ବିଷାକ୍ତ ମୂର୍ତ୍ତି ରଙ୍ଗ

ସଂପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ, ମୂର୍ତ୍ତି ତିଆରି, ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ଆମ ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି ପଛକୁ ପଛ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୋଇଥାଏ। ଆଉ ଏହି ମୂର୍ତ୍ତିରେ ବ୍ୟବହାର କରାଯାଉଥିବା ରାସାୟନିକ ରଙ୍ଗ ବ୍ୟାପକ ଜଳସମ୍ପଦକୁ ପ୍ରଦୂଷିତ କରିବା ସହ ଏହାର ପ୍ରତ୍ୟକ୍ଷ ବା ପରୋକ୍ଷରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ଚର୍ମ ଓ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ସଂକ୍ରମିତ କରି ରୋଗାକ୍ରାନ୍ତର ସମ୍ଭାବନା ଦେଖାଯାଇଥାଏ। ଦୁଃଖର କଥା ହେଉଛି ଆମେ ସମସ୍ତେ ଏହାକୁ ଜାଣି ବି ବ୍ୟାପକ ଭାବରେ ସଚେତନ ନ ହେବାରୁ ଏହାକୁ ନେଇ ଚାରିଆଡ଼େ ଏକପ୍ରକାର ନୀରବତାର ହୋହଲ୍ଲା!! ସାଧାରଣତଃ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରିରେ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥାଏ। ଏହା ଉଦ୍‌ବେଗଜନକ ସମସ୍ୟା ସୃଷ୍ଟି କରୁଥିବା ଶିଳ୍ପୀମାନେ ବୁଝୁଥିଲେ ବି ପେଟପାଟଣାକୁ ନେଇ ସେମାନେ ବି ନାଚାର। ଦ୍ୱିତୀୟ କଥା ଏହି ବ୍ୟବହୃତ ରଙ୍ଗରେ ମାଗ୍ନେସିୟମ୍‌, ମୋଲିବଡେନମ୍‌ ଏବଂ ସିଲିକନ୍‌ ଭଳି ଭାଗ ରହୁଛି, ଯାହା ନଦୀ, ପୋଖରୀରେ ମିଶି ଜଳକୁ ପ୍ରଦୂଷିତ କରୁଛି। ମାଗ୍ନେସିୟମ୍‌ ଜଳର ଶୁଦ୍ଧତାରେ ପ୍ରଭାବ ପକାଉଥିବା ବେଳେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ପାଣିରେ ଲୁଣି ପରିମାଣ ବୃଦ୍ଧି କରିଥାଏ। ରଙ୍ଗରେ ମର୍କ୍ୟୁରି’ ରାସାୟନିକ ଭାଗ ରହିଲେ ଏହା ଅନେକ ଅଜଣା ରୋଗକୁ ଡାକିଆଣିଥାଏ। ଯାହା ଜାପାନରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଜାପାନର ‘ମିନମାତା’ ଅଞ୍ଚଳରେ ପାଣିରେ କୌଣସି କାରଣରୁ ମର୍କ୍ୟୁରି ଭାଗ ରହିଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା। ସେହିପରି ଉକ୍ତ ରାସାୟନିକ ରଙ୍ଗ ମାଛ ତଥା ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ରଙ୍ଗରେ ରହୁଥିବା ଆର୍ସେନିକ୍‌ ଏବଂ ଲିଡ୍‌ ଭଳି ରାସାୟନିକ ପଦାର୍ଥ ବିପଦର କାରଣ ହୋଇପାରେ। ସୂଚନାଯୋଗ୍ୟ, ଅହମ୍ମଦାବାଦରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବ୍ୟବହୃତ ମୂର୍ର୍ତ୍ତିି ଉପରେ କଟକଣା ଲଗାଯାଇଥିବାବେଳେ ଓଡ଼ିଶାରେ ଏହା ଉପରେ ଲଗାମ ନାହିଁ। ମୂର୍ତ୍ତି କାରିଗରମାନେ ସେମାନଙ୍କ ମନମୁତାବକ ନିଜ ଲାଭକୁ ଦେଖି ଶସ୍ତା ଓ ନିମ୍ନମାନର ରଙ୍ଗ ବ୍ୟବହାର କରୁଛନ୍ତି। କିନ୍ତୁ ଦିନ ଥିଲା, ମୂର୍ତ୍ତି ତିଆରିରେ ପ୍ରାଚୀନ ପଦ୍ଧତିର ପ୍ରାକୃତିକ ରଙ୍ଗର ବହୁଳ ବ୍ୟବହାର କରାଯାଉଥିଲା। ଗାଁ ଗଣ୍ଡାର କଇଁଆ ଅଠା, ବିଭିନ୍ନ ପ୍ରକାର ବଣଜ ଓ ଗ୍ରାମ୍ୟ ଅଞ୍ଚଳର ଫୁଲ, ଶଙ୍ଖଚୂନ, ଶିଠା ଫଳ ଆଦି ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମତଃ ସେହି ଜିନିଷଗୁଡ଼ିକ ଆଉ ବଜାରରେ ଉପଲବ୍ଧ ହେଉନି।
ସବୁଜ ବିପ୍ଳବ ନାମରେ ବର୍ତ୍ତମାନ ପ୍ରଗତି ପଥରେ ସମସ୍ତେ ଆଗେଇ ଚାଲିଥିଲେ ବି ବାସ୍ତବରେ କିନ୍ତୁ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଏହି ପ୍ରଦୂଷଣକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଜଳ ଆମ ଜୀବନର ପ୍ରମୁଖ ଉତ୍ସ ହୋଇଥିବା ବେଳେ ଏହାର ସୁରକ୍ଷା ଦାୟିତ୍ୱ ।
ରାଜ୍ୟର ଅନେକ ସ୍ଥାନରେ ନଦୀନାଳ ଜଳକୁ ଲୋକମାନେ ନିଜର ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟଠାରୁ ଜୀବନରକ୍ଷକ ପିଇବା ପାଣି, ଗାଈଗୋରୁ ମଧ୍ୟ ବ୍ୟବହାର କରିଥାନ୍ତି। ସେମାନେ ସିଧାସଳଖ ପ୍ରତ୍ୟକ୍ଷ ଭାବେ ଏହାର ସଂସ୍ପର୍ଶରେ ଆସି ରୋଗାକ୍ରାନ୍ତ ହୋଇଥାନ୍ତି। କେବଳ ସେତିକି ନୁହେଁ, ଚାଷକ୍ଷେତକୁ ଏହି ରାସାୟନିକ ରଙ୍ଗର ପାଣି ଅନେକାଂଶରେ ପ୍ରଭାବିତ କରିଥାଏ। ଏହାଦ୍ୱାରା ଚାଷବାସ ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି କୃଷିବିଜ୍ଞାନୀମାନେ ମତ ଦିଅନ୍ତି। ଏସବୁ ଜାଣି ମଧ୍ୟ ଆମ୍ଭେମାନେ ରାସାୟନିକ ପ୍ରଦୂଷଣକୁ ନେଇ ସାମାନ୍ୟତମ ଚିନ୍ତା କରୁନାହୁଁ। ଆଉ ଗୋଟିଏ କଥା ହେଉଛି ଯେଉଁ ମୂର୍ତ୍ତି କାରିଗରମାନେ ସ୍ପ୍ରେ ଦ୍ୱାରା ଏହି ଭୟାନକ ରାସାୟନିକ ରଙ୍ଗ ମୂର୍ତ୍ତିରେ ଦେଇଥାନ୍ତି, ସେମାନେ ଏହାର ପାର୍ଶ୍ୱପ୍ରତିକ୍ରିୟାର ସମ୍ମୁଖୀନ ହୋଇ ସେମାନଙ୍କ ଚର୍ମରେ ଏକପ୍ରକାର ବିକିରଣର ପ୍ରଭାବ ପକାଇଥାଏ। ମୂର୍ତ୍ତି ବିସର୍ଜନ ବେଳେ ଯେଉଁପ୍ରକାର ପ୍ରଦୂଷଣ ହେଉଛି ଓ ମୂର୍ତ୍ତିରେ ବ୍ୟବହୃତ ରଙ୍ଗର ମାନକୁ ନେଇ ଅନେକ ସମୟରେ ମାନ୍ୟବର ଅଦାଲତ ନିର୍ଦ୍ଦେଶାବଳୀ ଦେଉଥିଲେ ବି ଏହାକୁ କେହି ଖାତିର କରୁନାହାନ୍ତି।
ଗୋତରା, ମାହାଙ୍ଗା, କଟକ
ମୋ:୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri