କଫ ସିରଫ ଚୋରାଚାଲାଣ ହେଉଥିବାବେଳେ ମାଡିବସିଲା ପୋଲିସ, ୪ ଅଭିଯୁକ୍ତଙ୍କୁ ଧରି…

ସୋହେଲା, ୧୫।୯ (ଅଶ୍ୱିନୀ କୁମାର ପାତ୍ର/ପ୍ରେମାନନ୍ଦ ଖମାରୀ ): ବରଗଡ଼ ଜିଲା ସୋହେଲା ପୋଲିସ ବେଆଇନଭାବରେ କଫ ସିରଫ ଚୋରା ଚାଲାଣ ହେଉଥିବାବେଳେ ୧୩୨୫ବୋତଲ କଫ ସିରଫ ଜବତ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ସୋହେଲା ଥାନାରେ ପଦ୍ମପୁର ଏସଡିପିଓ ପାଣ୍ଡବ ସବର ଏନେଇ ସୂଚନା ଦେଇ କହିଥିଲେ ଯେ, ଆଜି ମଧ୍ୟାହ୍ନବେଳେ ସୋହେଲା ପୋଲିସ ଚିଚିଣ୍ଡା ଛକରେ ବିଭିନ୍ନ ଯାନବାହନ ଚେକିଂ ଓ ପାଟୋଲିଂ କରୁଥିବାବେଳେ ଓଡି ୧୭ ଭି/୬୧୧୧ ନମ୍ବର ଥିବା ଏକ ମାରୁତି ଏର୍ଟିଗା ଗାଡିରୁ ୧୩୨୫ ବୋତଲ କଫ ସିରଫ ଜବତ କରଥିଲା । ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷରୁ ଅଧିକ ଟଙ୍କା ହେବ । ଏଥିରେ ସଂପୃକ୍ତ ପଦ୍ମପୁର ଥାନା କପଶିଳା ଗାଁର ଲକ୍ଷ୍ମଣ କୁମ୍ଭାର ଓରଫ ବାବା(୩୭), ଜମଲା ଗ୍ରାମର ଗଣେଶ ମେହେର(୩୪), ବୁଡେନ ଥାନାର ଟେଣ୍ଡାପଦର ଗ୍ରାମର ଗୌରୀ ନାରାୟଣ ତ୍ରିପାଠୀ(୩୮) ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ଦୟାନିଧୂ ପରୁଆ(୩୨)କୁ ପୋଲିସ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ କେସ୍‌ ନମ୍ବର ୨୭୬/୨୫ରେ ବିଏନଏସର ଧାରା
୧୧୧ (୨)(ବି) ଏବଂ ଏନଡିପିଏସର ଧାରା ୨୧(ବି)/୨୫ରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଉକ୍ତ ଗାଡି ସହିତ ୨ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ସୂଚନା ଯୋଗ୍ୟ ଯେ, ରୁଜଣ କୁମ୍ଭାର ଓରଫ ବାବା ନାମରେ ବୁଡେନ ଥାନାରେ ଗୋଟିଏ ମାମଲା ଓ ପଦ୍ମପୁର ଥାନାରେ ୨ଟି ମାମଲା ଏବଂ ଗୌରୀ ନାରାୟଣ ତ୍ରିପାଠୀଙ୍କ ନାଁରେ ବୁଡେନ ଥାନାରେ ଗୋଟିଏ ମାମଲା ପୂର୍ବରୁ ଭିନ୍ନ ମାମଲାକୁ ନେଇ ମାମଲା ରୁଜୁ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସୋହେଲା ଥାନା ଆଇଆଇସି ହରିଶଙ୍କର ଭୋଇ, ଅଭିଯୋଗକାରୀ ସବ ଇନ୍ସପେକ୍ଟର ରବିନାରାୟଣ ପଧାନ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?