Posted inଜାତୀୟ

ବିଷାକ୍ତ ଗ୍ୟାସ୍‌ ଲିକ୍‌: ୧୧ ମୃତ

ଲୁଧିଆନା,୧ା୫: ପଞ୍ଜାବର ଲୁଧିଆନା ଜିଲା ଗେସ୍‌ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ମହିଳା ୪ ପୁରୁଷ ଏବଂ ୨ ଜଣ ନାବାଳକ ଅଛନ୍ତି। ଦୁଇ ପିଲାଙ୍କ ବୟସ ୧୦ ଓ ୧୩ ବର୍ଷ ହେବ। ଏହାର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିବା ଅନ୍ୟ କେତେଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ, ଡାକ୍ତରୀ ଟିମ୍‌, ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ସେହିପରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ଏକ ୫୦ ଜଣିଆ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ୟାସ୍‌ ଲିକ୍‌ର କାରଣ ଖୋଜୁଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଅଭିହିତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଜନବହୁଳ ଶିଳ୍ପାଞ୍ଚଳ ଗେସ୍‌ପୁରାରେ ଗ୍ୟାସ୍‌ ଲିକ୍‌ର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ସେଠାରେ ଥିବା ଫ୍ୟାକ୍ଟ୍ରିରୁ ନାଳକୁ କେତେକ ରାସାୟନିକ ପଦାର୍ଥ ଛଡ଼ାଯାଇଥିବାରୁ ମିଥେନ୍‌ ସହ ମିଶ୍ରଣ ହୋଇ ସେଥିରୁ ବିଷାକ୍ତ ବାଷ୍ପ ନିର୍ଗମନ ହୋଇଥିବା ଅନୁମାନ କରାଯାଉଛି। ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପୀଡ଼ିତମାନେ ଉତ୍ତର ପ୍ରଦେଶ ଓ ବିହାର ବାସିନ୍ଦା ହୋଇଥିବାବେଳେ ଏଠାକୁ ଆସି ବସବାସ କରୁଥିଲେ। ରବିବାର ସକାଳେ କେତେଜଣ ଲୋକ ଏକ ସ୍ଥାନୀୟ ଗ୍ରୋସେରି ଦୋକାନକୁ କ୍ଷୀର କିଣିବା ପାଇଁ ଆସିଥିବାବେଳେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସେଠାରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା। ଅସୁସ୍ଥଙ୍କ ମଧ୍ୟରୁ ୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲେ। ମୃତକଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଗ୍ରୋସେରି ଦୋକାନ ମାଲିକଙ୍କ ପରିବାର ସଦସ୍ୟ। ଲୁଧିଆନା ଜିଲା ପ୍ରଶାସନ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଅସୁସ୍ଥ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛି। ସମ୍ପୃକ୍ତ ଅଞ୍ଚଳରେ ଏକ ଭଙ୍ଗା ମ୍ୟାନ୍‌ହୋଲ ଠାବ ହୋଇଥିବା ଅତିରିକ୍ତ ଡେପୁଟି କମିଶନର ଅମରଜିତ୍‌ ସିଂ ବାଇନ୍ସ କହିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବିଭିନ୍ନ ରାସାୟନିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରୁଛି। ସିସିଟିଭି କ୍ୟାମେରାଗୁଡ଼ିକର ଭିଡିଓ ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଉଛି। ମୃତକମାନେ ହେଲେ ଅଭୟ(୧୩), ଆର୍ୟନ(୧୦), କମଲେଶ(୬୦), ବର୍ଷା(୩୫), ସୌରଭ(୩୫), ପ୍ରୀତି(୩୧), କବିଳାଶ(୪୦), ନବନୀତ(୩୯), ନୀତୁ ଦେବୀ(୩୯) ଏବଂ ଅନ୍ୟ ଜଣେ ଅଚିହ୍ନା ବ୍ୟକ୍ତି। ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ଏକ ବିରାଡ଼ି ମଧ୍ୟ ଆଖିବୁଜି ଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri