Posted inଫୁରସତ

ସାଟେଲାଇଟର ସମାଧିସ୍ଥଳ: ଯେଉଁଠି ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନକୁ ଦିଆଯିବ ସମାଧି

ନୂଆଦିଲ୍ଲୀ,୬।୧୨: ଶ୍ମଶାନ। ଯେଉଁଠି ମୃତ ବ୍ୟକ୍ତିଙ୍କ ମର ଶରୀରକୁ ସମାଧି ଦିଆଯାଏ। କିନ୍ତୁ କେବେ ଶୁଣିଛନ୍ତି କି ସାଟେଲାଇଟଗୁଡକିର ମଧ୍ୟ ଶ୍ମଶାନ ଅଛି? ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମୃତ ମଣିଷ ନୁହଁନ୍ତି ବରଂ ସାଟେଲାଇଟଙ୍କୁ ସମାଧି ଦିଆଯାଇଛି। ଏହି ସାଟେଲାଇଟଗୁଡିକ ମହାକାଶରେ ଘୁରି ବୁଲି ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିବା ପରେ ସେମାନଙ୍କୁ ଏହି କବରସ୍ଥାନରେ ଫିଙ୍ଗି ଦିଆଯାଏ।

ପ୍ରଶାନ୍ତ ମହାସାଗରସ୍ଥିତ ପଏଣ୍ଟ ନେମୋକୁ ସାଟେଲାଇଟଗୁଡିକର ସମାଧି ସ୍ଥଳ କୁହାଯାଏ। ସମୁଦ୍ର ପାର ହୋଇ ଏହି ସ୍ଥାନକୁ ପହଞ୍ଚିବା ପାଇଁ ଅନେକ ଦିନ ଲାଗିଯାଏ। କୁହାଯାଏ ଯେ ଏହି ଅଞ୍ଚଳରେ ଅନେକ ଛୋଟ ଦ୍ୱୀପ ଅଛି, ଯେଉଁଠାରେ ପକ୍ଷୀମାନଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ବାସ କରନ୍ତି ନାହିଁ ।

ଜୀବ ବିଜ୍ଞାନ ଅନୁଯାୟୀ, ସମୁଦ୍ର ଜଳ ଦ୍ୱାରା ଘେରି ରହିଥିବା ଏହି ଅଞ୍ଚଳ ଇଷ୍ଟର ଦ୍ୱୀପର ଦକ୍ଷିଣରେ ଏବଂ ଆଣ୍ଟାର୍କଟିକାର ଉତ୍ତରରେ ଅବସ୍ଥିତ। ଏହି ଅଞ୍ଚଳ ସମୁଦ୍ର ଭିତରେ ୧୩ହଜାର ଫୁଟରୁ ଅଧିକ ଗଭୀରତାରେ ବୁଡ଼ି ରହିଛି। ମଣିଷ ପାଇଁ ଅପହଞ୍ଚ ଇଲାକା କୁହାଯାଉଥିବା ଏହି ଅଞ୍ଚଳକୁ ‘ପୋଲ ଅଫ ଆସେସିବିଲିଟି’ ମଧ୍ୟ କୁହାଯାଏ।

ରିପୋର୍ଟ ଅନୁଯାୟୀ, ୭୦ ଦଶକରୁ ପଏଣ୍ଟ ନେମୋରେ ୩୦୦ରୁ ଅଧିକ ସାଟେଲାଇଟ ଓ ସ୍ପେଶ ଷ୍ଟେଶନ ଜଳମଗ୍ନ ହୋଇଛି। ବିଭିନ୍ନ ଦେଶର ସାଟେଲାଇଟ ଏହି ଅଞ୍ଚରେ ହିଁ ସମାଧି ଦିଆଯାଇଛି। ଏଥିରେ ଆଗକୁ ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନ(ISS)ର ମଧ୍ୟ ସମାଧି ଦିଆଯିବ ବୋଲି ନିକଟରେ ଆମେରିକାର ସ୍ପେଶ ଏଜେନ୍ସି ନାସା ଘୋଷଣା କରିଛ।

ଗତ ୨୫ ବର୍ଷ ଧରି ଆଇଏସଏସ ମହାକାଶରେ ଅଛି। ଯାହା ୨୦୩୧ ସୁଦ୍ଧା ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ। ୩୫୭ ଫୁଟ ଲମ୍ବ ଏବଂ ୪ଲକ୍ଷ ୧୯ହଜାର ୭୨୫ କିଲୋଗ୍ରାମ ଓଜନ, ଏହା ସ୍ପେଶ ଷ୍ଟେସନ ପଏଣ୍ଟ ନେମୋକୁ ଏଠାରେ ସମାଧି ଦିଆଯିବା ପରେ ଏହା ସର୍ବ ବୃହତ ମହାକାଶ ଉପକରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?