୍ଟାଝାର ଗ୍ରାମର ଲାଲମୋନ ନାଏକଙ୍କ ବଡ଼ ପୁଅ ସଞ୍ଜୁ ନାଏକ(୩୧) ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ନିଜ ଅଞ୍ଚଳରୁ ଝିଅଙ୍କୁ କାମ ଦେବା ନେଇ ସେ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। କରୋନା ଯୋଗୁ ସେ କିଛି ମାସ ହେଲାଣି ଘରକୁ ଆସିଥିଲେ। ସୂଚନାପାଇ ସିମ୍‌ଡେଗା ପୋଲିସ ବୁଧବାର ଭୋର ସକାଳ ୪ ଟାରେ ତାଙ୍କ ଘରେ ଚଢାଉ କରି ଉକ୍ତ ଯୁବକକୁ ଗିରଫ କରିଛି। ତେବେ ଉକ୍ତ ଯୁବକଙ୍କୁ ଗିରଫ କରି ନେଉଥିବା ସମୟରେ ତାଙ୍କ ଘର ଲୋକ ଓ ପୋଲିସ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏବଂ ଗାଁ ଲୋକ ମାନେ ପୋଲିସ ଉପରକୁ ପଥର ଫେପାଡ଼ି ଥିଲେ। ତାଙ୍କ ମା’ ଜୋର ଜବରଦସ୍ତ କରି ପୋଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ପରିବର୍ତ୍ତେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ସଦରରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ତୋରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ୍‌...

ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌...

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ...

ଏସେଲ ଖଣି ସମ୍ମୁଖରେ ଶ୍ରମିକ ସଙ୍ଗଠନର ବିକ୍ଷୋଭ: ବିଭିନ୍ନ ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଯୋଡ଼ା, ୧।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଅବସ୍ଥିତ ଏସେଲ ଜିଲିଂ ଖଣିରେ ବିଭିନ୍ନ ଦାବି ନେଇ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ଓ୍ବାର୍କର୍ସ ୟୁନିୟନ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ...

୧୮୮ ସେବକଙ୍କ ସ୍ବାବ୍‌ ସଂଗ୍ରହ ଶେଷ

ପୁରୀ ଅଫିସ,୧୫ା୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସରକାରଙ୍କ...

ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଙ୍ଗୀର ଅଫିସ/ଟିକ୍ରାପଡା, ୩୦ା୩ (ଡି.ଏନ୍‌.ଏ.): କରୋନା ସଂକ୍ରମଣ ମୁକାବିଲା ପାଇଁ ଲକ୍‌ ଡାଉନ୍‌ ସମୟରେ ଅନେକ ସ୍ଥାନରେ ନାନା ସମସ୍ୟା ଦେଖାଦେଇଛି । ଟିକ୍ରାପଡା ଫାଣ୍ଡି...

ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ...

Advertisement
Archives

Model This Week