ଦୁର୍ନୀତି ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କୁ ମାଡ଼: ୨ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର,୨୬ା୫(ସୁନୀଲ ମହାନ୍ତି): ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଅମାନୁଷିକ ଭାବେ ଗୋଡ଼ହାତ ବାନ୍ଧି ମାଡ଼ ମାରିବା ଘଟଣାରେ ଦୁଇ ଅଭିଯୁକ୍ତ ଅବିନାଶ ଦଳେଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ଏବେ ବି ଫେରାର ଥିବା ଜଣାପଡ଼ିଛି। ଚାରିଦିନ ତଳେ ପୁଇଁତଳା ଥାନା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସାମ୍ବାଦିକ ବିଜୟ ଥାନାରେରେ ଅଭିଯୋଗ କରିଥିଲେ ତାଙ୍କୁ ଗୁଣ୍ଡା ଲଗେଇ ଆକ୍ରମଣ କରିଥିବା ଗଜିନ୍ଦ୍ର ଦଳେଇ ଓ ଗଜିନ୍ଦ୍ରଙ୍କ ପୁତୁରା ଅବିନାଶ ସହିତ ଚାରିଜଣ ଗୁଣ୍ଡା ବିଜୟଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଫେରାର ଥିବା ଠିକାଦାର ଗଜିନ୍ଦ୍ରକୁ ଶୀଘ୍ର ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନା ଥାଉକି, ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡ୍‌ଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗୀରର ସାମ୍ବାଦିକମାନେ ଶନିବାର ଏସଂକ୍ରାନ୍ତରେ ଏସ୍‌ପି ଅଫିସକୁ ଯାଇ ଦାବିପତ୍ର ଦେବା ସହ ସମ୍ପୃକ୍ତ ଠିକାଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ରବିବାର ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି ଜଣକ ଗାଁକୁ ଯାଇ ରାସ୍ତାର ଭିଡିଓ ଉତ୍ତୋଳନ କରି ଲୋକଙ୍କ
ପ୍ରତିକ୍ରିୟା ନେଉଥିବା ବେଳେ ସେହି ପ୍ରକଳ୍ପରେ କାମ କରୁଥିବା କିଛି ଲୋକ ଆସି ତାଙ୍କୁ ବାରଣ କରିଥିଲେ। ଏହା ପରେ ଠିକାଦାର ପଠାଇ ଥିବା ଗୁଣ୍ଡାମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ହାତବାନ୍ଧି ଘୋଷାଡ଼ି ଘୋଷାଡ଼ି ଗାଁ ମଝିକୁ ନେଇଥିଲେ। ସେଠାରେ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ। ଗାଆଁରେ କଙ୍ଗାରୁ କୋର୍ଟ କରି ସେମାନେ ତାଙ୍କୁ ଶାରୀରିକ ଓ
ମାନସିକ ନିର୍ଯାତନା ଦେଇଥିବା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେଇ ଗୁଣ୍ଡାମାନେ ସ୍ଥାନୀୟ ମନ୍ଦିରକୁ ନେଇ ଆଗକୁ ଆଉ ଖବର ନ କରିବାକୁ ସାମ୍ବାଦିକଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଥିବା ଉଲ୍ଲେଖ କରାଯାଇଛି। ସେହି ଗୁଣ୍ଡାମାନେ ଖବରଦାତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବା ଧମକ ଦେଇଥିବା ପୁଇଁତଲା ଥାନାରେ ଅଭିଯୋଗ ହୋଇଛି। ଆଡିଶନାଲ ଏସ୍‌ପି ଆଲୋକ ଜେନା ଦାବିପତ୍ର ଗ୍ରହଣ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri