ଅପମୃତ୍ୟୁ ମାମଲାର ତଦନ୍ତ ପରେ ହତ୍ୟା ମାମଲା ରୁଜୁ କଲା ପୋଲିସ୍‌

ବୈପାରିଗୁଡା,୨୩ା୬ (ଡି.ଏନ୍‌.ଏ.): ୨ ବର୍ଷ ତଳର ଏକ ଅପମୃତ୍ୟୁ ମାମଲାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଏହାକୁ ହତ୍ୟା ମାମଲାରେ ପରିଣତ କରି ଏକ ହତ୍ୟା ମାମଲା ରୁଜୁ କରିଛି ା ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ଚନ୍ଦ୍ର ଖୋସଲା। ପ୍ରକାଶ ଯେ, ୨୦୨୦ରେ ମାଝିଗୁଡା ପଞ୍ଚାୟତ ଜାମଯୋଡି ନାଳ ନିକଟରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହାର କିଛି ଦିନ ପରେ ଉତ୍ତର ପ୍ରଦେଶର କେତେକ ଲୋକ ଏଠାକୁ ଆସି ସମ୍ପୃକ୍ତ ମୃତକଙ୍କୁ ଚିହ୍ନଟ କରିବା ସହ ସେମାନେ ତାଙ୍କର ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ପୋଲିସ୍‌ ପକ୍ଷରୁ ମୃତକଙ୍କ ଡିଏନ୍‌ଏ ପରୀକ୍ଷା ପରେ ମୃତକଙ୍କ ପରିଚୟ ମିଳିଥିଲା। ସେ ଥିଲେ ଉତ୍ତରପ୍ରଦେଶ ଉନାଓ ଜିଲା ବାସିନ୍ଦା ଶିବ ପ୍ରକାଶ ା ମାମଲାର ତଦନ୍ତ ପରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିବା ପରେ ଏଥିରେ ସମ୍ପୃକ୍ତ ମାଝିଗୁଡା ପଞ୍ଚାୟତ ଭାଟିଗୁଡା ଗ୍ରାମର ଚନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ତଥା ଡିଏସ୍‌ପି ବିରଞ୍ଚି ନାରାୟଣ ଜଗତ କହିଛନ୍ତି। ମୃତକ ଶିବ ପ୍ରକାଶ ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ଥିବା ଏବଂ ଏହି କାରବାର ପାଇଁ ସେ ଏଠାକୁ ଆସୁଥିଲେ। କୌଣସି କାରଣକୁ ନେଇ ଚନ୍ଦ୍ରଙ୍କ ସହ ତାଙ୍କର ଝଗଡା ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଗତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?