Posted inଜାତୀୟ

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା, ମାଙ୍କଡ଼ ନାମରେ ମାମଲା

ଭୋପାଳ,୧୧।୩: ମଧ୍ୟପ୍ରଦେଶର ଗୁରୁଜରବର୍ଡିଆ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନ ପରେ ପୋଲିସ କହିଛି, ଏହି ପ୍ରତିମୂର୍ତ୍ତିକୁ ମାଙ୍କଡ଼ ଭାଙ୍ଗି ନଷ୍ଟ କରିଛି। ମାଣ୍ଡସୋରର ଏସ୍‌ପି ସିଦ୍ଧାର୍ଥ ଚୌଧୁରୀ କହିଛନ୍ତି, ବିଦ୍ୟାଳୟ ପରିସରକୁ କେହି ଯାଉଥିବାର ଦେଖାଯାଇନାହିଁ। ଏମିତିରେ ବିଦ୍ୟାଳୟର ଜଳୁଆଳି ମଧ୍ୟ ରାତି ୮ଟା ଯାଏ ଡ୍ୟୁଟିରେ ଥିଲେ। ପୂର୍ବରୁ ମଧ୍ୟ ଏମିତି ଘଟଣା ଘଟିଥିଲା। ମାଙ୍କଡ଼ମାଡ଼େ ମୂର୍ତ୍ତିର ହାତ ଭାଙ୍ଗି ଦେଇଥିଲେ। ପରେ ଏହାର ମରାମତି କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ମାଙ୍କଡ଼ମାନଙ୍କର କାମ ବୋଲି ଅନୁମାନ କରାଯାଉଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ଦିଗ ପ୍ରତି ମଧ୍ୟ ନଜର ରଖାଯାଇ ତଦନ୍ତ ଜାରି ରହିଛି। ଅଫଜଲପୁର ଥାନାରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଛି।

ଏଥିସହ କଂଗ୍ରେସ ନେତା ଦୀପକ ସିଂହ ଚୌହାନ କହିଛନ୍ତି, ଜାତିର ପିତାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବା ଏକ ବଡ଼ ଅପରାଧ। ସେ କହିଛନ୍ତି, ଏସ୍‌ପି କହୁଛନ୍ତି ମାଙ୍କଡ଼ମାନେ ଭାଙ୍ଗିଛନ୍ତି। ତେବେ କ’ଣ ଭାଜପାର ମାଙ୍କଡ଼ମାନଙ୍କୁ ସେ ଏକଥା କହୁଛନ୍ତି କି?


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର:ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୫।୯: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥାବସ୍ଥା ଅଚାନକ ବିଗିଡି ଯାଇଛି। ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ,...

‘ମୁଁ ଧମକକୁ ଭୟ କରେ ନୁହେଁ’

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ରବିବାର ସେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ମୁଁ ଏସବୁ ପ୍ରତି...

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪...

ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର...

୩୩ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ,୪।୫: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୩୩ ବର୍ଷ ପୂର୍ବେ ତାଙ୍କୁ ଦିଆଯାଇଥିବା ଏକ ସରକାରୀ ଜମି...

ଅସୁସ୍ଥ ଲାଲୁ: ଦିଲ୍ଲୀ ଏମ୍ସକୁ କରାଯିବ ସ୍ଥାନାନ୍ତର

ପାଟନା,୨୨।୩: ଚାରା ଦୁର୍ନୀତି ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନ୍ନତି ଘଟିଛି। ମଙ୍ଗଳବାର ହଠାତ୍‌...

ଆକ୍ଟିଭିଷ୍ଟ ଦିଶାଙ୍କ ସମର୍ଥନରେ ବେଙ୍ଗାଲୁରୁ କୃଷକ ସଂଗଠନ

ବେଙ୍ଗାଲୁରୁ, ୧୭।୨ : ନିକଟରେ ଦେଶ ବିରୋଧି ଟୁଲକିଟ୍‌ ଯୋଗୁ ଗିରଫ ହୋଇଥିବା ୨୨ ବର୍ଷୀୟା ଦିଶା ରବିଙ୍କ ସମର୍ଥନରେ ବାହାରିଛନ୍ତି କର୍ନାଟକର କୃଷକ ସଂଗଠନ।...

ଅନ୍‌ଲକ୍‌-୪, ଖୋଲିବ ସ୍କୁଲ-କଲେଜ…

ପାଟନା,୫।୭: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍‌ଲକ୍‌-୪ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ପ୍ରର୍ଯ୍ୟାୟରେ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲାଯିବ ବୋଲି ସେ...

Advertisement
Archives

Model This Week