ଗଳିକନ୍ଦିରେ ସଟ୍ଟା, ପୋଲିସ ନୀରବଦ୍ରଷ୍ଟା

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଜିଲାରେ ସଟ୍ଟା(ଜୁଆଖେଳ) ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ସଦର ମହକୁମାଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଏହା ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ତେବେ ଜିଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗଳିକନ୍ଦିରେ ସଟ୍ଟାଖେଳ ଚାଲିଥିବାବେଳେ ପୋଲିସ ଏଥିପ୍ରତି ନୀରବଦ୍ରଷ୍ଟା ସାଜିଥିବା ସମସ୍ତଙ୍କୁ ଚକିତ କରି ଦେଇଛି। କେବଳ ସେତିକି ନୁହେଁ, ଖୋଦ୍‌ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଜିଲାରେ ଚାଲିଥିବା ସଟ୍ଟାଖେଳ ଦମନ ପାଇଁ ଦଳୀୟ ପ୍ରତିନିଧିଙ୍କ ସହିତ ଏସ୍‌ପି ପି.ଏସ୍‌ ମୀନାଙ୍କୁ ଭେଟିଥିଲେ। ବରଗଡ଼ରେ ଚାଲିଥିବା ସଟ୍ଟାଖେଳ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଏସପିଙ୍କୁ ଅବଗତ କରିଥିଲେ। ଏହାସତ୍ତ୍ୱେ ସଟ୍ଟାଖେଳ ଉପରେ କୌଣସି ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ଏଭଳିସ୍ଥଳେ ପୋଲିସର ଜ୍ଞାତସାରରେ ଜିଲାରେ ସଟ୍ଟାଖେଳ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି।
ଜିଲାରେ ସଟ୍ଟାଖେଳ ନୂଆ ନୁହେଁ। ବର୍ଷବର୍ଷ ଧରି ଏହା ଚାଲି ଆସୁଛି। କୌଣସି ପୋଲିସ ପଦାଧିକାରୀ ନୂତନ ଭାବେ ଯୋଗଦେଲେ ଏହି ଜୁଆଖେଳ ଉପରେ ସେମାନଙ୍କ ଆଖି ପଡ଼ିଥାଏ। ଧରପଗଡ଼ ମଧ୍ୟ ହୋଇଥାଏ। ସଟ୍ଟାଖେଳରେ ସମ୍ପୃକ୍ତ ହାତଗଣତି କିଛିଲୋକଙ୍କୁ ପୋଲିସ ଗିରଫ କରି ବାହାବା ନେଇଥାଏ। ଅନ୍ୟପଟେ ତଥାକଥିତ ସଟ୍ଟାଡନ୍‌ମାନେ ଅନାୟାସରେ ଥାଆନ୍ତି ଏବଂ ସେମାନେ ସଟ୍ଟା ଚଢ଼ାଉରେ ଗିରଫ ହୋଇଥିବା ଲୋକ ତଥା ସଟ୍ଟା ଏଜେଣ୍ଟମାନଙ୍କୁ ମୁକୁଲାଇବା ପାଇଁ ଲାଗି ପଡ଼ିଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହାକୁହି ହୋଇଥାନ୍ତି। ଶେଷରେ ସଟ୍ଟା ଏଜେଣ୍ଟମାନେ ଜେଲରୁ ମୁକୁଳି ଆସନ୍ତି ଏବଂ ପୂର୍ବବତ୍‌ ପୁଣି ସଟ୍ଟାଖେଳ ଜିଲାରେ ଜାରି ରହୁଥିବା ଏବଂ ସ୍ଥାନୀୟ ପୋଲିସ ଜାଣିଶୁଣି ସେଥିପ୍ରତି ନୀରବ ରହିବା ସାଧାରଣରେ ଆଲୋଚିତ ହେଉଛି।
ସେହିପରି ପୋଲିସର ସଟ୍ଟା ଚଢ଼ାଉ ମଧ୍ୟ ସେଭଳି ଥରେ କିମ୍ବା ୨ଥରରେ ସୀମିତ ରହି ଯାଉଛି। ଅପରପକ୍ଷେ ଜିଲାର ବିଭିନ୍ନ ପାନ, ଚା, କିରାନା ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଛକସ୍ଥାନରେ ବାଉଁଶରେ ନିର୍ମିତ ଫୁଲତାଟିର ଆବଦ୍ଧ ଅସ୍ଥାୟୀ ଠେଲା ଆଦି ଜାଗାରେ ସଟ୍ଟାଖେଳ ଜୋର୍‌ ଧରିଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ବର୍ତ୍ତମାନ ଡିଜିଟାଲ ସଟ୍ଟାଖେଳ ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଛି। ସଟ୍ଟାଡନ୍‌ ଏବଂ ସଟ୍ଟା ଏଜେଣ୍ଟମାନଙ୍କୁ ସେମାନଙ୍କ ଫୋନ ପେ, ଗୁଗୁଲ୍‌ ପେ ଆକାଉଣ୍ଟରେ ଟଙ୍କା ପଠାଇବା ସହିତ ସଟ୍ଟା ନମ୍ବର ଦେଇ କେତେକ ଏଭଳି ଜୁଆଖେଳକୁ ଆଦରି ନେଇଥିବା ସାଧାରଣରେ ଆଲୋଚିତ ହେଉଛି। କିନ୍ତୁ ଏଥିପ୍ରତି ପୋଲିସ ଯେଭଳି ଚେଇଁ ଶୋଇ ରହିଛି, ସେଥିରୁ ପୋଲିସର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସଟ୍ଟାଡନ୍‌ ଏବଂ ସଟ୍ଟା ଏଜେଣ୍ଟଙ୍କ ସହିତ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ଅସାଧୁ ମେଣ୍ଟ ରହିଥିବା ଅଭିଯୋଗ ହେଉଛି। କିଛି ପୋଲିସ କର୍ମଚାରୀ ମାସ ପୂରିଲା କି ନାଲି ଲଫାପାରେ ମାସିକିଆ ବଟି ନେଉଥିବା ସାଧାରଣରେ ଆଲୋଚିତ ହେଉଛି। ସେହିପରି କିଛି ତଥାକଥିତ ଗଣମାଧ୍ୟମ ପ୍ରତିନିଧି ଏବଂ ନେତା ମଧ୍ୟ ଅସାଧୁ ଉପାୟରେ ସେଭଳି କଳାଟଙ୍କା ରୋଜଗାର କରୁଥିବା ଚର୍ଚ୍ଚା ଚାଲିଛି। ଏଭଳି ସ୍ଥଳେ ଜାଣିଶୁଣି ପୋଲିସ ସଟ୍ଟା ଚଢ଼ାଉରେ ଅପାରଗ ହୋଇ ପଡ଼ିଛି ବୋଲି ଆଲୋଚିତ ହେଉଛି। ତେବେ ସରକାର ବଦଳିବା ପରେ ଜିଲାରେ ସଟ୍ଟାଡନ୍‌ ହେବା ପାଇଁ ମଧ୍ୟ କିଛିଲୋକଙ୍କ ମଧ୍ୟରେ ପ୍ରତତ୍ଦ୍ୱନ୍ଦିତା ଚାଲିଥିବା ଅଭିଯୋଗ ହୋଇଛି। ବଡ଼ବଡ଼ିଆ ନେତା ଏବଂ ପୋଲିସ ଅଧିକାରୀଙ୍କୁ ହାତ କରି ସେମାନେ ଜିଲାରେ ସଟ୍ଟାଖେଳ ଚଲାଇବାକୁ ମସୁଧା ଚଳାଇଥିବା ସାଧାରଣରେ ଆଲୋଚିତ ହେଉଛି। ସଟ୍ଟାଖେଳ ଯୋଗୁ ଗୋଟିଏ ପଟେ ଲୋକେ ସର୍ବସ୍ବାନ୍ତ ହେବା ସାଙ୍ଗକୁ ଜିଲାରେ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି, ଅନ୍ୟପଟେ ସଟ୍ଟାଖେଳ ପ୍ରତି ପୋଲିସର ନୀରବତା ଏବଂ ସଟ୍ଟାଡନ୍‌ ହେବା ପାଇଁ ପ୍ରତିଦ୍ୱନ୍ଦିତା ଚାଲିବା ଜିଲାରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?